ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଗଞ୍ଜାମ ଜିଲ୍ଲା ସ୍ୱଦେଶୀ ଜାଗରଣ ମଞ୍ଚ ପକ୍ଷରୁ ତୁର୍କୀର ସାମଗ୍ରୀ ବର୍ଜନ ପାଇଁ ରାଲି

ବୁଗୁଡ଼ା, 27/05/2025, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ) :
Article Image
ଗଂଜାମ ଜିଲ୍ଲା ସ୍ୱଦେଶୀ ଜାଗରଣ ମଞ୍ଚ ପକ୍ଷରୁ ତୁର୍କୀ ଦେଶର ସମସ୍ତ ସାମଗ୍ରୀକୁ ବର୍ଜନ କରିବା ଉଦ୍ଦେଶ୍ୟରେ ଏକ ରାଲୀ ବୁଗୁଡ଼ା ସହରରେ ଅନୁଷ୍ଠିତ ହୋଇଥିଲା। ଗଞ୍ଜାମ ଜିଲ୍ଲା ଯୁବ ସ°ଯୋଜକ ସୁନୀଲ ପଣ୍ଡା ଙ୍କ ନେତୃତ୍ୟରେ ଏକ ରାଲି ଅନୁଷ୍ଠିତ ହୋଇଯାଇଥିଲା । ଏଥିରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଆର୍. ପବିତ୍ରା, ଛାତ୍ର ନେତା ରାକେଶ ଜେନା, ଜିଲ୍ଲା ପ୍ରଶିକ୍ଷକ ସ୍ବାଗତ କୁମାର ତ୍ରିପାଠୀ,ବୁଗୁଡ଼ା ନଗର ସୋସିଆଲ ମିଡ଼ିଆ ସଂଯୋଜକ ସୋରେନ କୁମାର ପ୍ରଧାନ, ଯୁବନେତା ସିମାଞ୍ଚଳ ସାହୁ, ଶଙ୍କର୍ଷଣ ପ୍ରଧାନ ପ୍ରମୁଖ ଯୋଗଦେଇ ସହରର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ପଥପ୍ରାନ୍ତ ସଭାରେ ରାଲିର ଉଦ୍ଦେଶ୍ୟ ଏବଂ ନିକଟରେ ଅନୁଷ୍ଠିତ ଅପରେସନ ସିନ୍ଦୁର ସମୟରେ ତୁର୍କୀ ଦେଶ ପାକିସ୍ଥାନକୁ ସାମରିକ ସାହାଯ୍ୟ କରି ଭାରତ ଦେଶ ବିରୁଦ୍ଧରେ କାର୍ଯ୍ୟକରିବା ପରିପ୍ରେକ୍ଷୀରେ ସମଗ୍ର ଦେଶରେ ତୁର୍କୀ ଦେଶର ସମସ୍ତ ସାମଗ୍ରୀକୁ ବର୍ଜନ କରିବା ସହ ବୁଗୁଡ଼ାରେ ମଧ୍ୟ ବର୍ଜନ କରିବାକୁ ବ୍ୟବସାୟୀ ଓ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ।
Article Image
9