ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପାରାଦୀପ ଗଡ ସରପଞ୍ଚ ଙ୍କ ଦ୍ଵାରା ବିଭିନ୍ନ ପ୍ରକଳ୍ପ ର ଶିଳାନ୍ୟାସ ଓ ଉଦ୍ଘାଟନ l

ପାରାଦୀପ ଗଡ, 01/01/2025, ଉତ୍କଳ voice news - utkalvoicenews.comଅଦ୍ୟ ତା ୦୧.୦୧.୨୦୨୫ ରିଖ : ନୂଆବର୍ଷ ଅବସରରେ ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା ପଞ୍ଚାୟତ ର ବିଭିନ୍ନ ଗ୍ରାମରେ ମାରାଥନ ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି l
Article Image
ପ୍ରଥମେ ଚକ୍ରଧରପୁର ନୃସିଂହ ମହାପ୍ରଭୁ ଙ୍କ ପୀଠ ସ୍ଥଳୀ ଠାରେ ସୁଗମ ସଭାସ୍ଥଳି ର ଉଦ୍ଘାଟନ ଓ ସୁଗମ ଗାଧୁଆ ତୁଠ ର ଭୂମିପୂଜା, ପାରାଦୀପ ଗଡ ନୂଆ ସକାଳ ସାଂସ୍କୃତିକ ପରିଷଦ ଓ ଶ୍ରୀଲୋକନାଥ ମନ୍ଦିର ପରିସର ରେ ଗୋଷ୍ଟି ଶୌଚାଳୟ ର ଶୁଭ ଉଦ୍ଘାଟନ ଓ ପାରାଦୀପ ପ୍ରାଥମିକ କୃଷି ସମବାୟ ସମିତି ନୂତନ ଗୃହ ଓ ଗୋଦାମ ଘର ନିର୍ମାଣ ପାଇଁ ଭୂମିପୂଜା ଓ ଶିଳାନ୍ୟାସ ଏବଂ କତକୁଲl ହନୁମାନ ପୀଠ ପରିସରରେ ଭାଗବତ ଟୁଙ୍ଗି ର ଭୂମିପୂଜା କରିଛନ୍ତି l
Article Image
ବର୍ତ୍ତମାନ ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ରେ ଟ୍ରିପିଲି ଇଞ୍ଜିନ ସରକାର ଚାଲୁଥିବାରୁ ଆଗାମୀ ଦୁଇ ବର୍ଷ ମଧ୍ୟରେ ପଞ୍ଚାୟତ ରେ ବକେୟା ଥିବା ସମସ୍ତ କାର୍ଯ୍ଯ କୁ ସାରି ଦିଆଯିବ ବୋଲି ସରପଞ୍ଚ ଶ୍ରୀମତି ସସ୍ମିତା ବେହେରା ପ୍ରକାଶ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଟ ଆଇନଜୀବୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା, ଚନ୍ଦ୍ର ଶେଖର ଚୌଧୁରୀ, ଅଲେଖ ମହାରଥା, ପ୍ରଭାତ କୁମାର ସାହୁ, କୁଳମଣି ମହାପାତ୍ର, ପ୍ରଦୀପ ସ୍ୱାଇଁ, ଗୋଲାପି ବେହେରା, ୱାର୍ଡ ସଭ୍ୟା କଳ୍ପନା ଖଟୁଆ, ଶକୁନ୍ତଳା ସ୍ୱାଇଁ, ରେବତୀ ସ୍ୱାଇଁ, ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l
1