ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

*ମାନବିକତା ଦେଖାଇଲେ ବଜରଙ୍ଗ ଦଳର କର୍ମୀ ମାନେ*

ରାହାମା , 31/05/2025, ଉତ୍କଳ voice news - utkalvoicenews.com( କୁଜଙ୍ଗ ରୁ ମନୋଜ କୁମାର ଜେନା ଙ୍କ ରିପୋର୍ଟ ) :
Article Image
ଦର୍ଶକବନ୍ଧୁ କିଛି ଦିନ ତଳେ ଆମ ଚାନେଲ ମାଧ୍ୟ୍ୟମରେ ଦେଖାଇଥିଲୁ ଯେ କୁଜଙ୍ଗ ର ଚଟୁଆ ଅଂଚଳରେ ଯେଉଁ ଭଳି ଭାବରେ ଛଅ ଗୋଟି ଗୋ ମାତା କୁ କିଛି ଗୋରୁ ଦଲାଲ ଦ୍ୱାରା ଏକ ମହେନ୍ଦ୍ରା ପିକଅପ ରେ ଅମାନୁଷିକ ଭବରେ ବେଆଇନ ଚାଲାଣ କରାଯାଉଥିଲା. କୌଣସି ସୂତ୍ରରୁ ସୂଚନା ପାଇ ବଜରଙ୍ଗ ଦଳ କର୍ମୀ ମାନେ ପୋଲିସ କୁ ଖବର ଦେଇଥିଲେ.ପୋଲିସ ଓ ବଜରଙ୍ଗ ଦଳ ର କର୍ମୀ ଘଟଣା ସ୍ଥାନରେ ପହଂଚି ସେମାନଙ୍କୁ ଗିରଫ କରିବା ସହ ତାଙ୍କ ନାଁ ରେ ମାମଲା ରୁଜୁ କରି ସେମାନଙ୍କୁ କୋର୍ଟ ଚାଲାଣ ମଧ୍ୟ କରିଥିଲେ.ପୁନଶ୍ଚ ଅତି ନିକଟରେ ରାହାମା ଅଂଚଳରେ କିଛି ଦିନ ହେବ ଏକ ଷଣ୍ଢ ତା ଶରୀରରେ କୌଣସି କାରଣରୁ ବଡ କ୍ଷତ ହୋଇଥିଲା. ବିଚରା ଷଣ୍ଢ ଟି ଯନ୍ତ୍ରଣା ରେ ଛଟପଟ ହୋଇ ଏଣେ ତେଣେ ବୁଲୁଥାଏ. ବାଟରେ ଯିଏ ଦେଖେ ଛି ଛି କରି ମୁହଁ ଆଡେଇ ଚାଲିଯାନ୍ତି. ବିଚରା ପଶୁ ଟିର ପାଟି ଫିଟିଲେ ସିନା ସେ ନିଜ କଷ୍ଟ କାହା ଆଗରେ ପ୍ରକାଶ କରିଥାନ୍ତା.ଅପର ପକ୍ଷରେ ଗୋଟିଏ ବାଛୁରୀ ଟି ର ବଡ ଦୁର୍ଘଟଣା ଘଟିଥିଲା.କୌଣସି ଏକ ଟ୍ରକ ଚାଳକ ଅତି ଦ୍ରୁତ ଗତିରେ ରାସ୍ତାରେ ଯାଉଥିବା ସମୟରେ ବାଛୁରୀ କୁ ଶକ୍ତ ଧକା ଦେଇଥିଲା. ଦୁର୍ଘଟଣା ର ଶିକାର ପରେ ବାଛୁରୀ ଟି ରାସ୍ତା ଉପରେ ଯନ୍ତ୍ରଣା ରେ ଛଟପଟ ହେଉଥିଲା. ବିଚରା ବାଛୁରୀ ଟି ର କଣ ପାଟି ଫିଟୁଛି ଯେ ସେ କାହାକୁ ଡାକ ପକାଇବ ନାଁ ତା ର କିଏ ଅଛି ରାସ୍ତାରୁ ଉଠାଇ ନେଇ ଚିକିତ୍ସା କରାଇବ.ଏଭଳି ପରିସ୍ଥିତିରେ ବଜରଙ୍ଗ ଦଳର କର୍ମୀ ପଦ୍ମଲୋଚନ ପଣ୍ଡା, ବାବୁଲ ପାତ୍ର ଏବଂ ତାଙ୍କର ସହଯୋଗୀ ମାନେ ଖବର ପାଇ ଖରା ଓ ବର୍ଷା କୁ ଖାତିର ନ କରି ସେଠାରେ ପହଞ୍ଚି ତୁରନ୍ତ ଦୁର୍ଘଟଣା ଗ୍ରସ୍ତ ବାଛୁରୀ ଓ କ୍ଷତାକ୍ତ ଷଣ୍ଢ କୁ ରାହାମା କଲେଜ ପଡିଆର ଏକ ସୁରକ୍ଷିତ ସ୍ଥାନ କୁ ନେଵା ସହ ତୁରନ୍ତ କୁଜଙ୍ଗ ପ୍ରାଣୀ ସମ୍ପଦ ବିଭାଗ କୁ ଖବର ଦେଇଥିଲେ. ଫୋନ୍ କଲ୍ ପାଇ ପଶୁ ଡାକ୍ତର ଙ୍କ ସହ ମେଡିକାଲ ଟିମ ରାହାମା କଲେଜ ପଡିଆରେ ପହଞ୍ଚି ଚିକିତ୍ସା ଆରମ୍ଭ କରିଥିଲେ. ଦୀର୍ଘ ସମୟ ପରେ ଷଣ୍ଡ ଟିକୁ ସେମାନେ ନିଜ ନିୟନ୍ତ୍ରଣ କୁ ଆଣି ଚିକିତ୍ସା କରିବାରେ ସଫଳ ହୋଇଥିଲେ.ତେଣୁ ବଜରଙ୍ଗ ଦଳର କର୍ମୀ ମାନଙ୍କ ପାଇଁ ଦୁଇ ଦୁଇଟା ପଶୁଙ୍କ ଜୀବନ ଏବେ ସୁରକ୍ଷିତ ଅଛି. ଯେଉଁଭଳି ଭାବରେ ଲଘୁଚାପ ବର୍ଷା ଓ ଘଡଘଡି କୁ ଖାତିର ନ କରି ନିଜ ଜୀବନ କୁ ପାଣି ଛଡାଇ ଦୁଇଟା ପଶୁଙ୍କ ଜୀବନ ବଞ୍ଚାଇଲେ ତାହା ନିଶ୍ଚିତ ପ୍ରଶଂସା ର ବିଷୟ. ବଜରଙ୍ଗ ଦଳ କର୍ମୀ ମାନଙ୍କର ଏହି ପ୍ରକାର ମହାନତା ପାଇଁ ସମଗ୍ର ଅଂଚଳରେ ପ୍ରଶଂସା ର ସୁଅ ଛୁଟି ଥିଲା.
Article Image
Article Image
1