ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବର୍ଷା ହେଲେ ଗାଁ ଦାଣ୍ଡରେ ଜମୁଛି ପାଣି, ନାହିଁ ନଥିବା ଅସୁବିଧାରେ ଗ୍ରାମବାସୀ।

ଏରସମା, 02/06/2025, ଉତ୍କଳ voice news - utkalvoicenews.com(ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ)
Article Image
ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ଭିରଙ୍ଗ ଗ୍ରାମର ହରିଜନ ବସ୍ତିରେ ଅଦିନିଆ ବର୍ଷା ଯୋଗୁଁ ଗାଁ ଦାଣ୍ଡରେ ଆଣ୍ଠୁଏ ଲେଖା ପାଣି ଜମିରହୁଛି । ପାଣି ନିଷ୍କାସନ ପାଇଁ ସୁବିଧା ନଥିବାରୁ ଆଣ୍ଠୁଏ ଲେଖା ପାଣି ରେ ଗ୍ରାମବାସୀ ଓ ପିଲା ଛୁଆ ମାନେ ଯାତାୟତ କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଡ୍ରେନ ପାଣିଜମି ଦୁର୍ଗନ୍ଧ ହେବା ଦ୍ବାରା ଛୋଟ ଛୋଟ ପିଲା ମାନେ ଜ୍ୱର ଝାଡା ବାନ୍ତିରେ ଆକ୍ରାନ୍ତ ହେବା ସହିତ ଅଳିଆ ଆବର୍ଜ୍ଜନା ଘର ଭିତରକୁ ପ୍ରବେଶ କରୁଛି। ସରକାର୍ ବିକାଶ ର କଥା ପ୍ରଚାର କରୁଥିଲା ବେଳେ ଏହି ଗରିବ ମଜୁରିଆ ଲୋକମାନଙ୍କ ବସ୍ତିକୁ ଦେଖିଲେ ଜାଣିହେବ ଆମ ଓଡ଼ିଶାରେ କେତେ ଦୁର୍ ବିକାଶ ହୋଇଛି ।ଏହି ହେଉଛି ବିକାଶ ର ଚିତ୍ର ।ଏରସମା ବ୍ଲକ ରୁ ମାତ୍ର ପାଞ୍ଚ କିଲୋମିଟର୍ ହେବ ଏହି ଗାଁ। କିନ୍ତୁ ସରକାର୍ ସେଥିପ୍ରତି ଦୃଷ୍ଟି ଗୋଚର କଣ ପାଇଁ କରୁନାହାନ୍ତି ସେମାନଙ୍କୁ ହିଁ ଜଣା।
Article Image
Article Image
1