ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଶିକ୍ଷା ସଚେତନ ପାଇଁ ବୁଗୁଡ଼ା ବିଇଓଙ୍କ ଅଭିନବ ପ୍ରୟାସ

ବୁଗୁଡ଼ା, 28/05/2025, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ) :
Article Image
ଗ୍ରୀଷ୍ମ କାଳୀନ ଅବକାଶରେ ଶିକ୍ଷା କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ଦିଗରେ ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀ ଚିନ୍ମୟ ମହାପାତ୍ରଙ୍କ ଅଭିନବ ପ୍ରୟାସ ପ୍ରଶଂସନୀୟ ହୋଇପାରିଛି । ବୁଗୁଡ଼ା ବ୍ଲକ ଅଧୀନସ୍ଥ ବାଲିପଦର ଅଞ୍ଚଳର ବିଭିନ୍ନ ଗ୍ରାମାକୁ ବିଇଓ ଅଚାନକ ପରିଦର୍ଶନରେ ଯାଇ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ଘରେ ପହଞ୍ଚି ସେମାନଙ୍କ ଅଭିଭାବକମାନଙ୍କ ସହ ଆଲୋଚନା କରି ପିଲାଙ୍କ ପଢ଼ାପଢି ବିଷୟରେ ପଚାରି ବୁଝିବା ସହ ଆବଶ୍ୟକ ସ୍ଥଳେ ଶିକ୍ଷାଦାନ ମଧ୍ୟ କରିଥିଲେ । ଗ୍ରୀଷ୍ମ ଅବକାଶରେ ବିଇଓଙ୍କ ଏତାଦୃଶ କାର୍ଯ୍ୟକଳାପ ଛାତ୍ରଛାତ୍ରୀ ଏବଂ ଅଭିଭାବକ ମହଲରେ ଉତ୍ସାହ ସୃଷ୍ଠି କରିଛି ।ଏହାକୁ ନେଇ ସମସ୍ତ ସିଆରସିସି ,ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ, ଶିକ୍ଷୟତ୍ରୀ ସମେତ ଅଭିଭାବକ ମହଲରେ ତତ୍ପରତା ଦେଖା ଦେଇଛି । ଆଗାମୀ ଦିନରେ କିପରି ପିଲାଙ୍କ ଭବିଷ୍ୟତ ଉତ୍ତମ ହେଇପାରିବ ଓ ଶିକ୍ଷା ପ୍ରତି ପିଲାମାନଙ୍କର ଆଗ୍ରହ ସୃଷ୍ଟି କରାଯାଇ ପାରିବ ସେନେଇ ଏହା ଏକ ଯଥାର୍ଥ ଅଭିନବ ପ୍ରୟାସ ବୋଲି ଶିକ୍ଷାବିତ୍ ମହଲରେ ମତ ପ୍ରକାଶ ପାଇଥିବା ବେଳେ ଆଗକୁ ଏଭଳି ପ୍ରୟାସ ଜାରି ରହିବ ବୋଲି ବିଇଓ ମତବ୍ୟକ୍ତ କରିଛନ୍ତି।
Article Image
1