ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସ୍ମୃତୀରଞ୍ଜନ ବେହେରା ହେଲେ ଏମପି ଙ୍କ କୁଜଙ୍ଗ ବ୍ଲକ ପ୍ରତିନିଧି

କୁଜଙ୍ଗ , 27/05/2025, ଉତ୍କଳ voice news - utkalvoicenews.comଦୀର୍ଘ ପ୍ରତୀକ୍ଷାର ଅବସାନ ଘଟାଇ  କୁଜଙ୍ଗ ପଞ୍ଚାୟତ ସମିତି ର ପୂର୍ବତନ ଅଧକ୍ଷ ସ୍ମୃତିରଞ୍ଜନ୍ ବେହେରା ଙ୍କୁ ଜଗତସିଂହପୁର ଏମପି ଡକ୍ଟର ବିଭୁ ପ୍ରସାଦ ତରାଇ ତାଙ୍କର କୁଜଙ୍ଗ ବ୍ଲକ ପ୍ରତିନିଧି ଭାବେ ନିଯୁକ୍ତି ଦେଇଛନ୍ତି । ଏନେଇ ଏମପି ତରାଇ ଜଗତସିଂହପୁର ଜିଲ୍ଲାପାଳ ଜେ ସୋନାଲ ଙ୍କୁ ପତ୍ର ମାଧ୍ୟମ ରେ ଜଣାଇଛନ୍ତି । ସ୍ମୃତି ରଞ୍ଜନ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ଡାକ୍ତର ଦାମୋଦର ରାଉତ ଙ୍କ ଏକାନ୍ତ ଅନୁଗତ ଥିଲେ । ସେ ବିଜେଡି ଓ ଦାମ ବାବୁଙ୍କ ଆଶୀର୍ବାଦ ରେ ୨୦୧୭ ରୁ ୨୨ ମସିହା ପର୍ଯ୍ୟନ୍ତ କୁଜଙ୍ଗ ପଞ୍ଚାୟତ ରୁ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇ ପଞ୍ଚାୟତ ସମିତି ଅଧକ୍ଷ ହୋଇଥିଲେ । ୨୦୨୪ ସାଧାରଣ ନିର୍ବାଚନ ର ଅବବ୍ୟହିତ ପୂର୍ବରୁ ବିଜେଡି ତ୍ୟାଗ କରି ଭାଜପା ରେ ସାମିଲ ହୋଇଥିଲେ।
Article Image
1