ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଏରସମା ଶୈବ ପୀଠରେ ଶୀତଳ ଷଷ୍ଟି ଉତ୍ସବ

ଏରସମା, 31/05/2025, ଉତ୍କଳ voice news - utkalvoicenews.com
Article Image
ଏରସମା କାଶୀ ବିଶ୍ଵନାଥ ମନ୍ଦିର କମିଟି ପକ୍ଷରୁ ଦେଵଦେବ ମହାଦେବ କାଶୀ ବିଶ୍ଵନାଥ ଓ ମା' ପାର୍ବତୀ ଦେବୀଙ୍କର ଶୀତଳ ଷଷ୍ଠୀରେ ବିବାହ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି।ଏଥିରେ ନିତ୍ୟାନନ୍ଦ ସାହୁ ଓ ଦିବାକାର ବିଶ୍ୱାଳ ବର ପିତା କନ୍ୟା ପିତା ହୋଇଥିବା ବେଳେ, ମନ୍ଦିର କମିଟିର ସଦସ୍ୟ ମାନେ ଉପସ୍ଥିତ ରହି ଏରସମାର ପ୍ରତିଟି ଗାଁରେ ଶିବ ପାର୍ବତୀଙ୍କୁ ପାଲିଙ୍କିରେ ବସାଇ ନଗର ପରିକ୍ରମା କରିଥିଲେ। ଏହା ଏରସମା ଅଂଚଳରେ ଶ୍ରଦ୍ଧାଳୁଙ୍କ ମନରେ ଖୁସି ଓ ଆନନ୍ଦ ଭରି ଦେଇଥିଲା। ଏହି ଉତ୍ସରେ ସ୍ଥାନୀୟ ସରପଞ୍ଚ ସଚ୍ଚିଦାନନ୍ଦ ଦାସ, ଶିବଚରଣ ସ୍ୱାଇଁ,ଅମୁଲ୍ୟ କୁମାର ବିଶ୍ୱାଳ,କାର୍ତ୍ତିକ ଚନ୍ଦ୍ର ସାହୁ,ବୈଦ୍ୟନାଥ ସାହୁ,ପ୍ରଶାନ୍ତ କୁମାର ସ୍ୱାଇଁ,ଗଗନ ବେହେରା, ସରଳା ନାୟକ, ଦୀପ୍ତି ଖଣ୍ଡୁଆଳଙ୍କ ସହିତ ଅନେକ ଭକ୍ତ ଯୋଗ ଦେଇଥିଲେ।
Article Image
1