ଏରସମା, 01/06/2025, ଉତ୍କଳ voice news - utkalvoicenews.com( ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ )
ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ନୁଆଡିହି ପଞ୍ଚାୟତ ର ଚଣ୍ଡପୁର ଗ୍ରାମରେ ଆଜକୁ ପନ୍ଦର ବର୍ଷ ହେଲା ମହାପ୍ରଭୁ ଅନନ୍ତ ନାରାୟଣ ଙ୍କ ଯଜ୍ଞ ବାର୍ଷିକ ଉତ୍ସବ ଅନନ୍ତ ଧାମ ସଂଘ ଓ ଗ୍ରାମବାସୀ ଙ୍କ ତତ୍ତ୍ୱବଧାନରେ ମହା ଆନନ୍ଦର ସହିତ ପାଳନ କରାଯାଇଅଛି।ଦୂର ଦୁରାନ୍ତରୁ ଭକ୍ତ ମାନେ ନିଜ ନିଜର ମାନସିକ ପାଇଁ ଛୁଟି ଆସିଛନ୍ତି ପ୍ରଭୁଙ୍କ ପାଖକୁ। ସର୍ବ ପ୍ରଥମେ ସମସ୍ତ ଭକ୍ତ ମାନେ ନାମ ସଂକୀର୍ତନ କରି ମହାନଦୀ ରୁ ୧୦୮ କଳସ ଶୋଭାଯାତ୍ରା ରେ ବାହାରି ଅନନ୍ତ ଧାମ ରେ ପହଂଚି ଥିଲେ। ପରେ ପରେ ସୂର୍ଯ୍ୟ ପୂଜା, ଅଙ୍କୁରପୋଣ ଓ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଥିଲା। ତିନି ଦିନ ଧରି ସମସ୍ତ ଭକ୍ତ ମାନେ ପ୍ରଭୁଙ୍କର ଏହି କାର୍ଯ୍ୟକୁ ନିଷ୍ଠାପର ସହିତ ପାଳନ କରିଥିଲେ ।ପଣ୍ଡିତ ମାନଙ୍କର ମନ୍ତ୍ର ଧ୍ଵନୀ ରେ କମ୍ପିଭୂତ ହେଉଥିଲା ମନ୍ଦିର ପରିସର।ହରିବୋଲ ହୁଳହୁଳି ସହିତ ନାମ ସଙ୍କୀର୍ତ୍ତନ ରେ ଝୁଲୁ ଥିଲେ ଭକ୍ତ ମାନେ ।

ସବୁଠାରୁ ଆଶ୍ଚର୍ଯ୍ୟ ଓ ଚକିତ କରିଦେବା ଜିନିଷ ହେଲା ନିଷ୍ଠାପର ଭାବେ ରହି ପ୍ରଭୁଙ୍କୁ ସ୍ଥାପିତ କରିଥିବା ସେହି ମହାନ୍ ଭକ୍ତର ଶରୀରରେ ପ୍ରଭୁ ପ୍ରବେଶ କରନ୍ତି କିଛି କ୍ଷେଣ ପାଇଁ । ଯାହାକି ସର୍ପର ଶୋଭାବ ଓ ସର୍ପ ଭଳି ଗରଜନ କରିବା ସହିତ ଝୁଣା ଭକ୍ଷଣ କରିଥାନ୍ତି । ଯାହାକି ନିଜ ଆଖିରେ ନ ଦେଖିଲେ ବିଶ୍ୱାସ କରିହେବନି।ଏହି ଭଳି ଆକସ୍ମିକ ଦୃଶ୍ୟ ଆମେ ଆମ କ୍ୟାମେରା ମାଧ୍ୟମରେ ରେକର୍ଡ କରିଥିଲୁ । ସଂପୂର୍ଣ୍ଣ ସତ୍ୟାସତ ଜାଣିବା ପାଇଁ ପହଞ୍ଚି ଯାଇଥିଲୁ ସେହି ପବିତ୍ର ଧାମରେ ।ପଚାରି ବୁଝିଥିଲୁ ଭକ୍ତ ମାନଙ୍କର ପ୍ରତିକ୍ରିୟା ମଧ୍ୟ ନେଇଥିଲୁ ।ସର୍ବ ପ୍ରଥମେ ପ୍ରଭୁଙ୍କର ଆବିର୍ଭାବ ବିଷୟରେ ସେହି ମହାନ୍ ଭକ୍ତ ଙ୍କ ଠାରୁ ଜାଣିବାକୁ ଚାହିଁଥିଲୁ ।
