ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ମୁଖ୍ୟ ଚିକିତ୍ସାଧୂକାରୀଙ୍କୁ ଅବସରକାଳୀନ ସମ୍ବଦ୍ଧନା

କୁଜଙ୍ଗ, 01/01/2025, ଉତ୍କଳ voice news - utkalvoicenews.com୦୧/୦୧ (ଜିଏନଓ) : କୁଜଙ୍ଗ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଦୀର୍ଘଦିନ ଧରି ଅଧିକ୍ଷକ ଥିବା ସୁନାମଧନ୍ୟ ଚିକିତ୍ସକ ଡା. ପ୍ରସନ୍ନ କୁମାର ପଣ୍ଡାଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ସ୍ଥାନୀୟ ବିଦ୍ୟୁଲତା ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି ।
Article Image
ବରିଷ୍ଠ ଚିକିତ୍ସା ଅଧିକାରିଣୀ ଡା. ଚେତନା ପୁରୋହିତଙ୍କ ଅଧ୍ଯକ୍ଷତା ଓ ସୁମନ୍ତ କୁମାର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନିକଟ ଅତିତରେ ଅବସର ଗ୍ରହଣ କରିଥିବା ମହିଳା ସ୍ଵାସ୍ଥ୍ୟ ପରିଦର୍ଶିକା ନିର୍ମଳା ଓଝା, ପ୍ରେମଲତା ବାରିକ, ସୌଦାମିନି ଲେଙ୍କା, କାଂଚନବାଳା ରାଉଳ, ପ୍ରଭାତି ପାଣି, ଫାର୍ମାସିଷ୍ଟ ନିରଞ୍ଜନ ବଦ୍ଧନ, ମହିଳା ସ୍ଵାସ୍ଥ୍ୟ କର୍ମୀ ଅବନ୍ତୀ ରାଉତ, ନର୍ମଦା ଦାସଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯିବା ସହ ସେମାନଙ୍କ ଅବଦାନକୁ ସ୍ମରଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ କୁଜଙ୍ଗ ଇଣ୍ଡିଆନ୍ ବ୍ୟାଙ୍କର ଶାଖା ପରିଚାଳକ ସୁବ୍ରତ ସାହୁ, ଉପ-କୋଷାଗାର ଅଧିକାରୀ ଜନ୍ ମେଜର ଦଳାଇ, କୁଜଙ୍ଗ ଥାନା ଭାରପ୍ରାପ୍ତ ଅଧିକାରୀ ଅନିଲ କୁମାର ସାହୁ, ସବ୍ ଇନିସ୍ପେକ୍ଟର ରଶ୍ମୀରଂଜନ ସାହୁ, ବରିଷ୍ଠ ଚିକିତ୍ସାକାରୀ ଡା. ସ୍ମୃତି ରଂଜନ ମହାପାତ୍ର, ଡା. ଶିବ ପ୍ରସାଦ ସେଠି, ଡା. ଜୀବନଜ୍ୟୋତି ସ୍ଵାଇଁ, ଡା. ଐଶ୍ବର୍ଯ୍ୟା ମହାନ୍ତି, ଡା. ସଞ୍ଜୟ ରାଜ୍, ଡା. ପ୍ରତିକ୍ ଦାସ, ଡା. ପ୍ରୀତମ ଶ୍ରୀକୁମାର, ପିଏଇଓ ସନ୍ଧ୍ୟାବତୀ ସାହୁ, ସ୍ୱାସ୍ଥ୍ୟ ପର୍ଯ୍ୟବେକ୍ଷକ ବିରଜା ପ୍ରସାଦ ମହାନ୍ତି, ଡା. ଦୁର୍ଗାପ୍ରସାଦ ମିଶ୍ର, ଡା. ସମ୍ବିତ୍ କୁମାର ଲେଙ୍କା ପ୍ରମୁଖ ଡା. ପଣ୍ଡାଙ୍କ କର୍ତବ୍ୟ ପରାୟଣ ଓ ଜୀବନଶୈଳି ତଥା କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସେବା ଯୋଗାଇବାର ଅବଦାନକୁ ସ୍ମରଣ କରାଇଥିଲେ ।
Article Image
ପରିଶେଷରେ ସେକ୍‌ସନ୍ ଅଫିସର ତନ୍ମୟ ବାରିକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମରେ ଦିଲ୍ଲିପ କୁମାର ରାମ୍ ଓ ସାଥୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଡା. ପଣ୍ଡାଙ୍କ ଜୀବନ ବ୍ୟାପୀ ସାଧନା ପାଇଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ ଡାକ୍ତର, କର୍ମଚାରୀ, ଷ୍ଟାଫ୍ ନର୍ସ, ପୁଷ୍ପଗୁଚ୍ଛ ଓ ଉତରୀୟ ଦେଇ ସମ୍ବନ୍ଧିତ କରିବା ସହ ତାଙ୍କର ଅବସର ପରବର୍ତି ଜୀବନ ସୁଖମୟ ପାଇଁ ନବ ବର୍ଷରେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ ।
Article Image
Article Image
1