ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଉତ୍କଳ ଛାତ୍ର ସଂଘ, ବୁଗୁଡ଼ା ପକ୍ଷରୁ ଉତ୍କଳ ମେଧା ସମ୍ମାନ

ବୁଗୁଡ଼ା, 22/05/2025, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ) :
Article Image
ବୁଗୁଡ଼ା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଉତ୍କଳ ଛାତ୍ର ସଂଘ ପକ୍ଷରୁ ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ସମସ୍ତ ବିଦ୍ୟାଳୟର ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଗଣେଶ ପ୍ରସାଦ ପଣ୍ଡା ( ଭାରତୀୟ ଷ୍ଟେଟ ବ୍ୟାଙ୍କ ବୁଗୁଡ଼ା ଶାଖା ସହ ପରିଚାଳକ) ମୁଖ୍ୟ ବକ୍ତା ଭାବେ ଜୟନ୍ତ କୁମାର ପଟ୍ଟନାୟକ ( ସହକାରୀ ଶିକ୍ଷକ ତାଳସାକର) ଉତ୍କଳ ଛାତ୍ର ସଂଘ ବୁଗୁଡ଼ା ବ୍ଲକ୍ ସଭାପତି ଜେ ରଜତ କୁମାର ପୁଷ୍ଟି , ଉତ୍କଳ ଛାତ୍ର ସଂଘ ସଂପାଦକ ରାକେଶ ଜେନା, ସମ୍ମାନିତ ଅତିଥି ଭାବେ ଗୋପାଳ କୃଷ୍ଣ ଜେନା, ସୁନିଲ କୁମାର ପଣ୍ଡା, ଷୌଭାଗ୍ୟ ମହାନ୍ତି ଯୋଗଦେଇଥିଲେ ।ଏହି କାର୍ଯ୍ୟକ୍ରମ ରେ ବୁଗୁଡ଼ା ବ୍ଲକ୍ ଟପର୍ ପୁନମ ପ୍ରଧାନ ଙ୍କୁ ଉତ୍କଳ ମେଧା ସମ୍ମାନ ରେ ସମ୍ମାନିତ କରାଯାଇ ଅଛି। ମହାମାୟୀ ଉଚ୍ଚ ବିଦ୍ୟାଳୟ ତାଳସାକର ପ୍ରଥମ ସ୍ଥାନ ଅଧିକାର କରିଥିବା ବିଭୁ ପ୍ରଧାନ , ଖୋଳଖାଳି ଉଚ୍ଚ ବିଦ୍ୟାଳୟ ପ୍ରଥମ ସ୍ଥାନ ଅଧିକାର କରିଥିବା ଲୋପମୁଦ୍ରା ସାହାଣୀ ଓ ଅନେକ ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ମାନିତ କରାଯାଇଥିଲା। ଉକ୍ତ ଛାତ୍ରଛାତ୍ରୀ ମାନଙ୍କୁ ସମ୍ମାନୀତ କରିବା ସହିତ ଆଗାମୀ ଶିକ୍ଷା ଭଲଭାବରେ କରିବା ପାଇଁ ଅତିଥିବୃନ୍ଦ ଉତ୍ସାହିତ କରିଥିଲେ।
Article Image
Article Image
1