ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ନବବିବାହିତ ମହିଳାଙ୍କର ମୃତ୍ୟୁ, ବାପାଘର ଲୋକଙ୍କ ଥାନାରେ ଲିଖିତ ଅଭିଯୋଗ ଝିଅକୁ ହତ୍ୟା କରାଯାଇଛି

ଏରସମା, 01/06/2025, ଉତ୍କଳ voice news - utkalvoicenews.com
Article Image
ଏରସମା ବ୍ଲକ ଅନ୍ତର୍ଗତ ଗଡକୁଜଙ୍ଗ ଗ୍ରାମର ସୁବାସ ମହାନ୍ତି ଙ୍କ ଝିଅ ସୋନାଲି ସୁଚିସ୍ମିତା ମହାନ୍ତି(୨୪)ଙ୍କର ସେହି ଗ୍ରାମର ଅଭିରାମ ସାହୁ ଳଙ୍କ ଏକ ମାତ୍ର ପୁଅ ଅରବିନ୍ଦ ସାହୁଙ୍କ ସହିତ ଗତ ଡିସେମ୍ବର ମାସ ଚାରି ତାରିଖରେ ବୈଦିକ ରୀତିରେ ବିଭାହ ପରିବାର ବୁଝାବଣା ହୋଇଥିଲା । ସ୍ଥାନୀୟ ଅଭୟ ଚାନ୍ଦ ପୁର ଥାନାରେ ଝିଅର ବାପା ସୁବାସ ମହାନ୍ତି ଲିଖିତ ଅଭିଯୋଗ କରିଛନ୍ତି ଯେ ଝିଅ ସୋନାଲିଙ୍କ ଉପରେ ତାର ଶଶୁର ଅଭିରାମ ସାହୁ,ଶାଶୁ ଗୀତାଞ୍ଜଳି ସାହୁ,ନଣଦ ସୁଚିତ୍ରା ସାହୁ ଜ୍ୱ।ଇଁ ଅରବିନ୍ଦ ସାହୁ ଯୌତୁକ ଜନିତ ଅତ୍ୟାଚାର କରିଆସୁଥିଲେ । ଝିଅର ଶଶୁର ପନ୍ଦର ଲକ୍ଷ ଟଙ୍କା ଯୌତୁକ ବାବଦକୁ ଦାବି କରିଥିଲା ବେଳେ ଯୌତୁକ ଚାରିଲକ୍ଷ ଟଙ୍କା, ଝିଅ ଜ୍ୱlଇଁଙ୍କୁ ସୁନା ଅଳଙ୍କାର ଓ ବିଦୂତ ଘରୋଇ ଉପକରଣ ଦିଆଯାଇଥିଲା । ଝିଅ ଯୌତୁକ ବାବଦକୁ ଅବଶିଷ୍ଟ ଏଗାର ଲକ୍ଷ ଟଙ୍କା, ସୋଫା ନ ଆଣିଥିବାରୁ ଶାଶୁ,ଶଶୁର ,ନଣନ୍ଦ ଓ ଜ୍ୱ।ଇଁ ଶାରୀରିକ,ମାନସିକ ନିର୍ଯାତନା ଦେବା ସହିତ ମୋତେ ଧମଦ ଦେଉଥିଲେ ଯେ ତୁମ ଝିଅକୁ ଯୌତୁକ ନ ଦେଲେ ନେଇ ଜାଓ । ଗତ ଦୁଇ ଦିନ ତଳେ ସେହି ଯୌତୁକ ଘଟଣାକୁ ନେଇ ଝିଅର ଶଶୁର ମୋତେ ଡକାଇ ଥିଲେ , ମୋ ପରିସ୍ଥିତି ଭଲ ନାହିଁ ଆଠ ଦିନ ଭିତରେ ସମ୍ପୂର୍ଣ ଯୌତୁକ ଦେବୀ ବୋଲି କଥା ଦେଇ ଆସିଥିଲି ।ଏହି ଯୌତୁକ ଘଟଣାରେ ମୋ ଝିଅ ଦୁଇ ଦିନ ଉପବାସ ରହିଥିବା ବେଳେ ଗତ ଗତ ୩୧ତାରିଖ ଦିନ ସନ୍ଧ୍ୟାରେ ମୋ ଝିଅକୁ ମାରିଦେଇ ଶୋଇବା ଘର ଖଟ ତଳେ ପକାଇ ଦେଇଛନ୍ତି । ଏ ନେଇ ଅଭୟ ଚାନ୍ଦ ପୁର ଥାନାରେ ଲିଖିତ ଅଭିଯୋଗ ପରେ ଅଭିଯୋଗ କୁ ଭିତ୍ତି କରି ଘଟଣା ସ୍ଥଳରେ ପୋଲିସ,ସାଇଣ୍ଟିଫିକ ଟିମ ପହଞ୍ଚି ପ୍ରାରମ୍ଭିକ ତଦନ୍ତ ପରେ ଶବକୁ କୁଜଙ୍ଗ ବେବଛେଦ ପାଇଁ ପଠାଇ ଦେଇଥିବା ବେଳେ ଜ୍ୱ।ଇଁ ଅରବିନ୍ଦ,ଶାଶୁ ଗୀତାଞ୍ଜଳି ,ଶଶୁର ଅଭିରାମଙ୍କୁ ପୋଲିସ ଗିରଫ କରିଛି ।ଏକ ଶୋକକୁଳ ପରିବେଶ ମଧ୍ୟରେ ଗାଁ ଦାଣ୍ଡ ଫାଟି ପଡୁଥିବା ବେଳେ ଯୌତୁକ ଜନିତ ହତ୍ୟାର ଉଚିତ ତଦନ୍ତ ହୋଇ ଦୋଷୀକୁ ଉଚିତ ଦଣ୍ଡ ମିଳିବା ପାଇଁ ଝିଅର ବାପା ସମ୍ପର୍କୀୟ ମାନେ ଦାବି କରିଛନ୍ତି ।ଅଭୟ ଚାନ୍ଦ ପୁର ଥାନା ଅଧିକାରୀ ସମୀର ରାଉତ କୁହନ୍ତି ଅଭିଯୋଗ ଆଧାର ରେ ତଦନ୍ତ କରାଯାଇ ଆସାମୀ ମାନଙ୍କୁ ଗିରଫ କରାଯାଇଥିବା ବେଳେ ନଣନ୍ଦ ସୁଚିତ୍ରା ସାହୁ ଫେରାର ଅଛନ୍ତି ।ତଦନ୍ତ ପରେ ଆଇନି ଅନୁସାରେ ଦୋଷୀକୁ ଦଣ୍ଡ ଦିଆଯିବ ।ଆଇନି ତା ବାଟରେ ଯିବ।ପୋଲିସ ଶବ ବେବଛେଦ ପାଇଁ କୁଜଙ୍ଗ ପଠାଇ ଥିବା ଜଣାପଡିଛି ।
1