କୁଜଙ୍ଗ , 24/05/2025, ଉତ୍କଳ voice news - utkalvoicenews.com

ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ୍ ଅନ୍ତର୍ଗତ ବାଗୋଇ ଗ୍ରାମର ନମିତା ଜୟସିଂହ, ସ୍ୱାମୀ- ଭାବାଗ୍ରାହୀ ଜୟସିଂହ, ଗତ ୨୩ ତାରିଖ ରାତିରେ ସେ ଶୌଚ କରିବାକୁ ବାହାରକୁ ଯାଇଥିଲା ବେଳେ ସେହି ସମୟରେ ସେ ଏକ ବଡ଼ ଶବ୍ଦ ଶୁଣିବାକୁ ପାଇଲେ । ବାହାରକୁ ଆସି ଦେଖିଲେ ଯେ ସଚ୍ଚିଦାନନ୍ଦ ପଣ୍ଡା ଙ୍କ ପୁଅ ତପନ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାଙ୍କ ଗାଡ଼ିର କାଚ ଭାଙ୍ଗୁଛନ୍ତି । ଯେତେବେଳେ ସେ (ନମିତା ଜୟସିଂହ) ବିରୋଧ କଲେ, ଅଭିଯୁକ୍ତ ତାଙ୍କୁ ଧମକ ଦେବା ସହିତ ସେହି କଟୁରୀ ସାହାଯ୍ୟରେ ତାଙ୍କୁ ଆକ୍ରମଣ କରିଥିଲେ। କିନ୍ତୁ ସୌଭାଗ୍ୟବଶତଃ କଟୁରୀ ଟି ତାଙ୍କ ମୁଣ୍ଡ ରେ ନ ବାଜି ବାମ ହାତରେ ବାଜିଥିଲା ଏବଂ ସେ ଘଟଣା ସ୍ଥଳରେ ନିଜ ଜୀବନ ବଞ୍ଚାଇ ବାକୁ ଏଣେ ତେଣେ ଦୌଡ଼ିବା ସହ ଚିତ୍କାର କରିଥିଲେ। ନମିତାଙ୍କ ଚିତ୍କାର ଶୁଣି ଅନ୍ୟ ଗ୍ରାମବାସୀମାନେ ଉଠିପଡ଼ିଲେ ଓ ସେଠାରେ ରୁଣ୍ଡ ହୋଇ ଯାଇଥିଲେ ଅଭିଯୁକ୍ତ ତପନ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। କିଛି ଉପାୟ ନ ପାଇ ନମିତା କୁଜଙ୍ଗ ଥାନାର ଦ୍ୱାରସ୍ତ ହୋଇ ନିଜର ଅଭିଯୋଗ କରିଥିଲେ। ଅଭିଯୋଗ କୁ କେନ୍ଦ୍ର କରି କୁଜଙ୍ଗ ପୋଲିସ ଅଭିଯୁକ୍ତ ତପନ ବିରୋଧରେ ୧୮୮/୨୫ ମାମଲା ରୁଜୁ କରିଛି । ପୋଲିସ ଘଟଣାର ତୁରନ୍ତ ତଦନ୍ତ କରି ଅଭିଯୁକ୍ତ କୁ ଗିରଫ କରିବା ସହିତ କଟୁରୀ ଜବତ କରି ଅଭିଯୁକ୍ତକୁ ମାନ୍ୟବର କୋର୍ଟକୁ ପଠାଇଛନ୍ତି। ଦିନକୁ ଦିନ କୁଜଙ୍ଗ ଅଂଚଳରେ ଚୋରି, ଅପହରଣ, ଡକାୟତି, ମରଣାସ୍ତ୍ର ଆକ୍ରମଣ, ରାହାଜାନି ଭଳି ସଙ୍ଗୀନ ଅପରାଧ ବଢ଼ିବାରେ ଲାଗିଛି. ପ୍ରଶାସନ ଏହାକୁ ଦମନ କରିବାରେ କେତେ ସଫଳ ହେଉଛି ତାହା ଦେଖିବାକୁ ବାକି ରହିଲା
(କୁଜଙ୍ଗ ରୁ ମନୋଜ କୁମାର ଜେନା ଙ୍କ ରିପୋର୍ଟ)
