ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଭାଗ୍ୟଲକ୍ଷ୍ମୀ ତିର୍ତୋଲ କଲେଜ +2 ବିଜ୍ଞାନ ଟପ୍ପର.

ତିର୍ତୋଲ, 24/05/2025, ଉତ୍କଳ voice news - utkalvoicenews.com
Article Image
+2 ଶ୍ରେଣୀର ଫଳ ପ୍ରକାଶ ପାଇଥିବା ବେଳେ ତିର୍ତୋଲ ସ୍ଥିତ ଆଦିକବି ସାରଳା ଦାସ ମହାବିଦ୍ୟାଳୟର +2 ବିଜ୍ଞାନ ଛାତ୍ରୀ ଭାଗ୍ୟଲକ୍ଷ୍ମୀ ରାଉତ ସମୁଦାୟ 541 ନମ୍ବର ରଖି ଟପ୍ପର ହୋଇଛନ୍ତି. ମହାବିଦ୍ୟାଳୟ +2 ବିଜ୍ଞାନରେ 268 ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବାବେଳେ 147 ଜଣ ପ୍ରଥମ ଶ୍ରେଣୀ, 66 ଜଣ ଦ୍ୱିତୀୟ ଶ୍ରେଣୀ, 21 ଜଣ ତୃତୀୟ ଶ୍ରେଣୀରେ ଉତୀର୍ଣ୍ଣ ହୋଇଛନ୍ତି. ଟପ୍ପର ହୋଇଥିବା ଭାଗ୍ୟଲକ୍ଷ୍ମୀ ତାଙ୍କର ଏହି ସଫଳତା ପାଇଁ ସାରଳା କୋଚିଂ ଶିକ୍ଷା କେନ୍ଦ୍ରର ମୁଖ୍ୟ ପରିଚାଳକ ବୁବୁଲା ସାର ଓ ଅନ୍ୟ ଅଧ୍ୟାପକ, ଅଧ୍ୟାପିକା, ତିର୍ତୋଲ କଲେଜର ଅଧ୍ୟାପକ ଅଧ୍ୟାପିକା ଓତାଙ୍କର ପିତା ମାତାଙ୍କୁ ଶ୍ରେୟ ଦେଇଛନ୍ତି. ସେ ଭବିଷ୍ୟତରେ ଜଣେ ଅଧ୍ୟାପିକା ହେବ ପାଇଁ ଲକ୍ଷ୍ୟ ରଖିଛନ୍ତି.ଭାଗ୍ୟଲକ୍ଷ୍ମୀର ସଫଳତା ପାଇଁ ଶାରଳା କୋଚିଂର ମୁଖ୍ୟ ବୁବୁଲା ସାର ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରିଥିଲେ.
1