ଏରସମା, 30/12/2024, ଉତ୍କଳ voice news - utkalvoicenews.comଉଭୟ କ୍ରୃଷି ବିଭାଗ ଓ ରାଜସ୍ବ ବିଭାଗ ପକ୍ଷରୁ ମିଳିତ ଭାବେ ଏରସମା ଅଞ୍ଚଳର ଖରିଫ୍ ଚାଷ କ୍ଷୟକ୍ଷତିର ଆକଳନ ଆରମ୍ଭ ହୋଇଥଲା ବେଳେ, ପୂର୍ବାହ୍ନରେ ଏରସମା ତହସିଲଦାର ଦେବୀ ପ୍ରଶାଦ ଆଚାର୍ଯ୍ୟ, ବଳେଇପୁର, ଚଟୁଆ, ବାଲିତୁଠ ପଞ୍ଚାୟତର ବଡ ଗବପୁର, ଭାଲୁକନ୍ଧା ପ୍ରଭ୍ରୃତି ବିଭିନ୍ନ ଅଞ୍ଚଳ ବୁଲି କ୍ଷୟକ୍ଷତିର ଅନୁଧ୍ୟାନ କରିଛନ୍ତି।
ବାଲିତୁଠ ପଞ୍ଚାୟତର ବଡ ଗବପୁର ଠାରେ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ବିକାଶ କୁମାର ପରିଡ଼ା, ବାଲିତୁଠ ସରପଞ୍ଚ ପ୍ରଫୁଲ୍ଲ କୁମାର ଦାସ, ବାଲିତୁଠ ପୂର୍ବତନ ସରପଞ୍ଚ ଅଖିଳ ବଲ୍ଲଭ ସ୍ଵାଇଁ, ଶରତ ପାତ୍ର,ଅନୁଜ ରାୟ,ଧ୍ରୃବ ଚରଣ ରାଉତ,ଇନ୍ଦ୍ରଜିତ ପରିଡା, ବାବାଜୀ ବାରିକ, ଶ୍ୟାମସୁନ୍ଦର ଖଟୁଆ, କୃଷ୍ଣମୋହନ ରାଉତ, ସୁବଳ ବାରିକ, ବଟକୃଷ୍ଣ ସାହୁ ଓ ନିବାରଣ ପରିଡ଼ା ପ୍ରମୁଖ ଚାଷୀମାନେ, ତହସିଲଦାରଙ୍କୁ ଧାନ ଗଜା ହୋଇଥିବାର ଦେଖାଇଥିଲେ।ତେବେ ଏ ସମ୍ପର୍କିତ ରିପୋର୍ଟ ସରକାରଙ୍କୁ ଦିଆଯିବ ବୋଲି ଏରସମା ତହସିଲଦାର ଶ୍ରୀ ଆଚାର୍ଯ୍ୟ ଚାଷୀମାନଙ୍କୁ କହିଛନ୍ତି।ତହସିଲଦାରଙ୍କ ସହିତ ରାଜସ୍ଵ ବିଭାଗ ଓ କ୍ରୃଷି ବିଭାଗ କର୍ମଚାରୀମାନେ ଉପସ୍ଥିତ ଥିଲେ।