କୁଜଙ୍ଗ, 23/05/2025, ଉତ୍କଳ voice news - utkalvoicenews.com

ଜଗତସିଂହପୁର ଜିଲ୍ଲା ଅରିଲୋସ୍ଥିତ ପ୍ରସିଦ୍ଧ ଶିଶୁ ଅନନ୍ତ ଆଶ୍ରମ ପରିସରରେ ପୂଜ୍ୟ ପୂଜକ ପଦ୍ମଶ୍ରୀ ବାବା ବଳିଆଙ୍କ ଆହ୍ୱାନରେ ପୂଜ୍ୟ ବାବାଙ୍କ ଶିଷ୍ୟ ଡ଼ଃ ଚିଦାନନ୍ଦ ବ୍ରହ୍ମଚାରି ଓ ଡ଼ଃ ଅରୁଣ କୁମାର ପାଣିଙ୍କ ଅନୁରୋଧରେ ରାଜ୍ୟର ବିଭିନ୍ନ ସ୍ଥାନ ରୁ ସାଧୁସନ୍ଥ ମାନଙ୍କୁ ଆମନ୍ତ୍ରଣ କରାଯାଇ " ସନ୍ଥ ତୀର୍ଥ ପୂଜନ ଉତ୍ସବ " ଅନୁଷ୍ଠିତ ହୋଇଯାଇଛି। ଆଶ୍ରମର ବାବାଜୀ ମନୋଜ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂଜ୍ୟ ବାବା ବାବା ବଳିଆ ସମ୍ମିଳନୀର ଉଦ୍ଦେଶ୍ୟ ଜ୍ଞାପନ କରି କହିଲେ ଯେ ପ୍ରବଚନ, ଯଜ୍ଞ ଅପେକ୍ଷା ଦେଶ ଓ ଧର୍ମର ସୁରକ୍ଷା ସନ୍ଥଙ୍କ ପ୍ରଥମ କର୍ତ୍ତବ୍ୟ ହେବା ଉଚିତ। ଅନ୍ୟ ସନ୍ଥ ମାନଙ୍କ ମଧ୍ୟରେ ଛତିଆ ବଟର ସନମଣିମା ଜଗନ୍ନାଥ ଦାସମହାରାଜ, ବିଜ୍ଞାନୀ ଗୁରୁ ଶ୍ରୀସନ୍ଥ , ବାବା ବିଶ୍ୱାନନ୍ଦ ଦାସ , ରାଷ୍ଟ୍ରୀୟ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ ସତ୍ୟାନନ୍ଦଦାସ ମହାରାଜ, ଦିବାକର ଦାସମହାରାଜ,ନଳିନୀ ଜୀ ମହାରାଜ, ବାବା ବିଜୟାନନ୍ଦ ପୁରୀ , ବାବା ଲଷ୍ମୀଧର ଦାସ, ଶ୍ରୀଶଙ୍କରାଚାର୍ଯ୍ୟଙ୍କ ପ୍ରତିନିଧି ପଣ୍ଡିତ ମାତୃପ୍ରସାଦ ମିଶ୍ର,ଧ୍ୟାନକୁଦ ପୀଠର ଅରକ୍ଷିତ ଦାସ, ସ୍ୱାମୀ ଅସୀମାନନ୍ଦ ସରସ୍ବତୀ, ସନ୍ଥ ଦ୍ବିପକ ଦାସ, ସ୍ୱାମୀ ବ୍ରହ୍ମନନ୍ଦ ସରସ୍ବତୀ ପ୍ରମୁଖଙ୍କ ସହ ପ୍ରାୟ ଶତାଧିକ ସାଧୁସନ୍ଥ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ମାର୍ଗଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ଭବ୍ୟ କୀର୍ତ୍ତନ ଶୋଭାଯାତ୍ରାରେ ସନ୍ଥ ମାନଙ୍କୁ ସ୍ୱାଗତ ସହ ମଞ୍ଚକୁ ଆମନ୍ତ୍ରଣ କରାଯାଇ ପତିହରା ମା ମାନଙ୍କ ଦ୍ୱାରା ଉପଢୌକନ, ଚନ୍ଦନ ଅକ୍ଷତ ପୁଷ୍ପମାଲ୍ୟ ଏବଂ ତାମ୍ର ପାତ୍ରରେ ତୁଳସୀ ବୃକ୍ଷ ପ୍ରଦାନ କରାଯାଇ ପୂଜାର୍ଚନା କରାଯାଇଥିଲା। ଆଶ୍ରମର ସନ୍ୟାସ ଶ୍ରୀବାସ ଦାସ, ପ୍ରଣବାନନ୍ଦ ଦାସଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ସେବକ ଗୋପାଳ ଦାସ, ସଞ୍ଜୟ ଦାସ, ତପନ ଦାସ, ପ୍ରସାଦ ଦାସ , କାଳିଆ ନନା, ପଣ୍ଡିତ ପ୍ରତାପ ଦାଶ , ରାମାୟଣୀ ପଣ୍ଡିତ ଅଭୟ ଦାଶଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।