କୁଜଙ୍ଗ, 30/12/2024, ଉତ୍କଳ voice news - utkalvoicenews.comଲୋକମାନେ ଦୁଇମାସ ହେବ ଶାଖା ଡାକଘରୁ ଟଙ୍କା ଉଠାଇ ପାରୁନାହାନ୍ତି। ବିଭିନ୍ନ ସମୟରେ ଲୋକମାନେ ଟଙ୍କା ଉଠାଇବା ପାଇଁ ଆସି ବାରମ୍ବାର ଫେରୁଛନ୍ତି।
ହେଲେ ଡାକଘରୁ ଟଙ୍କା ଉଠି ପାରୁନି।ବିଶେଷକରି ଭିନ୍ନକ୍ଷମ ଭତ୍ତା, ବିଧବାଭତ୍ତା ଓ ବାର୍ଦ୍ଧକ୍ୟଭତ୍ତା ପାଉଥିବା ହିତାଧିକାରୀ ମାନେ,ଉକ୍ତ ଶାଖା ଡାକଘରୁ ଟଙ୍କା ଉଠାଇନପାରି ଦୁଇ ମାସ ହେବ ହଇରାଣ ହରକତ ହେଉଥିବାର ଅଭିଯୋଗ ହେଉଛି।ଏରସମା ବ୍ଲକ୍ ବଳେଇପୁର ପଞ୍ଚାୟତ ଅନ୍ତର୍ଗତ ଏସ୍ - ନଳକଣି ଶାଖା ଡାକଘରେ ଏପରି ଅବସ୍ଥା ଦେଖାଯାଇଛି। କୁଜଙ୍ଗ ସବ୍ ପୋଷ୍ଟ ଅଫିସ୍ ଅଧିନସ୍ଥ ଉକ୍ତ ଏସ୍ - ନଳକଣି ଶାଖା ଡାକଘରେ ନିକଟତମ ଅଞ୍ଚଳର ଶତାଧିକ ଭତ୍ତା ହିତାଧିକାରୀ ସଞ୍ଚୟ ଖାତା ଖୋଲିଛନ୍ତି। ଉକ୍ତ ହିତାଧିକାରୀଙ୍କ ପ୍ରତିମାସର ଭତ୍ତା ଟଙ୍କା ସରକାରୀ ସ୍ତରରେ ଏହି ଶାଖା ଡାକଘରର ସଞ୍ଚୟ ଖାତାକୁ ଆସିଥାଏ। ମାତ୍ର ଗତ ଦୁଇମାସ ହେଲାଣି ଭତ୍ତା ଟଙ୍କା ଆସିଥିଲେ ମଧ୍ୟ ତାହା ଉଠିପାରୁ ନାହିଁ ବୋଲି ଉକ୍ତ ଶାଖା ଡାକଘରକୁ ଆସି,ଟଙ୍କା ଉଠାଇ ନପାରି ଫେରୁଥିବା ଅଞ୍ଚଳର ଦୁଃଖୀ ନାୟକ, କାନ୍ଦୁରି ସ୍ଵାଇଁ,ସୂନାମଣି ରାଉତ, ରେବତୀ ନାୟକ,ସ୍ଵର୍ଣ୍ଣପ୍ରିୟା ନାୟକ,ଶରତ ଚନ୍ଦ୍ର ରାଉତ, ଦିଗମ୍ବର ନାୟକ,ଦୈତାରୀ ସ୍ଵାଇଁ,ବାବାଜୀ ଦ୍ବିବେଦୀ,ବିଷ୍ଣୁ ନାୟକ ପ୍ରମୁଖ ପ୍ରକାଶ କରିଛନ୍ତି।ଏ ସମ୍ପର୍କରେ ସମ୍ପୃକ୍ତ ଶାଖା ଡାକଘର ପୋଷ୍ଟ ମାଷ୍ଟର ବାସନ୍ତୀ ସିଂଙ୍କୁ ପଚାରିବାରୁ ସେ'ଗତ ନଭେମ୍ବର ମାସରୁ ଏହି ଶାଖା ଡାକଘରେ କାର୍ଯ୍ୟରେ ଯୋଗ ଦେଇଛନ୍ତି।ଆଇ ପି ବିପି ଆଇଡି ଆସିନଥିବାରୁ ଟଙ୍କା ଉଠାଯାଇ ପାରୁନାହିଁ ବୋଲି କହିଛନ୍ତିି। ତେବେ ଉକ୍ତ ଅସୁବିଧା ସମ୍ପର୍କରେ ସେ' ଉପରିସ୍ଥ ଅଧିକାରୀଙ୍କୁ ଜଣାଇଛନ୍ତି ବୋଲି ପ୍ରକାଶ କହିଛନ୍ତି।
