ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଘଡଘଡି ପଡି ନଡ଼ିଆ ଗଛ ଜଳିଯିବା ସହିତ ଇଲେକ୍ଟ୍ରିକାଲ ସରଞ୍ଚାମ ପୋଡି ନଷ୍ଟ

ଏରସମା, 24/05/2025, ଉତ୍କଳ voice news - utkalvoicenews.com
Article Image
ଏରସମା ବ୍ଲକ ଅନ୍ତର୍ଗତ ବାମଦେଇପୁର ପଞ୍ଚାୟତ କଙ୍କରଦିଆ ଗ୍ରାମରେ ଘଡଘଡି ପଡ଼ିବା ସହିତ ଏକାଧ୍ରିକ ଇଲେକ୍ଟ୍ରିକାଲ ସରଞ୍ଜାମ ପୋଡ଼ି ପାଉଁଶ ହୋଇଯାଇଛି। ଲଘୁଚାପ ଜନିତ ବର୍ଷା ହେବା ଫଳରେ ଶନିବାର ଦିନ ମଧ୍ୟାହ୍ନରେ ଦୀର୍ଘ ଦୁଇଘଣ୍ଟା ଧରି ବିଜୁଳି ,ଘଡଘଡି ସହିତ ପ୍ରର୍ବଳ ବର୍ଷା ହୋଇଥିଲା। କଙ୍କରଦିଆ ଗ୍ରାମର ସମସ୍ତ ଗ୍ରାମବାସୀମାନେ ନିଜ ନିଜର ବାସଗୃହରେ ଥିବା ବେଳେ କହ୍ନେଇ ଚରଣ ପ୍ରଧାନଙ୍କ ଏକ ଫଳନ୍ତି ନଡ଼ିଆ ଗଛ ଉପରେ ଘଡଘଡି ପଡ଼ିଥିଲା । ଅକସ୍ମାତ ଏହି ଦୈବ ଦୃଘାଟଣାରେ କହ୍ନେଇଙ୍କ ଗୋଟିଏ ନଡ଼ିଆ ଗଛ ପୋଡି ନଷ୍ଟହେବା ସହିତ କଙ୍କରଦିଆ ଗ୍ରାମର ସତ୍ୟାନନ୍ଦ ପୁହାଣ, ନିତ୍ୟାନନ୍ଦ ପ୍ରଧାନ, ସୌର ପ୍ରଧାନ, ଗୌର ପ୍ରଧାନ, ପଞ୍ଚୁଆ ପୁହାଣ, ସୁର ପ୍ରଧାନ, ସୁକାନ୍ତ ପ୍ରଧାନ, ବିଜୟ କୁମାର ପ୍ରଧାନ, ଅଜୟ ପ୍ରଧାନ,ବନମାଳୀ ପୁହାଣ, ଅଜୟ ପଲେଇ ଓ ଦିବାକର ପଲାଇଙ୍କ ଟିଭି, ଫ୍ରିଜ୍,ଇନ୍ଭଟର, ଫ୍ୟାନ୍,ବଲ୍ ଆଦି ବହୁ ଆସବାପତ୍ର ପୋଡି ଯାଇଛି।
1