କୁଜଙ୍ଗ , 28/05/2025, ଉତ୍କଳ voice news - utkalvoicenews.com

ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ପାରାଦ୍ବୀପ ଗଡ଼ ପଞ୍ଚାୟତ ନିମିଢ଼ି ଗ୍ରାମର ମୁରବୀ ତଥା ଶ୍ରମିକ ନେତା ଗୋଲେଖ ଚନ୍ଦ୍ର ନାୟକଙ୍କ ପିତା ସାରଙ୍ଗଧର ନାୟକଙ୍କ(୮୬) ବର୍ଷ ବୟସରେ ତାଙ୍କର ହୃଦଘାତରେ ପରଲୋକ ହୋଇଛି।ଶ୍ରୀ ନାୟକ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ଅଠରବାଙ୍କୀ ବିଜୁ ମେମୋରିଆଲ୍ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା।ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିବା ପରେ ସ୍ଥାନୀୟ ଅଞ୍ଚଳ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।ସ୍ୱର୍ଗତ ନାୟକଙ୍କ ଶେଷ ଦର୍ଶନ କରିବା ପାଇଁ ତାଙ୍କ ନିମିଢ଼ି ବାସଭବନରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ଵାଇଁ,ପୂର୍ବତନ ସାଂସଦ ଡ. କୁଳମଣି ସାମଲ,ଶ୍ରମିକ ଲିଡର ଯୁଗୋଳ ନାୟକ,କୁଜଙ୍ଗ ଓକିଲ ସଂଘର ସଭାପତି ଏଏନ୍.ଡି ଯାଦବ,କୁଜଙ୍ଗ ଓକିଲ ସଙ୍ଘର ପୂର୍ବତନ ସଭାପତି ଅମୃତ ଦାସ,ବରିଷ୍ଠ ଆଇନଜୀବୀ ସଞ୍ଜୟ କୁମାର ବେହେରା,ଶ୍ରମିକ ନେତା ରାକେଶ ପଟ୍ଟନାୟକ,ଶିଳ୍ପ ପତି ପ୍ରହଲ୍ଲାଦ ବେହେରା,ଶିଳ୍ପପତି ତଥା ସମାଜସେବୀ ବାଳକୃଷ୍ଣ ଜେନା,ପୂର୍ବତନ ସରପଞ୍ଚ ମିହିର ରଞ୍ଜନ ସାହୁ,ପିତାମ୍ବର ସାହୁ,ବିଚିତ୍ରା ନନ୍ଦ ପ୍ରଧାନ,ପ୍ରକାଶ ସ୍ଵାଇଁ,ହାଡିବନ୍ଧୁ ନାୟକ,ଅଶୋକ ସ୍ଵାଇଁ,ସେହଲତା ପ୍ରଧାନ ଓ ଅଲେଖ ମହାପାତ୍ର ପ୍ରମୁଖଙ୍କ ସମେତ କୁଜଙ୍ଗ ଓ ପାରାଦ୍ବୀପ ଅଞ୍ଚଳର ବିଶିଷ୍ଟ ଲୋକମାନେ ପୁଷ୍ପମାଲ୍ୟ ପ୍ରଦାନ କରିବା ସହିତ ପରିବାରକୁ ସମବେଦନା ଜଣାଇଛନ୍ତି।ସ୍ୱର୍ଗତ ନାୟକଙ୍କ ଦୁଇ ପୁତ୍ର ଓ ପାଞ୍ଚ ପୁତ୍ରୀ ସମେତ ବନ୍ଧୁ ପରିବାର ବର୍ଗ ତାଙ୍କର ମୃତ୍ୟୁ ଶଯ୍ୟା ନିକଟରେ ଉପସ୍ଥିତ ଥିଲେ।ଗ୍ରାମ ସଂସାନରେ ଶେଷକୃତ ହୋଇଥିବା ବେଳେ ଶ୍ରମିକ ନେତା ତଥା ବଡ଼ ପୁଅ ଗୋଲେଖ ଚନ୍ଦ୍ର ନାୟକ ମୁଖାଗ୍ନି ଦେଇଥିଲେ।
