ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ମନ୍ତ୍ରୀ ବାଣ୍ଟିଲେ ସାବିତ୍ରୀ ଲୁଗା ଓ ଟଙ୍କା

ବୁଗୁଡ଼ା, 25/05/2025, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ) :
Article Image
ଆମ ହିନ୍ଦୁ ସଂସ୍କୃତି ଓ ପରମ୍ପରାରେ ସାବିତ୍ରୀ ଅମାବାସ୍ୟା ଏକ ଅତୁଟ ବନ୍ଧନ ଏହି ପରିପ୍ରେକ୍ଷୀରେ ଆଜି ପୋଲସରା ନିର୍ବାଚନ ମଣ୍ଡଳୀ ବୁଗୁଡ଼ା ବ୍ଲକର ସଙ୍ଗମ କଲ୍ୟାଣ ମଣ୍ଡପ ପ୍ରାଙ୍ଗଣରେ ଅନୁଷ୍ଠିତ ବିଶେଷ କାର୍ଯ୍ୟକ୍ରମରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଭଉଣୀଙ୍କ (ପ୍ରିୟ ମିଟୁ ଭାଇ )ଯୋଗଦେଇ ଦଳର କାର୍ଯ୍ୟକର୍ତ୍ତା ଭଉଣୀ, ଏମ୍ ବି କେ,ସି ଆର ପି, ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ ଓ ବ୍ୟାଙ୍କ ମିତ୍ର ଭଉଣୀ ମାନଙ୍କୁ ସାବିତ୍ରୀ ଭେଟି ତାଙ୍କ ଶ୍ରମ ଓ ସେବାକୁ ନମନ କରି ଏକ ଖଣ୍ଡ ଲୁଗା, ସାବିତ୍ରୀ ଯୋଗାଡ଼ ସହିତ ୧୦୦ ଟଙ୍କା ପ୍ରଦାନ କରିଥିଲେ।ପବିତ୍ର ସାବିତ୍ରୀ ଅମାବାସ୍ୟା ଅବସରରେ ଭଉଣୀମାନେ ନିଜ ସ୍ଵାମୀଙ୍କ ଦୀର୍ଘାୟୁଷ୍ୟ ନିମନ୍ତେ ଯେପରି ଉପବାସ ଓ ପୂଜା କରନ୍ତି, ତାହା ଏକ ଅଦ୍ୱିତୀୟ ଭକ୍ତିର ନିଦର୍ଶନ।ଏହି ଅବସରରେ ସମସ୍ତ ଭଉଣୀମାନଙ୍କୁ ସାବିତ୍ରୀ ଭାର ବଣ୍ଟନ କରି ମୁଁ ଗର୍ବିତ ଅନୁଭବ କରିବା ସହ ଓଡ଼ିଆ ସାଂସ୍କୃତିକ ଅଗ୍ରାଧିକାର ଦେବା ପାଇଁ ଆମେ ସର୍ବଦା ତତ୍ପର ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ ପ୍ରକାଶ କରିଥିଲେ। ଏହି ଅବସରରେ ସାବିତ୍ରୀ ଭେଟି ପାଇଥିବା ଭଉଣୀ ମାନେ ମନ୍ତ୍ରୀଙ୍କୁ ପ୍ରିୟ ମିଟୁ ଭାଇ ବୋଲି ପ୍ରଶଂସା କରି ବହୁତ ଖୁସି ଅନୁଭବ କରି ଥିଲେ। ଉପାଧ୍ୟକ୍ଷ ମାନସ ରଂଜନ ପ୍ରଧାନ,ବିଧାୟକ ପ୍ରତିନିଧି ହରିହର ସାହୁ, ଯୁବମୋର୍ଚ୍ଚା ସାଧାରଣ ସଂପାଦକ କୃଷ୍ଣ ଚନ୍ଦ୍ର ମହାପାତ୍ର,ନଗର ସଭାପତି କେଦାରନାଥ ମହାରଣା, ଏନ୍ ଏ ସି ମଣ୍ଡଳ ସଭାନେତ୍ରୀ ଡି ରେଶ୍ମା ପାତ୍ର, ସୁନୀଲ ପାଢ଼ୀ, ପୂର୍ଣ୍ଣଚନ୍ଦ୍ର ଜେନା, ପ୍ରଦୀପ ସାହୁ ସମେତ ବହୁ ଜନପ୍ରତିନିଧି ଉପସ୍ଥିତ ଥିଲେ।
1