ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ମୃତଚାଷୀଙ୍କ ପରିବାରକୁ ବିଧାୟକ ସାରଦା ପ୍ରସନ୍ନ ଜେନା, ଏକଲକ୍ଷ ଟଙ୍କା ସହାୟତା ଦେଲେ

କୁଜଙ୍ଗ , 02/01/2025, ଉତ୍କଳ voice news - utkalvoicenews.comବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀର ତଣ୍ଡିକୂଳ ପଞ୍ଚାୟତ ଅଧୀନ ସାରଣା ଗ୍ରାମର ମୃତ ଚାଷୀ କୃତିବାସ ସ୍ୱାଇଁଙ୍କ ପରିବାର ସଦସ୍ୟଙ୍କୁ ଭେଟି ସମବେଦନା ଜଣାଇବା ସହିତ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀର ବିଧାୟକ ସାରଦା ପ୍ରସନ୍ନ ଜେନା। ଫସଲ ନଷ୍ଟ ହେବା କାରଣରୁ ସୋମବାର ସଂଧ୍ୟାରେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଖବର ପାଇବାପରେ ମଙ୍ଗଳବାର ଦିନ ଓଡିଶାର ପୃର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୃତ ଚାଷୀଙ୍କ ପରିବାରର ସଦସ୍ୟଙ୍କୁ ଭେଟି ସମବେଦନା ଜଣାଇବା ସହିତ ଓଡ଼ିଶା ସରକାରଙ୍କୁ କହି ସାହାଯ୍ୟ କରିବେବୋଲି କହିଥିଲେ।
Article Image
ପୁର୍ବତନ ମୁଖ୍ୟମନ୍ତ୍ରୀଙ୍କ ସହିତ ବାଲିକୁଦା ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା, ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ, ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସ, ପୂର୍ବତନ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି,ସମ୍ବିତ ରାଉତରାୟ, ପୂର୍ବତନ ସାଂସଦ ରାଜଶ୍ରୀ ମଲ୍ଲିକ ପ୍ରମୁଖ ଉପସ୍ଥିତି ରହି ମୃତଚାଷୀ ପରିବାରକୁ ସମବେଦନା ଜଣାଇଥିଲେ। ବୁଧବାର ସଂଧ୍ୟାରେ ବାଲିକୁଦା ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା ମୃତ ଚାଷୀଙ୍କ ପରିବାରର ସଦସ୍ୟଙ୍କୁ ଭେଟି ଏକଲକ୍ଷର ଟଙ୍କାର ସହାୟତା ପ୍ରଦାନ କରିବା ସହିତ ସମବେଦନା ଜଣାଇଥିଲେ। ବିଧାୟକଙ୍କ ସହିତ ବାଲିକୁଦା ବ୍ଳକ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ପ୍ରଧାନ, ବାଲିକୁଦା ବ୍ଳକ ବିଜୁଜନତା ଦଳର ସଭାପତି ରତ୍ନାକର ନାୟକ, ତଣ୍ଡିକୂଳ ପଞ୍ଚାୟତ ସରପଞ୍ଚ ସୁପ୍ରିୟା ଦାସ, ଜିଲ୍ଲା ପରିଷଦ ସଭ୍ୟ ଜଟାଧାରୀ ଦାସ, ସମବାୟବିତ ସମୀର ରଞ୍ଜନ ସ୍ୱାଇଁ ଓ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ଜୟଶ୍ରୀ ଦର୍ପଦଳିନୀ ପ୍ରମୁଖ ଉପସ୍ଥିତ ଥିଲେ।
Article Image
1