ଏରସମା, 01/06/2025, ଉତ୍କଳ voice news - utkalvoicenews.com

ରବିବାର ସନ୍ଧ୍ୟାରେ ଏରସମା ରଜ ମହୋତ୍ସବ କମିଟି ପକ୍ଷରୁ ୧୪ ତମ ବାର୍ଷିକ ରଜ ମହୋତ୍ସବ ଉତ୍ସବ ଏରସମା ଦେବୀ ଦୋଳ ପଡିଆରେ ଅନୁଷ୍ଠିତ ହୋଇଯାଇଛି। ନିରାକାର ସ୍ୱ।ଇଁଙ୍କ ତତ୍ତ୍ଵାବଧାନରେ ଏରସମା ରଜ ମହୋତ୍ସବ କମିଟିର ସଦସ୍ୟ ମାନେ ଭାଇଚାରା ବଜାୟ ରଖିବା ସହିତ ଦୀର୍ଘ ୧୪ ବର୍ଷ ଧରି ଏହି ଉତ୍ସବକୁ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା କରୁଛନ୍ତିି। ଆଜିର ପ୍ରଥମ ଦିବସରେ ଆୟୋଜିତ ରଜ ମହୋତ୍ସବକୁ ଜଗତସିଂହପୁର ସାଂସଦ ବିଭୂପ୍ରସାଦ ତରାଇ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଛନ୍ତି।ଏହି ଅବସରରେ ଆୟୋଜିତ ସାଂସ୍କୃତିକ ସଭାରେ ସାଂସଦ ଶ୍ରୀ ତରାଇ ଉତ୍କଳୀୟ ସଂସ୍କୃତି ଓ ପରମ୍ପରାରେ ରଜପର୍ବ କହିଛନ୍ତି। ମହୋତ୍ସବ କମିଟି ସଭାପତି ସମିର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ବିଜେପି ଜିଲ୍ଲା ସଭାପତି ପ୍ରତାପ ମିଶ୍ର, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜୟ ମହାନ୍ତି, ଓବିସି ମୋର୍ଚ୍ଚା ରାଜ୍ୟ ସଂଯୋଜକ ନୃସିଂହ ସାହୁ, ସମାଜ ସେବୀ ସୁମନ ଖଟୁଆ,ଦୀପକ ପରିଡା ପ୍ରମୁଖ ଯୋଗଦେଇ ଥିଲେ। ମହୋତ୍ସବ କମିଟି ସମ୍ପାଦକ ନିରାକାର ସ୍ଵାଇଁ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ।ଏହି ଅବସରରେ ବିଭିନ୍ନ କଳା କାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଏହି କୃଷି ଭିତ୍ତିକ ଭାଇଚାରା ପର୍ବରେ ଅଞ୍ଚଳର ପ୍ରତିଭା ବ୍ୟକ୍ତିଙ୍କୁ ସାମିଲ କରାଯିବା ସହିତ ରଜ ମହୋତ୍ସବ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯିବ।
ଏହି ଉତ୍ସବ ଜୁନ ୧ ତାରିଖରୁ ଆରମ୍ଭ ହୋଇ ୮ତାରିଖ ପର୍ଯ୍ୟନ୍ତ ଆଠଦିନ ଧରି ଚାଲୁ ରହିବ।
