ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବାଗୋଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ୧୯୯୪ ମସିହା ବ୍ୟାଚ୍ ର ପୁରାତନ ଛାତ୍ର/ଛାତ୍ରୀଙ୍କ ଦ୍ଵାରା ପ୍ରଥମ ବର୍ଷ ବନ୍ଧୁ ମିଳନ ଉତ୍ସବ

କୁଜଙ୍ଗ, 31/05/2025, ଉତ୍କଳ voice news - utkalvoicenews.com ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ୍। ବାଗୋଇ ପଞ୍ଚାୟତ ରେ ଥିବା ବାଗୋଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ୧୯୯୪ ମସିହା ବ୍ୟାଚ୍ ର ପୁରାତନ ଛାତ୍ର/ଛାତ୍ରୀଙ୍କ ଦ୍ଵାରା ପ୍ରଥମ ବର୍ଷ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଟିତ ହୋଇଯାଉଛି. ଏହି ଉତ୍ସବରେ ୧୯୯୪ ମସିହା ର ଶିକ୍ଷକ ଓ ଶିକ୍ଷୟିତ୍ରୀ ଯୋଗଦେଇଥିଲେ, ସର୍ବ ପ୍ରଥମେ ସ୍କୁଲ୍ ପରିସରରେ ଥିବା ଭଗବାନ୍ ଗଣେଶ ପ୍ରତିମୂର୍ତ୍ତି କୁ ପୂଜାକରିଥିଲେ, ପରେ ପ୍ରଦୀପ ପ୍ରଯୋଳନ କରାଯାଇ ଛାତ୍ର ଛାତ୍ରୀଙ୍କ ଦ୍ଵାର ଏକ ସଭାର ଆହୋଜନ କରାଯାଇଥିଲା, ମଞ୍ଚ ସ୍ଥଳକୁ ଅତିଥି ମାନଙ୍କୁ ପାଛୋଟି ନେଇ ପୁଷ୍ପ ଗୋଛ ଓ ଉତରୀୟ ଦେଇ ସମ୍ମାନିତ କରାଯାଇଥିଲା , ଏହି କାର୍ଯ୍ୟ କ୍ରମରେ ଅତିଥି ଗଣ ହେଲେ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ସ୍ଵାଇଁ (ପୂରାତନ ପ୍ରଧାନ ଶିକ୍ଷକ) ମିନାକ୍ଷୀ ବେଉରା /ପୁଷ୍ପଲତା ସାହାଣୀ/ବିଶ୍ଵ ନାଥ ସାହାଣୀ/କାଦମ୍ବିନୀ ବେହେରା ଯୋଗଦେଇଥିଲେ, ଏହି ସଭାରେ ମଂଚ ପରିଚାଳନା କରିଥିଲା ଶ୍ରୀଯୁକ୍ତ ଚିତ ରଞ୍ଜନ ବେହେରା,ମଞ୍ଚରେ ଛାତ୍ର ଛାତ୍ରୀ ତାଙ୍କ ନିଜ ନିଜର ବକ୍ତବ୍ୟ ଦେଇଥିଲା, ମଂଚ ଉପରେ ଛାତ୍ର ଛାତ୍ରୀ ନିଜ ସ୍କୁଲ୍ ସମୟର ଅଭୁଲା ସ୍ମୃତି କୁ ମନେ ପକାଇ ଭାବ ବିଭୋଳ ପରିବେଶ ଦେଖିବକୁ ମିଳିଥିଲା, ୩୧ ବର୍ଷ ପରେ ୧୯୯୪ ମସିହା ବ୍ୟଚ ର ଛାତ୍ର ଛାତ୍ରୀଙ୍କ ମଧ୍ୟରେ ପିଲା ଦିନର ସ୍ମୃତିକୁ ମନେପକାଇ ଭାବ ଆଦାନ ପ୍ରଦାନ ଦେଖିବକୁ ମିଳିଥିଲା, ଆଦିମ ଯୁଗରୁ ଯେଉଁ ପରମ୍ପରା ଲିନ ହବାକୁ ଯାଉଥିଲା ସେ ସବୁକୁ ଆଜି ୧୯୯୪ ଵ୍ୟାଚ୍ ର ଛାତ୍ର ଛାତ୍ରୀ ମାନେ ସେହି ପରମ୍ ପରାକୁ ଜୀବିତ କରି ଜିଲ୍ଲା ପାଇଁ ଏକ ଉଦାହରଣ ପାଲଟିଛି, ଏହି ବଂଧୁ ମିଲନ ଉତ୍ସବ ପାଇଁ ଭୋଜିର ଆହୋଜନ କରାଯାଉଥିଲା ଓ କୁନି କୁନି ପିଲାଙ୍କ ପାଇଁ ବିଭିନ୍ନ ପ୍ରକାର ସ୍ଵାଦିଷ୍ଟି ଖାଦ୍ୟ ଆୟାଜନ କରାଯାଇଥିବା, ଏହି ଉତ୍ସବରେ ୧୯୯୪ ମସିହା ର ଛାତ୍ର ଛାତ୍ରୀ କାର୍ଯ୍ୟ କ୍ରମଟିକୁ ସୁ ପରିଚାଳନା ଯାଇଥିଲେ, ସେମାନେ ହେଲେ ରବୀନ୍ଦ୍ର ନାୟକ/ଶୁଶାନ୍ତ କୁମାର ସାମନ୍ତରାୟ/କେଶବ ଚନ୍ଦ୍ର ସେଠୀ/ଅଶେଷ ପ୍ରଧାନ/ଉଷାରାଣୀ ସ୍ୱାଇ/ରଞ୍ଜନ ବେହେରା/ବିଶ୍ବମ୍ବର ସ୍ଵାଇଁ/ସ୍ଵପ୍ନା ରାଣୀ ରାଉତରାୟ/ମାନସୀ ମଲ୍ଲିକ/ଯୋଗ ବିଦ୍ୟା ଖଟେଇ/ଝିଲୀ ରାଣୀ ସ୍ଵାଇଁ/ସସ୍ମିତା ବାରିକ୍ ପ୍ରମୂଖ ଦାୟିତ୍ୱ ନେ଼ଇ ଶାନ୍ତିଶୃଙ୍ଖଳା ସହିତ ଉତ୍ସବ ଟିକୁ ଶେଷ କରାଯାଇଥିଲା,
Article Image
Article Image
1