ଜଗତସିଂହପୁର, 27/05/2025, ଉତ୍କଳ voice news - utkalvoicenews.com
ବଲାଙ୍ଗୀରି ଜିଲ୍ଲାରେ ଜନୈକ ଠିକାଦାର କର୍ତ୍ତବ୍ୟ ରତ ସାମ୍ବାଦିକ ଙ୍କ ଉପରେ କରିଥିବା ଆକ୍ରମଣ ପ୍ରତିବାଦରେ
ଜଗତସିଂହପୁର ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘ ଜିଲ୍ଲା ଶାଖା ସଭାପତି ମନୋଜ କୁମାର ଦାସ ଙ୍କ ନେତୃତ୍ୱ ରେ ସମସ୍ତ ସଦସ୍ୟ ଏକତ୍ରିତ ହୋଇ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ଏକ ଦାବିପତ୍ର ଉପ
ଜିଲ୍ଲା ପାଳ ଙ୍କୁ ପ୍ରଦାନ କରାଯାଇଛି l
ଦିନକୁ ଦିନ ଗଣମାଧ୍ୟମ ର କଣ୍ଠ ରୋଧ କରିବା ନିମନ୍ତେ କେତକ ଆସାଧୁ ବ୍ୟକ୍ତି ଏଭଳି ହୀନ କାର୍ଯ୍ୟ କରି ଚାଲି ଛନ୍ତି, ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ତୁରନ୍ତ ସାମ୍ବାଦିକ ସୁରକ୍ଷା ଆଇନି ଲାଗୁ କରିବା ସହିତ ଆକ୍ରମଣ କାରି କୁ ଗିରଫ କରିବା ପାଇଁ ଜଗତସିଂହପୁର ଜିଲ୍ଲା ସଙ୍ଘ ଦୃଢ଼ ଦାବିକରିଛି l