ଆଜକୁ ଦୀର୍ଘ ପନ୍ଦର ବର୍ଷ ପୂର୍ବରୁ ଉକ୍ତ ଗ୍ରାମର ଜଣେ ବ୍ୟକ୍ତି ତାଙ୍କ ନାମ ସଉର ମଲ୍ଲିକ, ଯାହାକି ଦୈନ ଦିନ ଜୀବନରେ ସେ ଜଣେ ରାଜ ମିସ୍ତ୍ରୀ ସହିତ ଭଲ ମୂର୍ତ୍ତୀ କାରିଗର ମଧ୍ୟ । ଘର ପାଖରେ ଏକ ଓସ୍ତ ଗଛ ଟିଏ ଲଗେଇ ସଞ୍ଜ ପାଣି ନିତିଦିନ ଦିଅନ୍ତି ।ପ୍ରତି ସଙ୍କରାନ୍ତିରେ ମେଳା ମଧ୍ୟ କରନ୍ତି ।ଆମ ଓଡ଼ିଶାରେ ବାରବର୍ଷରେ ତେର ପର୍ବ । ତେଣୁ ସେ ସମସ୍ତ ପ୍ରକାର ର ସବୁ ଦେବା ଦେବୀଙ୍କର ମୂର୍ତ୍ତୀ ଗଢନ୍ତି। ହଠାତ୍ ଦିନେ ଅଚିହ୍ନା ଭଦ୍ର ବ୍ୟକ୍ତି ଖୋଜି ଖୋଜି ଆସି ତାଙ୍କ ଘରେ ପହଞ୍ଚନ୍ତି। ତାଙ୍କୁ ନ ପାଇ ଝିଅ ଙ୍କୁ ପଚାରନ୍ତି ତୁମ ବାପା କୁଆଡେ ଯାଇଛନ୍ତି ।ସେଇ ପାଖ ଗ୍ରାମରେ ସେହି ଲୋକଟି ରାଜ ମିସ୍ତ୍ରୀ କାମ କରୁଥିଲେ। ସଙ୍ଗେ ସଙ୍ଗେ ଆସି ପହଁଚିଲେ ସେହି ଭଦ୍ର ଲୋକଙ୍କ ପାଖରେ ।ଆସିବାର କାରଣ ପଚାରିବାରୁ ସେହି ଅଚିହ୍ନା ବ୍ୟକ୍ତି କହିଲେ କି ମୁଁ ତୁମର ଏହି ଏରସମା ରେ ରହୁଛି । ମୋର ଗୋଟେ ନାଗ ମୂର୍ତ୍ତୀ ଗଢ଼ିଦେବ। କେତେ ପଇସା ନେବା । ମିସ୍ତ୍ରୀ ଜଣଙ୍କ କହିଲେ ୧୦୦୦ ଟଙ୍କା ନେବି । ଠିକ୍ ଅଛି ତୁମେ ଗଢିଦିଅ ମୁ ଆସି ନେଇଯିବି ।ମିସ୍ତ୍ରୀ ମୂର୍ତ୍ତୀ ଗଢିବାରେ ଲାଗିଲେ।ଅଧାଗଢ଼ା କରି ରଖିଥାନ୍ତି ସେ ଭଦ୍ର ବ୍ୟକ୍ତି ଆଉଥରେ ଆସି ପହଁଚିଲେ,ଆଉ କହିଲେ କଣ କାମ ସରିନାହିଁ ।ମୋର ପୂର୍ଣ୍ଣିମା ଦିନ ପ୍ରତିଷ୍ଠା କରିବାର ଅଛି । ମୋ ଫୋନ ନମ୍ୱର ରଖ , କାମ ସରିଗଲେ ମୋତେ ଫୋନ କରିବେ ।କାମ ସରିଗଲା କିନ୍ତୁ ସେ ଫୋନ ଲଗେଇଲା ବେଳକୁ ଫୋନ ଲାଗିଲା ନାହିଁ କି ସେ ଲୋକର ସନ୍ଦେଶ କିଛି ମିଳିଲା ନାହିଁ ।ଅନେକ ଦିନ ବିତିଗଲା କିନ୍ତୁ ସେ ଅଚିହ୍ନା ଭଦ୍ର ବ୍ୟକ୍ତିର କିଛି ଠିକଣା ମିଳିଲା ନାହିଁ ।ମୂର୍ତ୍ତୀ ଗଢା ଯାଇ ଦାଣ୍ଡ ଦ୍ଵାର ରେ ରଖା ଯାଇଥାଏ ।ଲୋକମାନେ ଦୁନିଆ କଥା ମାନ କହିଲେ ଯେ କି ଏ ମୂର୍ତ୍ତୀ ଘରେ ରଖିବା ଠିକ୍ ନୁହେଁ ।ପିଲା ମାନେ ମଧ୍ୟ ଭୟ କରିବାରେ ଲାଗିଲେ ।ତୁମେ କୋଉ ମନ୍ଦିର ଦେଖି ଦେଇଦିଅ ବୋଲି ସମସ୍ତେ କହିଲେ । ଶେଷରେ ସେହିମିଷ୍ଟ୍ରି ମନ ସ୍ଥିର କଲେ ଯେ କି ସେ ନାଗ ମୂର୍ତ୍ତିକୁ ମନ୍ଦିରରେ ଦେଇଦେବେ । ସେହି ଦିନ ରାତ୍ରୀରେ ସ୍ୱପ୍ନ ଦେଖିଲେ ଏକ ବାବାଙ୍କୁ।