ଏରସମା, 02/01/2025, ଉତ୍କଳ voice news - utkalvoicenews.comଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ବାଲିତୁଠ ପଞ୍ଚାୟତର ବାଲିତୁଠ ଠାରେ ଖୋଲିଥିବା ବିଉଟି ପାର୍ଲରକୁ ଉଦ୍ଘାଟନ କଲେ ପୂର୍ବତନ ମନ୍ତ୍ରୀ।
ଖବର ଅନୁସାରେ ବାଲିତୁଠ ପେଟ୍ରୋଲ ପମ୍ପ ନିକଟରେ ଯୁବ ସଂଗଠକ ଚନ୍ଦନ ମଲ୍ଲିକଙ୍କ ଭଉଣୀ ସୌଦାମିନୀ ମଲ୍ଲିକ ଏକ ଅତ୍ୟାଧୁନିକ ମଡେଲର ଗ୍ଲାମରିଅସ ବିଉଟି ପାର୍ଲର ନୂଆ ବର୍ଷରେ ଖୋଲିଥିବା ବେଳେ ଏହି ବିଉଟି ପାର୍ଲରକୁ ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସ ଆନୁଷ୍ଠାନିକ ଭାବେ ଶୁଭ ଉଦ୍ଘାଟନ କରିଛନ୍ତି।
ଏହି ଉଦ୍ଘାଟନୀ ଉତ୍ସବରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ମହାପାତ୍ର, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ବିକାଶ କୁମାର ପରିଡ଼ା, ଜଗତସିଂହପୁର ଜିଲ୍ଲା ଯୁବ ବିଜେଡ଼ି ସଭାପତି ଆଦିତ୍ୟ ନନ୍ଦନ ଦାସ, ବାଲିକୁଦା ଏରସମା ବିଜେଡି ଯୁବ ସଭାପତି ପାର୍ଥ ସାରଥି ରାଉତ, ସମାଜସେବୀ ଡ଼ ତାମିଲ ପ୍ରଧାନ, ବାଲିତୁଠ ପଞ୍ଚାୟତ ସରପଞ୍ଚ ପ୍ରଫୁଲ୍ଲ କୁମାର ଦାସ, ନିକୁଞ୍ଜ କିଶୋର ଦାଶ, ଯଦୁନାଥ ଖଟୁଆ, ପ୍ରକାଶ ଚନ୍ଦ୍ର ଦାସ, ସମ୍ପଦ କୁମାର ବାରିକ, ବୁଲୁ ମହାପାତ୍ର, ବିଜୟ ଚାନ୍ଦ ନାୟକ, ଶ୍ୟାମ ସୁନ୍ଦର ରାଉତ ପ୍ରମୁଖ ଉପସ୍ଥିତ ଥିଲେ।