ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବିଶିଷ୍ଟ ଜନନେତା କମ୍ରେଡ଼ ଲୋକନାଥ ଚୌଧୁରୀଙ୍କ ଜନ୍ମ ଶତ ବାର୍ଷିକ ଉତ୍ସବ ମହାସମାରୋହରେ ପାଳନ

ଏରସମା, 20/05/2025, ଉତ୍କଳ voice news - utkalvoicenews.comରାହାମା ରୁ : ମନୋଜ୍ କୁମାର ଜେନା ଙ୍କ ରିପୋର୍ଟ ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ଏରସମା ବ୍ଲକ ମୁଖ୍ୟ ଦପ୍ତରରେ ଲୋକନାଥ ଚୌଧୁରୀ ସ୍ମୃତି କମିଟି, ଏରସମା ଆନୁକୂଲ୍ୟରେ ଶତ ସଂଗ୍ରାମର ନାୟକ ବିଶିଷ୍ଟ ଜନନେତା କମ୍ରେଡ଼ ଲୋକନାଥ ଚୌଧୁରୀଙ୍କ ଜନ୍ମ ଶତ ବାର୍ଷିକ ଉତ୍ସବ ମହାସମାରୋହରେ ପାଳନ କରାଯାଇଅଛି। ଏହି ଉପଲକ୍ଷେ ବସ୍‌ଷ୍ଟାଣ୍ଡସ୍ଥ ଚାରିଛକରେ ସଂଗ୍ରାମୀ ଲୋକନାଥ ଚୌଧୁରୀଙ୍କ ଆବକ୍ଷ ପ୍ରତିମୂର୍ତ୍ତୀ ଆମନ୍ତ୍ରିତ ବିଶିଷ୍ଟ ଅତିଥିମାନଙ୍କ ଦ୍ଵାରା ଉନ୍ମୋଚନ ହୋଇଅଛି ଏବଂ “ଜନନାୟକ ଲୋକନାଥ” ଶୀର୍ଷକ ସ୍ମରଣିକା ଲୋକାର୍ପଣ କରାଯାଇଅଛି।ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ନୀରଞ୍ଜନ ପଟ୍ଟନାୟକ (ପୂର୍ବତନ ମନ୍ତ୍ରୀ ଓଡ଼ିଶା ପୂର୍ବତନ ରାଜ୍ୟ ସଭାପତି, ଜାତୀୟ କଂଗ୍ରେସ ଓଡ଼ିଶା) ଶ୍ରୀଯୁକ୍ତ ମନମୋହନ ସାମଲ (ପୂର୍ବତନ ମନ୍ତ୍ରୀ,ରାଜ୍ୟ ସଭାପତି ବି.ଜେ.ପି ଓଡ଼ିଶା ) ଶ୍ରୀଯୁକ୍ତ ଦେବୀ ପ୍ରସାଦ ମିଶ୍ର (ପୂର୍ବତନ ମନ୍ତ୍ରୀ, ଓଡ଼ିଶା ରାଜ୍ୟ ଉପସଭାପତି ଓଡ଼ିଶା, ବିଜୁଜନତା ଦଳ) ଶ୍ରୀଯୁକ୍ତ ବିଭୂପ୍ରସାଦ ତରାଇ (ମାନ୍ୟବର ସାଂସଦ, ଜଗତସିଂହପୁର ) ଶ୍ରୀଯୁକ୍ତ ସାରଦା ପ୍ରସନ୍ନ ଜେନା (ମାନ୍ୟବର ବିଧାୟକ, ବାଲିକୁଦା - ଏରସମା ) କମ୍ରେଡ଼ ଆଶିଷ କାନୁନ୍‌ଗୋ(ରାଜ୍ୟ ସଂପାଦକ ସି.ପି.ଆଇ ଓଡ଼ିଶା ରାଜ୍ୟ ପରିଷଦ) ଶ୍ରୀଯୁକ୍ତ ପଞ୍ଚାନନ କାନୁନ୍‌ଗୋ (ପୂର୍ବତନ ମନ୍ତ୍ରୀ, ଓଡ଼ିଶା) କମ୍ରେଡ଼ ସୁରେଶ ପାଣିଗ୍ରାହୀ (ରାଜ୍ୟ ସଂପାଦକ ସି.ପି.ଆଇ.ଏମ୍, ଓଡିଶା) କମ୍ରେଡ଼ ନାରାୟଣ ରେଡ଼ି (ପୂର୍ବତନ ବିଧାୟକ, ଛତ୍ରପୁର) କମ୍ରେଡ ଯୁଧୁଷ୍ଠିର ମହାପାତ୍ର (ରାଜ୍ୟ ସଂପାଦକ,ସି.ପି.ଆଇ.ଏମ୍,ଏଲ, ଓଡିଶା) ଶ୍ରୀମତୀ ଲକ୍ଷ୍ମୀପ୍ରିୟା ମହାପାତ୍ର (ଅଧ୍ଯକ୍ଷା, ଏରସମା ପଞ୍ଚାୟତ ସମିତି) ଙ୍କ ସହିତ ସ୍ଥାନୀୟ ସରପଞ୍ଚ ସଚିତ୍ରା ନନ୍ଦ ଦାସ ଓ ଜନନାୟକ ଲୋକନାଥ ଚୌଧୁରୀ ସ୍ମୃତି କମିଟି ର ସଭାପତି ସି.ପି.ଆଇ.ଏରସମା ଶଶିଭୂଷଣ ସ୍ଵାଇଁ ପ୍ରମୁଖ ଉପସ୍ଥିତି ରହି ସର୍ବ ପ୍ରଥମେ ବିଶିଷ୍ଟ ଜନନାୟକଙ୍କ ନୂତନ ମୂର୍ତ୍ତୀ ରେ ପୁଷ୍ପ ମାଲ୍ୟାର୍ପଣ କରିବା ପରେ ଦ୍ଵୀପ ପ୍ରଜ୍ଜାଲୋନ କରାଯାଇ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଲୋକନାଥ ମହାନ୍ତି ମଞ୍ଚ ପରିଚାଳନା କରିବା ସହିତ ଅତିଥି ମାନଙ୍କ ର ପରିଚୟ ପ୍ରଦାନ କରିଥିଲେ। ସମସ୍ତ ଅତିଥି ବୃନ୍ଦ ଜନନାୟକଙ୍କୁ ଆନ୍ତରିକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
1