ବାବା କହିଲେ ସେ ମୂର୍ତ୍ତୀ କୁ ତୁ କାହାକୁ ନ ଦେଇ ନିଜ ଗଛ ପାଖରେ ରଖି ପୂଜା କର୍। ୧୦୦ ବର୍ଷର ଆକୃତିର ଗଛ ଯେପରି ସେହିପରି ଦୃଶ୍ୟ ଦେଖେଇବା ସହିତ ନିଜର ରୂପକୁ ସ୍ୱପ୍ନ ରେ ସେହି ଭକ୍ତଙ୍କୁ ଦେଖାଇଥିଲେ । ଅବିକଳ ସେହି ବାବାଙ୍କର ମୂର୍ତ୍ତୀ ତିଆରି କରି ସେହି ଅନନ୍ତ ନାଗ ଙ୍କ ସହିତ ମହାପ୍ରଭୂ ବିଜେ କରିଛନ୍ତି ସେହି ଓସ୍ତ ବୃକ୍ଷ ମୂଳେ ।ପ୍ରତ୍ୟେକ ସୋମବାର ଓ ସଙ୍କରାନ୍ତିରେ ପ୍ରଭୁଙ୍କ ପାଖରେ ମେଳା ହୁଏ। ଦିନକୁ ଦିନ ଭକ୍ତ ମାନଂକ ର ଆଗମନ ବଢିବାରେ ଲାଗିଲା ।ଭକ୍ତଙ୍କର ମାନସିକ ପୁରଣ ହେଲା।ବିଭିନ୍ନ ପ୍ରକାର ରୋଗ ବ୍ୟାଧିରୁ ଲୋକ ମାନେ ଆରୋଗ୍ୟ ହେଲେ । ପ୍ରତି ସଂକରାନ୍ତିରେ ସେହି ଭକ୍ତଙ୍କ ଶରୀରେ ପ୍ରଭୁ ପ୍ରବେଶ କରନ୍ତି ।କେବଳ ସେହି ଭକ୍ତ ନୁହଁ ନାରୀଙ୍କ ଶରୀର ରେ ମଧ୍ୟ ପ୍ରଭୁ ପ୍ରବେଶ କରନ୍ତି ଯାହାକି ଆମେ ଆପଣ ମାନଙ୍କୁ ଆମ ଚ୍ୟାନେଲ ମାଧ୍ୟମରେ ଦେଖାଉଛୁ ।ଦର୍ଶକ ବନ୍ଧୁ ସେ ଯାହାବି ହେଉ ସେ ମହାପ୍ରଭୁଙ୍କ ଲୀଳା ।କେତେ ବେଳେ କେଉଁ ରୁପରେ କେଉଁଠାରେ ଆବିର୍ଭାବ ହୋଇ ଲୀଳା ଖେଳ କରିବେ ତାହା କେବଳ ସେହି ହି ଜାଣନ୍ତି । ନା ତାଙ୍କର ଆଦି ଅଛି ନା ଅନ୍ତ, ସେ ପରଂବ୍ରହ୍ମ ଅନନ୍ତ ନାରାୟଣ । ବିଶ୍ୱାସ ନେଇ ଏ ଜଗତ।ଯାହାର ମନ ଯେଡେ ତାର ପ୍ରଭୁ ସେଡେ। ଦର୍ଶକ ବନ୍ଧୁ ଗପ ଭଳି ଲାଗିଲେ ବି ଏ ନିରାଟ ସତ୍ୟ କଥା।ଯାହାକି ଆମର ପ୍ରତିନିଧି ନୃସିଂହ ମଲ୍ଲିକ ଉକ୍ତ ପବିତ୍ର ସ୍ଥାନରେ ପହଞ୍ଚି ନିଜର କ୍ୟାମେରା ମାଧ୍ୟମରେ ରେକର୍ଡ କରିଥିବା ସେହି ମହାନ୍ ଦୃଶ୍ୟ କୁ ଆପଣଙ୍କ ସାମ୍ନାରେ ବିସ୍ତାରିତ ଭାବରେ ଦେଖାଇଲୁ।ଆପଣ ମାନେ ଆସନ୍ତୁ ଏପରି ଏକ ପବିତ୍ର ଧାମ କୁ ଆଉ ନିଜ ନିଜର ମନ ଭିତରେ ଆଶା, ଆକାଂକ୍ଷା ଓ ଇଚ୍ଛା କୁ ପ୍ରଭୁ ଅନନ୍ତ ନାରାୟଣ ଙ୍କ ପାଖରେ ନିଜକୁ ସମର୍ପଣ କରି ପ୍ରଭୁଙ୍କର ଅପାର କୃପା ଲାଭ କରନ୍ତୁ । ଯଜ୍ଞ ଶେଷରେ ଭକ୍ତ ମାନେ ନିଜ ନିଜର ମାନସିକ କରି ବସେଇଥିବା କଳସକୁ ପ୍ରଭୁ ଅନନ୍ତ ନାରାୟଣ ଙ୍କ ପାର୍ଶଵଦେବତା ଦେବ ଦେବା ମହାଦେବଙ୍କ ମସ୍ତକ ରେ ପାଣି ଧଳା ଜାଇଥାଏ। ପ୍ରତିଦିନ ସମସ୍ତ ଭକ୍ତ ମାନଂକ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା।


