ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ରାଜେଶ୍ୱରୀ ନୟକଙ୍କୁ "ଉତ୍କଳ ସାହିତ୍ୟ ସୁରଭି "ସମ୍ମାନ

ଭୁବନେଶ୍ୱର, 22/05/2025, ଉତ୍କଳ voice news - utkalvoicenews.com
Article Image
ବିଶିଷ୍ଟ କବୟିତ୍ରୀ, ସାମ୍ୱାଦିକା ରାଜେଶ୍ୱରୀ ନାୟକଙ୍କୁ ଗତକାଲି ଜୟଦେବ ଭବନରେ ଏକ ରଙ୍ଗାରଙ୍ଗ ଉତ୍ସବରେ "ଉତ୍କଳ ସାହିତ୍ୟ ସୁରଭି " ସମ୍ମାନରେ ସମ୍ମାନୀତ କରାଯାଇଛି। ଓଡ଼ିଶା ସିନେ ୱାର୍କସ ଆସୋସିଏସନ ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଇ ଉତ୍ସବରେ ସମ୍ମାନୀତ ଅତିଥି ଓଡ଼ିଆ ଭାଷା ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂସୀ ସୂରଜ,ଓଡ଼ିଶା ସିନେ ୱାର୍କସ ଆସୋସିଏସନ ଏବଂ ଅଲ ଇଣ୍ଡିଆ ସିନେ ୱାର୍କର୍ସ ଆସୋସିଏସନ ଡ଼କ୍ଟର ପୂର୍ଣ୍ଣଚନ୍ଦ୍ର ବେହେରା, ଓଡ଼ିଶା ସିନେ ୱାର୍କର୍ସ ସଭାପତି ଦେବକାନ୍ତ ମିଶ୍ର (ବବି )ଏବଂ ମଞ୍ଚରେ ଓଡ଼ିଶାର ବିଶିଷ୍ଟ ହାସ୍ୟ ଅଭିନେତା ହରିହର ସାହୁଙ୍କ ଠାରୁ ମାନପତ୍ର,ଫଳକ ଉତ୍ତରୀୟ ଅଙ୍ଗବସ୍ତ୍ର ଗ୍ରହଣ କରିଥିଲେ।ରାଜେଶ୍ୱରୀ ନାୟକ ଜଣେ ସରଳ, ମିଷ୍ଟଭାସି, ସୁ ଲେଖିକା, ସାମ୍ବାଦିକରେ ଡିଗ୍ରୀ ହାସଲ କରିବା ସହିତ ଉତ୍କଳ ସଂଗୀତ ନାଟକ ଏକାଡେମୀର ଛାତ୍ରୀ ଅଟନ୍ତି। ଜୀବନର ପ୍ରତିଟି ଘାଟ ପ୍ରତିଘାତକୁ ସାମ୍ନା କରି ସେ ଆଗକୁ ଯିବାକୁ ପ୍ରୟାସ ଜାରି ରଖିଛନ୍ତି। ସେ କହିଛନ୍ତି ନିଜର ଇଚ୍ଛା ଶକ୍ତିଥିଲେ କେହିନା କେହି ସଫଳତା ହାସଲ କରି ପାରିବେ। ତାଙ୍କର ଏହି ସଫଳତା ତାଙ୍କର ବାପା ମା, ସାଙ୍ଗସାଥୀ ଓ ଶୁଭେଛୁ ଙ୍କୁ ଶ୍ରେୟ ଦେଇଛନ୍ତି।
1