ଏରସମା, 31/05/2025, ଉତ୍କଳ voice news - utkalvoicenews.com (ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ ) :

ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ଶିଆଳି ବେଳାଭୂମି ଠାରେ ଲଘୁଚାପ ଜନିତ ବର୍ଷା ଯୋଗୁଁ ସମୁଦ୍ର ରୁ ହଠାତ୍ ପାଣି ମାଡି ଆସିବା ଦ୍ୱାରା ସ୍ଥାନୀୟ ଗ୍ରାମବାସୀ ଓ ଦୋକାନୀ ମାନଙ୍କ ମନରେ ଭୟ ଉପୂଜୁଛି। ସମୁଦ୍ର ସ୍ଥଳ ଭାଗକୁ ୨୦୦ ମିଟର ମାଡ଼ିଆସିବା ଦ୍ଵାରା ସମୁଦ୍ର ଉପକୁଳ ବାସିନ୍ଦା ମାନଙ୍କୁ ଚିନ୍ତା ଘାରୁଛି। ସମସ୍ତ ପାର୍କିଂ area ଜଳମଗ୍ନ ହୋଇଯାଇଥିଲା। ଆଜିବି ସ୍ଥାନୀୟ ଲୋକମାନେ ସମୁଦ୍ରରୁ ଜୁଆର ଆସିଲେ ଭୟଭୀତ ହୋଇପଡୁଛନ୍ତି । 1999 ମହାବାତ୍ୟାର ତାଣ୍ଡବ ଦୃଶ୍ୟ ଆଜି ମଧ୍ୟ ସମୁଦ୍ର ଉପକୂଳ ବର୍ତ୍ତି ଲୋକମାନେ ଭୁଲି ପାରିନାହାନ୍ତି। ଗଣ ମାଧ୍ୟମରେ ବା ବିଭିନ୍ନ ମିଡିଆ ,ଟିଭି ଚ୍ୟାନେଲ ମାନଙ୍କରେ ପ୍ରକାଶ ପାଇଲେ ସୁଧା ପ୍ରଶାସନ ନୀରବ । ଶିଆଳି ବେଳାଭୂମି କୁ ପର୍ଯ୍ୟଟନ ସ୍ଥଳୀ ର ମାନ୍ୟତା ମିଳିଥିଲେ ସୁଧା ସରକାର୍ କେବଳ ପ୍ରତିଶ୍ରୁତି ଦେଇ ଚାଲିଛନ୍ତି। ବେଳାଭୂମି ଆଜି ବିପଦ ପୂର୍ଣ୍ଣ ଅବସ୍ଥାରେ। ସମଗ୍ର ଏରସମା ଅଞ୍ଚଳ ବିପଦ ପୂର୍ଣ୍ଣ ଅବସ୍ଥା ରେ । ଯାହାକି ପ୍ରତି ମୁହୂର୍ତ୍ତ ଲୋକ ମାନେ ଜୀବନକୁ ପାଣି ଛଡେଇ ଜୀବନ ଯାପନ କରୁଛନ୍ତି । ଦୀର୍ଘ ଚବିଶି ବର୍ଷ ସରକାର୍ ଶାସନରେ ଥାଇ ସୁଧା ଏହାର କିଛି ବିକଳ୍ପ ବ୍ୟବସ୍ଥା କରୁନଥିଲେ ।ଲୋକମାନେ ନୂଆ ସରକାର୍ ଙ୍କ ଉପରେ ଆଶା ଓ ଭରସା ରଖିଛନ୍ତି।ଦେଖାଯାଉ ଏଥିପ୍ରତି ସରକାର୍ କଣ ନିଷ୍ପତି ନେଉଛନ୍ତି ! ତାହା ଦେଖିବା ବାକି ରହିଲା ।