ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବିକ୍ଷିପ୍ତା ସାହିତ୍ୟ ଅନୁଷ୍ଠାନର ଆବାହନୀ ସଂଗୀତ ଲୋକାର୍ପଣ ଓ ସାହିତ୍ୟ ସଭା ଅନୁଷ୍ଠିତ

ବୁଗୁଡ଼ା, 25/05/2025, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ) :
Article Image
ବିକ୍ଷିପ୍ତା ସାହିତ୍ୟ ଅନୁଷ୍ଠାନ ପକ୍ଷରୁ ଆବାହନୀ ସଂଗୀତ ଲୋକାର୍ପଣ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠାନ ର ସାଧାରଣ ସମ୍ପାଦକ ଡ.ଶ୍ୟାମା ପ୍ରସାଦ ମିଶ୍ର ତତ୍ୱାବଧାନରେ ଏବଂ ଶ୍ରୀ ସୁପ୍ରଜିତ ସାହୁଙ୍କ ଉଦଘୋଷଣାରେ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ସ୍ଥିତ ଶଶୀ ଭୂଷଣ ରଥ ସରକାରୀ ସ୍ୱୟଂ ଶାସିତ ମହିଳା ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବହୁ ଆଗଧାଡିର ସାହିତ୍ୟିକ ଯୋଗଦେଇଥିଲେ। କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ଆବାହନୀ ସଂଗୀତ ବିକ୍ଷିପ୍ତା ଆମର ଗର୍ବ ବିକ୍ଷିପ୍ତା ଆମରି ସ୍ୱାଭିମାନ ଲୋକାର୍ପଣ ହୋଇଥିଲା। ଉଦଘାଟକ ଭାବେ ସୁରେଶ ଚନ୍ଦ୍ର ରଥ,ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ଡ଼ ଭଗବାନ ସାହୁ,ମୁଖ୍ୟବକ୍ତା ଭାବେ କୃତିବାସ ବିଶ୍ୱାଳ,ସମ୍ମାନିତ ଅତିଥି ଭାବେ ଡ଼. ମନୋରମା ଦାଶ ଯୋଗଦେଇଥିଲେ । ପ୍ରଥମ ଅଧିବେଶନକୁ ସଭାପତିତ୍ୱ କରିଥିଲେ ଅନୁଷ୍ଠାନର ସଭାପତି ଗୌରୀପତି ଦାଶ। ଦ୍ୱିତୀୟ ପର୍ଯ୍ୟୟରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା ଉକ୍ତ କାର୍ଯ୍ୟକ୍ରମରେ ବରଣ୍ୟ ଅତିଥି ଭାବେ ଇଂ ଯାମିନୀକାନ୍ତ ଦାଶ, ସମ୍ମାନିତ ଅତିଥି ଭାବେ ବରିଷ୍ଠ କବି ସୁଶାନ୍ତ ଦାଶ, ମିହିର ରଞ୍ଜନ ତ୍ରିପାଠୀ, ନୀଳକଣ୍ଠ ସାହୁ, ଡ଼ ସଞ୍ଜୟ କୁମାର ପଣ୍ଡା, ଇଂ ଭରତ ଚରଣ ବେହେରା, ଇଂ ଆଶୁତୋଷ ପାତ୍ର ଯୋଗଦେଇଥିଲେ। ସେହିପରି କବିତା ପାଠ ଉତ୍ସବକୁ ସଭାପତିତ୍ୱ କରିଥିଲେ ଇଂ ପ୍ରସନ୍ନ କୁମାର ଦାଶ, ଅତିଥି ଭାବେ ଯୋଗଦେଇଥିଲେ ସାହିତ୍ୟିକ ଡ଼ ଲକ୍ଷ୍ମୀ ନାରାୟଣ ଦାଶ, ପ୍ରଫୁଲ୍ଲ କୁମାର ତ୍ରିପାଠୀ,ଅମୂଲ୍ୟ କୁମାର ଦାଶ, ବିଜୟ ମିଶ୍ର ଓ ସାହିତ୍ୟିକା ବନ୍ଦନା ପଣ୍ଡା ପ୍ରମୁଖ। କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଯୁବକବି ସୁପ୍ରଜିତ ସାହୁ, ପ୍ରଭାତୀ ମଞ୍ଜରୀ ବେହେରା, ବୈଷ୍ଠବ ଚରଣ ଦାଶ, ସୁଚେତା ପାଣିଗ୍ରାହୀ, ପଦ୍ମିନୀ ମିଶ୍ର, ନିହାରିକା ସାହୁ, ସୌଦାମିନୀ ମିଶ୍ର ପ୍ରମୁଖ।ସାମ୍ପ୍ରତିକ ସମୟରେ ସାହିତ୍ୟର ବିକାଶ ଓ ଉନ୍ନତି ନିମନ୍ତେ ଉପସ୍ଥିତ ଅତିଥି ମାନେ ସୁଚିନ୍ତିତ ମତ ଉପସ୍ଥାପନ କରିଥିଲେ। ଓଡ଼ିଶାର କୋଣ ଅନୁକୋଣରୁ ଶତାଧିକ କବି ଓ କବୟିତ୍ରୀ ଉପସ୍ଥିତ ରହି ସ୍ୱରଚିତ କବିତା ପାଠ କରିଥିଲେ। ସଂଗୀତ ନିର୍ଦ୍ଦେଶକ ଋତୁରାଜ ବସନ୍ତଙ୍କ ସଂଗୀତ ନିର୍ଦ୍ଦେଶନାରେ ସୃଷ୍ଟି ହୋଇଥିବା ବିକ୍ଷିପ୍ତା ଅନୁଷ୍ଠାନର ଆବାହନୀ ସଂଗୀତକୁ ବେଶ ପ୍ରଶଂସା କରିଥିଲେ ଉପସ୍ଥିତ ସାହିତ୍ୟିକ ଓ ବୁଦ୍ଧିଜୀବୀ।ଗୀତଟିକୁ ସଂଗୀତ ମହାବିଦ୍ୟାଳୟ ଛାତ୍ରୀ ଏସ. ଝରଣା କଣ୍ଠଦାନ କରିଥିବା ବେଳେ ଲେଖିଛନ୍ତି ଗୌରପଦ ଦାଶ। ଅନୁଷ୍ଠାନର ପ୍ରତିଷ୍ଠାତା ଶ୍ୟାମା ପ୍ରସାଦ ମିଶ୍ରଙ୍କ ନିରବଛିନ୍ନ ସାହିତ୍ୟ ସଂଗଠନ ଓ ପ୍ରତିଭା ମାନଙ୍କୁ ଉଚିତ ସମ୍ମାନ ପାଇଁ ଉପସ୍ଥିତ ସମସ୍ତ ସାହିତ୍ୟିକ ଓ ଅତିଥି ମାନେ ସାଧୁବାଦ ଜ୍ଞାପନ କରିଥିଲେ। ଦୀର୍ଘ ୩୭ବର୍ଷର ଏହି ଅନୁଷ୍ଠାନ ଆହୁରି ସୁଦୂରପ୍ରସାରୀ ହେଉ ବୋଲି କହିଥିଲେ ମୁଖ୍ ଅତିଥି ଡ଼ ଭଗବାନ ସାହୁ। କାର୍ଯ୍ୟକ୍ରମ ଶେଷରେ ଅନୁଷ୍ଠାନର ସଭାପତି ଶ୍ରୀ ଗୌରୀପତି ଦାଶ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।
1