ଏରସମା, 31/05/2025, ଉତ୍କଳ voice news - utkalvoicenews.com

ଏରସମା ବ୍ଲକ ଅନ୍ତର୍ଗତ ପଲ୍ଲୀକଣ୍ଟା ଛକରେ ଅନୁପମା ଫିଲିଙ୍ଗ ଷ୍ଟେସନ ବାଲିକୁଦା ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନାଙ୍କ ଦ୍ୱାରା ଉଦଘାଟିତ ହେବା ସହିତ ସତସଙ୍ଗ ଉତ୍ସବ ଅନୁଷ୍ଠିତ ହୋଇଥିଲା। ବିଧାୟକ ପ୍ରତିଷ୍ଠାନର ଆବଶ୍ୟକତା ଉପରେ ବକ୍ତବ୍ୟ ଦେଇଥିଲେ । ପରିବାରର ମୁଖ୍ୟ ରବୀନ୍ଦ୍ର କୁମାର ସ୍ୱାଇଁ ପ୍ରାରମ୍ଭିକ ସୂଚନା ଦେବାପରେ ସତସଙ୍ଗ ଉତ୍ସବ ଆରମ୍ଭ ହୋଇଥିଲା । ଏଥିରେ ସହପ୍ରତିରୀତିକ ହୃଷୀକେଶ ଆଚାର୍ଯ୍ୟ, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପଲାଗାୟକ ଜଗନ୍ନାଥ ବେହେରା, ସହପ୍ରତିରୀତିକ ନିଖିଳେଶ୍ୱର ଗିରି, ଆମଳେନ୍ଦୁ ମାଇତି, ଦୀପକ ରାଜଗୁରୁ ପ୍ରମୁଖ ଉପସ୍ଥିତ ହୋଇ ଠାକୁରଙ୍କ ଆଦର୍ଶ ଉପରେ ବକ୍ତବ୍ୟ ଦେଇଥିଲେ । ଉପସ୍ଥିତ ଶତାଧିକ ଭକ୍ତ ନାମ ସଂକୀର୍ତନ ଓ ପ୍ରସାଦ ସେବନରେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପିସିସି ଉପସଭାପତି ଲଲାଟେନ୍ଦୁ ମହାପାତ୍ର, ଜିଲାପରିଷଦ ସଭ୍ୟ ପିତବାସ ଗଛାୟତ, ଶିଳ୍ପପତି ଅମିର ମହାପାତ୍ର, ସମ୍ବାଦ ସାହିତ୍ୟଘର ଏରସମାର ସଭାପତି ମହେଶ୍ବର ସ୍ବାଇଁ ଇନଜୀବୀ ଡ଼. ବୀର ନାରାୟଣ ପାତ୍ର, ସାମ୍ବାଦିକ ସଂଘ ସଭାପତି ଚନ୍ଦ୍ରଜିତ ଦାସ, ଏରସମା ପଂଚାୟତ ସରପଞ୍ଚ ସଚ୍ଚିଦାନନ୍ଦ ଦାସ, ବିଜେପି ନେତା ତପନ ବେହେରା, ତପନ ଗଚ୍ଛାୟତ, ସମାଜସେବୀ ପାର୍ଥ ସାରଥୀ ରାଉତ, ପଣ୍ଡିତ ନାଗୁଚରଣ ଦେବତା, ହ୍ରୁଷିକେଶ ଜେନା,ପ୍ରେମ ଚରଣ ରାଉତ,କୈଳାଶ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।