ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପ୍ରମୁଖ ବାଣିଜିକ କେନ୍ଦ୍ର ରାହାମା ରେ ଏ ଟି ମ୍ ଅଚଳ

ରାହାମା, 28/05/2025, ଉତ୍କଳ voice news - utkalvoicenews.com(କୁଜଙ୍ଗ ରୁ ମନୋଜ କୁମାର ଜେନା ଙ୍କ ରିପୋର୍ଟ)
Article Image
ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ପ୍ରମୁଖ ବାଣିଜିକ କେନ୍ଦ୍ର ରାହାମାରେ ଏକାଧିକ ଜାତୀୟକରଣ ବ୍ୟାଙ୍କ୍ ଏଟିଏମ୍ ଥିଲେ ବି ଅଧିକାଂଶ ସମୟ ଅଚଳ ରହୁଛି। କେତେବେଳେ ଟଙ୍କା ନାହିଁ ତ ଆଉ କେତେବେଳେ ଲିଙ୍କ୍ ଫେଲ୍ ଆଉ କେଉଁ ଏଟିଏମ୍‌ରେ ମେସିନ୍ ଖରାପ ଥିବାରୁ ଝୁଲୁଛି ତାଲା ଏମିତି ସ୍ଥିତିରେ ଗ୍ରାହକମାନେ ଟଙ୍କା ଉଠାଇବାରେ ହଇରାଣ ହେଉଛନ୍ତି. ଲୋକମାନେ ଜରୁରୀ କାଳୀନ ପରିସ୍ଥିତିରେ ନିଜ ନଗଦ ଟଙ୍କା ଉଠାଇବା ପାଇଁ ବ୍ୟାଙ୍କ ରେ ଲମ୍ବା ଲାଇନ ରେ ଛିଡା ହୋଇ ବହୁତ ସମୟ ଅପେକ୍ଷା କରିବାକୁ ପଡୁଛି. ପ୍ରାୟ ୫୦ଟି ପଞ୍ଚାୟତର ଲୋକମାନେ ବାଣିଜ୍ୟିକ ପେଣ୍ଠସ୍ଥଳୀ ରାହାମା ଆସିଥାନ୍ତି | ଏଠାରେ ପଞ୍ଜାବ ନ୍ୟାସ୍‌ନାଲ ବ୍ୟାଙ୍କ, କାନାଡ଼ା ବ୍ୟାଙ୍କ୍, ୟୁକୋ ବ୍ୟାଙ୍କ୍, ଆକିସ ବ୍ୟାଙ୍କ୍, ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଏବଂ ବିଭିନ୍ନ ବ୍ୟାଙ୍କ ଏଟିଏମ୍ ରହିଛି । ହେଲେ ଅଧିକାଂଶ ଦିନ ଏଟିଏମ୍ କାମ କରୁନାହିଁ। କେତେବେଳେ ଟଙ୍କା ନାହିଁ ତ, କେତେବେଳେ ଲିଙ୍କ୍ ଫେଲ୍ ଯାହାଫଳରେ ଲୋକମାନେ ଟଙ୍କା ଉଠାଇବାକୁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ଅନ୍ୟପଟେ ବିଦ୍ୟୁତ୍ ସରବରାହ ବ୍ୟାଘାତ ଯୋଗୁଁ ମଧ୍ୟ ଏଟିଏମ୍ ବନ୍ଦ ରହୁଛି. ବଜାରରେ ଥିବା ଆକ୍ସିସ୍ ବ୍ୟାଙ୍କ୍ ଏଟିଏମ୍‌ରେ ୪ମାସ ଧରି ତାଲା ଝୁଲୁଛି। ବ୍ୟାଙ୍କ ନିୟମ ଅନୁସାରେ
Article Image
ସଞ୍ଚୟ ଖାତା ଥିବା ବ୍ୟାଙ୍କ୍‌ରୁ ୩ଥର ଓ ଅନ୍ୟ ବ୍ୟାଙ୍କ୍ ଏଟିଏମ୍‌ରୁ ୨ ଥର ଟଙ୍କା ଉଠାଇ ହେବ ତେବେ ଅଧିକ ଥର ଟଙ୍କା ଉଠାଇଲେ ୨୦ଟଙ୍କା ଜିଏସ୍‌ଟି ଚାର୍ଜ ଲାଗିବ ତେବେ ଏଟିଏମ୍ ଖରାପ ଯୋଗୁଁ ଗ୍ରାହକମାନେ ଅନ୍ୟ ବ୍ୟାଙ୍କରୁ ଅଧିକ ଥର ଟଙ୍କା ଉଠାଇ ଅଯଥାରେ ତଣ୍ଡ ଗଣୁଛନ୍ତି. ଅପର ପକ୍ଷରେ ଗ୍ରାହକ ମାନେ ବ୍ୟାଙ୍କ ରେ ଟଙ୍କା ଜମା କରିବା ପାଇଁ ଲମ୍ବା ଲାଇନ ର ସାମ୍ନା କରିବାକୁ ପଡୁଛି ତେଣୁ ବ୍ୟାଙ୍କ୍ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବା ସହ ରାହାମା ବଜାରରେ ଏକ ଟଙ୍କା ଡିପୋଜିଟ୍ ମେସିନ୍ ଲଗାଇବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।
Article Image
1