ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଅଦିନିଆ ବର୍ଷା ବୁଡ଼ାଇଲା ରାହାମା ବଜାର, ଲୋକେ, ବେପାରୀ ହନ୍ତସନ୍ତ, ଦୋକାନ ରେ ପଶିଲା ପାଣି ।

ରାହାମା, 25/05/2025, ଉତ୍କଳ voice news - utkalvoicenews.com(କୁଜଙ୍ଗ ରୁ ମନୋଜ କୁମାର ଜେନା)
Article Image
ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ୍ ଅନ୍ତର୍ଗତ ପ୍ରମୁଖ ବାଣିଜିକ କେନ୍ଦ୍ର ରାହାମା ବଜାରରେ ଅଦିନିଆ ବର୍ଷା ଯୋଗୁଁ ହନ୍ତସନ୍ତ ହେଉଛନ୍ତି ବେପାରୀ, ଗ୍ରାହକ ଓ ସାଧାରଣ ଜନତା। ଜଳ ନିଷ୍କାସନ ର ବ୍ୟବସ୍ଥା ନଥିବାରୁ ଏଭଳି ଅବସ୍ଥା ଉପୁଜୁଛି ରାହାମା ବଜାରରେ । ଏ ସମସ୍ୟା ଆଜିର ନୁହେଁ ଦୀର୍ଘଦିନର ହୋଇଥିଲେ ହେଁ ଏଦିଗରେ ବିଭାଗୀୟ ଅଧିକାରୀ କୌଣସି ପଦକ୍ଷେପ ନେଉ ନଥିବାରୁ ସର୍ବ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ଆଜି ସାବିତ୍ରୀ ଅମାବାସ୍ୟା ପାଇଁ ରାହାମା ବଜାରରେ ଲୋକ ମାନଙ୍କର ଭିଡ଼ ଲାଗିଥିଲା ବେଳେ ବର୍ଷା ପାଣି ସାଜିଛି ମୁଣ୍ଡ ବ୍ୟଥା ର କାରଣ । କଟକ ପାରାଦ୍ଵୀପ ରାସ୍ତାରେ ଥିବା ବାଣିଜ୍ୟକ ପେଣ୍ଠସ୍ଥଳ ରାହାମାରେ ଦୀର୍ଘଦିନ ହେବ ଏ ସମସ୍ୟା ଲାଗିରହିଛି । ଏବେ ପରସ୍ଥିତ ଅତି ଭୟଙ୍କର ହୋଇଛି । ବର୍ଷାଦିନ ନ ହେଉଣୁ ଅଦିନିଆ ଲଘୁଚାପ ବର୍ଷାରେ ଆଣ୍ଠୁଏ ପାଣି ଜମା ହୋଇ ରହୁଛି । ଦୋକାନ ଆଗରେ ପାଣି ରହିବା ଫଳରେ ଗ୍ରାହକ ଆସୁନାହାନ୍ତି | ବର୍ଷା ପାଣି ଜମିରହିବା ଦ୍ବାରା ଦୁର୍ଗନ୍ଧ ବାହାରୁଛି।ବିଶେଷ କରି ଏଠାରେ ବ୍ୟବସାୟ କରୁଥିବା ବେପାରୀଙ୍କ ଅବସ୍ଥା ସାଂଘାତିକ ହୋଇଯାଉଛି। ପ୍ରତ୍ୟେକ ଦିନ ୨୦ହଜାର ରୁ ୩୦ ହଜାର ଲୋକ ବଜାରକୁ ଆସିଥାନ୍ତି। ୫୦ ଟି ଗ୍ରାମ ପଞ୍ଚାୟତ, ଶିଳ୍ପ ନଗରୀ ପାରାଦୀପ ଓ ପାଖ ଜିଲ୍ଲାର ଲୋକେ କ୍ରୟ ବିକ୍ରୟ କରିବାକୁ ଆସିଥାନ୍ତି। ଲୋକଙ୍କ ଜୀବନରେଖା କହୁଥିବା ରାହାମାର ଦୃଶ୍ୟ କେବେ ପରିବର୍ତ୍ତନ ହେବ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। । ତାଳପଡ଼ା ଛକ ଠାରୁ ୧୩ ସି କେନାଲ ପର୍ଯ୍ୟନ୍ତ ଉଭୟ ପାର୍ଶ୍ଵ ରେ ପନିପରିବା ମାର୍କେଟ, ଫଳ ଦୋକାନ, ଲୁଗା ଦୋକାନ, ସପିଂ ମଲ, ତେଜରାତି ଦୋକାନ ସାଙ୍ଗକୁ ୮୦୦ରୁ ଅଧିକ ବ୍ୟାବସାୟିକ ଅନୁଷ୍ଠାନ ସହିତ ରାଷ୍ଟ୍ରାୟାତ୍ତ ବ୍ୟାଙ୍କ୍ ଓ ଅନ୍ୟାନ୍ୟ ଅଫିସ୍‌ ରହିଛି| ଜଳ ନିଷ୍କାସିତ ହୋଇପାରୁ ନଥିବାରୁ ଲୋକେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି | ଜଳ ନିଷ୍କାସନର ସ୍ଥାୟୀ ସମାଧାନ ପାଇଁ ସ୍ଥାନୀୟ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଉ ନଥିବାରୁ ଏଭଳି ଅବସ୍ଥା ଉପୁଜିଛି।
Article Image
Article Image
1