ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଅଘୋଷିତ ବିଦ୍ୟୁତ୍ କାଟ୍ କୁ ନେଇ ତାତିଲେ ଉପଭୋକ୍ତା

କୁଜଙ୍ଗ, 31/05/2025, ଉତ୍କଳ voice news - utkalvoicenews.com
Article Image
ବିପର୍ଯ୍ୟସ୍ତ ବିଦ୍ୟୁତ୍ ସେବା ଓ ଅଘୋଷିତ ବିଦ୍ୟୁତ୍ କାଟ୍ କୁ ନେଇ ଆଜି ଦୁଇ ପଞ୍ଚାୟତର ଶତାଧିକ ବିଦ୍ୟୁତ୍ ଉପଭୋକ୍ତା ମାନେ ଭୂତମୁଣ୍ଡାଇସ୍ଥିତ ବିଦ୍ୟୁତ୍ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସେମାନେ ଅଭିଯୋଗ ଆଣିଛନ୍ତି ଯେ, କୁଜଙ୍ଗ ବ୍ଲକ ଫତେପୁର ପଞ୍ଚାୟତ ଓ ଗଣ୍ଡିପୁର ପଞ୍ଚାୟତ ରେ ପ୍ରାୟ ୨୦ ହଜାର ରୁ ଉର୍ଦ୍ଧ ଲୋକ ବାସ କରୁଛନ୍ତି। ମାତ୍ର ବିଦ୍ୟୁତ୍ ବିଭାଗର କର୍ତୁପକ୍ଷ ମନମୁଖୀ କରି ବାରମ୍ବାର ବିଦ୍ୟୁତ୍ କାଟ୍ କରୁଛନ୍ତି। ବାରମ୍ବାର ବିଦ୍ୟୁତ୍ କାଟ ହେବା ଫଳରେ ପାଠ ପଢୁଆ ପିଲାମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ଅଘାଷିତ ବିଦ୍ୟୁତ୍ କାଟ୍ ଫଳରେ ମେଡିକାଲ, ବ୍ୟାଙ୍କ, ଏଟିଏମ୍ ଆଦି ଅଚଳ ହୋଇପଡୁଛି। ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ସ୍ଥାନୀୟ ଫତେପୁର ଓ ଗଣ୍ଡିପୁର ପଞ୍ଚାୟତର ଲୋକମାନେ ଭୂତମୁଣ୍ଡାଇ ସ୍ଥିତ ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟରେ ବିଦ୍ୟୁତ୍ କାଟ୍ କୁ ନେଇ ଜୋରଦାର ପ୍ରତିବାଦ କରିଥଲେ। ଖବରପାଇ ପାରାଦ୍ଵୀପ ଟାଟା ଟିପିସିଓଡିଏଲ୍ ଏସଡିଓ ବିବେକାନନ୍ଦ ପଣ୍ଡା ଧାରଣାରତ ଉପଭୋକ୍ତାଙ୍କ ପାଖରେ ପହଞ୍ଚି ଆଲୋଚନା କରି ଦାବିପତ୍ର ଗ୍ରହଣ କରିଥିଲେ। ଏବଂ ଆଗାମୀ ଦିନରେ ଏଭଳି ଅଘୋଷିତ ବିଦ୍ୟୁତ୍, କାଟ କରାଯିବ ନାହିଁ ବୋଲି ପ୍ରତିଶୃତି ଦେଇଥିଲେ।ପରେ ସ୍ଥାନୀୟ ଦୁଇପଞାୟତ ବାସୀଙ୍କ ଧାରଣା ପ୍ରତ୍ୟାହୃତ ହୋଇଥଲା। ଦାବିପତ୍ର ପ୍ରଦାନ ସମୟରେ ଫତେପୁର ସରପଞ୍ଚ ସିଦ୍ଧାର୍ଥ ପ୍ରସାଦ ପ୍ରଧାନ, ଅନୁଜ କୁମାର ପଣ୍ଡା , ସଞ୍ଜୟ କୁମାର ମାଝୀ, ସୁରେଶ କୁମାର ପ୍ରଧାନ, ସାଗର ପ୍ରଧାନ, ପ୍ରଦୀପ ପ୍ରଧାନ, ମକର ଚନ୍ଦ୍ର ସାହୁ, ପ୍ରମୁଖ ଉପସ୍ଥିତ ଥିଲେ।
1