କୁଜଙ୍ଗ, 23/05/2025, ଉତ୍କଳ voice news - utkalvoicenews.com

ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀ ତିର୍ତୋଲ ବ୍ଲକ ଅଧୀନ ଗୋପାଳପୁର ଶଙ୍ଖେଶ୍ୱର ଗ୍ରାମପଞ୍ଚାୟତର ବିଜିପୁର ଠାରେ ତା 21/05/2025 ବୁଧବାର ଦିନ ଭାରତୀୟ ଜନତା ପାର୍ଟି ତତଫରୁ ପଞ୍ଚାୟତ ସ୍ତରୀୟ ସାଙ୍ଗଠନିକ କର୍ମକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ପୂର୍ବତନ ମଣ୍ଡଳ ସଭାପତି ମନୋରଞ୍ଜନ ଦାସଙ୍କ ସଭାପତିତ୍ୱ ରେ ଗୋପାଳପୁର ଗ୍ରାମପଞ୍ଚାୟତର ପ୍ରତେକଟି ୱାର୍ଡର ବିକେପିର ବରିଷ୍ଠ କର୍ମକର୍ତ୍ତା,ମାତୃଶକ୍ତି ଓ ଯୁବକ ଭାଇ ମାନେ ବହୁ ସକ୍ଷାରେ ସାମିଲ ହୋଇଥିଲେ। ଉକ୍ତ ସାଙ୍ଗଠନିକ ବୈଠକରେ ନିକଟ ଗ୍ରାମ ପଞ୍ଚାୟତର ବିଜେପି ପ୍ରଭାରୀ ପ୍ରଶାନ୍ତ କୁମାର ପଣ୍ଡା ଉପସ୍ଥିତ ସହିତ ଅନ୍ୟମାନଙ୍କ ମଧ୍ୟରେ ଦାଇଁଲୋ ମଣ୍ଡଳ ଯୁବମୋର୍ଚା ସଭାପତି ନିହାର ରଞ୍ଜନ ମହାପାତ୍ର, ବରିଷ୍ଠ କର୍ମୀ ଧ୍ରୁବ ଚରଣ ଦାସ,ବିଳାସ ସେନାପତି, ବୈଷ୍ଟମ୍ବ ଚରଣ ସେଠି,ଯଶୋବନ୍ତ ସାହୁ, ଶ୍ରୀମତୀ ଶାନ୍ତିଲତା ରାଏ, ବାଦଲ କୁମାର ସାହୁ, ଅକ୍ଷୟ କୁମାର ବରାଳ ଇତ୍ୟାଦି କାର୍ଯ୍ୟକର୍ତ୍ତା ଓ ସଦସ୍ୟ ସଦସ୍ୟା ମାନଙ୍କ ଉପସ୍ଥିତରେ ସର୍ବସମ୍ମତିକ୍ରମେ ଗୋପାଳପୁର ଶଙ୍ଖେଶ୍ୱର ଗ୍ରାମପଞ୍ଚାୟତ ବିଜେପି ସଂଗଠନ କୁ ସୁଦୃଢ ଓ ଅଧିକ କ୍ରିୟାଶୀଳ କରିବା ନିମନ୍ତେ ପଞ୍ଚାୟତର ବିଜେପି ସାଙ୍ଗଠନିକ ଦାଇତ୍ୱ ସମାଜସେବୀ ଶ୍ରୀଯୁକ୍ତ ବିଜୟ କୁମାର ବିଶ୍ୱାଳ(କୁବେର ଭାଇ) ଙ୍କୁ ପ୍ରଦାନ କରାଯାଇଥିଲା। ଶ୍ରୀଯୁକ୍ତ ବିଶ୍ୱାଳ ବୈଠକରେ ଉପସ୍ଥିତ ସମସ୍ତ କର୍ମକର୍ତ୍ତା ମାନଙ୍କୁ ଧନ୍ୟବାଦ ଦେଇ କହିଥିଲେ ଆଗାମୀ ଦିନରେ କିପରି ଭାରତୀୟ ଜନତା ପାର୍ଟିର ଗୋପାଳପୁର ପଞ୍ଚାୟତରେ ସଂଗଠନ ମଜବୁତ ହୋଇପାରିବ ଓନୂତନ ସଭ୍ୟ ସଭ୍ୟା ଯୋଗଦେବା ଉପରେ 22ଗୋଟି ୱାର୍ଡରେ ବିଜେପିର କର୍ମକର୍ତ୍ତା ମାନେ ଅଧିକ ସକ୍ରିୟ ହୋଇପାରି ବିକାଶର କାର୍ଯ୍ୟକୁ ସହଯୋଗ କରିପାରିବେ ସେ ସେଥିପ୍ରତି ସମର୍ପିତ ବୋଲି ତାଙ୍କ ଅଭିଭାଷଣରେ ପ୍ରକାଶ କରିବା ସହିତ ବରିଷ୍ଠ କାର୍ଯ୍ୟକର୍ତ୍ତା ଙ୍କ ମାର୍ଗଦର୍ଶନ ଓ ଆଶ୍ରିବାଦ ଲୋଡ଼ିଥିଲେ।
