ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଏରସମା ପ୍ରିମିୟର ଲିଗ୍,ଡାଇନାମିକ ଲିଜେଣ୍ଡ ଚାମ୍ପିୟନ

ଏରସମା, 02/01/2025, ଉତ୍କଳ voice news - utkalvoicenews.comଜଗତସିଂହପୁର ଜିଲ୍ଲା ଏରସମା ଆଞ୍ଚଳିକ ଯୁବ ପରିଷଦ ଆନୁକୁଲ୍ୟରେ ଆୟୋଜିତ ଏରସମା ପ୍ରିମିୟର ଲିଗ୍ ସିଜନ୍ - ୩ ଫାଇନାଲ ମ୍ୟାଚରେ ଡାଇନାମିକ୍ ଲିଜେଣ୍ଡ ସୁପର ଜିଆଣ୍ଟକୁ ହରାଇ ଚାମ୍ପିଅନ ହୋଇଛି।
Article Image
ଏହି ଟୁର୍ଣ୍ଣାମେଣ୍ଟରେ ଚାରିଗୋଟି କ୍ରିକେଟ ଟିମ୍ ଭାଗ ନେଇଥିଲେ। ଫାଇନାଲ ମ୍ୟାଚରେ ଡାଇନାମିକ ଲିଜେଣ୍ଡ ଓ ସୁପରଜିଆଣ୍ଟ ମଧ୍ୟରେ ମୁକାବିଲା ହୋଇଥିଲା। ଡାଇନାମିକ ଲିଜେଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ ଓଭରରେ ୯ ଟି ଉଇକେଟ ହରାଇ ୧୩୮ ରନ କରିଥିଲା। ସୁପରଜିଆଣ୍ଟ ୧୩୯ ରନ୍ ବିଜୟ ଲକ୍ଷର ପିଛା କରି ୧୫ ଓଭରରେ ୮ ଉଇକେଟ ହରାଇ ୧୩୪ ରନ୍ କରି ପରାଜିତ ହୋଇଛି।ଡାଇନାମିକ ଲିଜେଣ୍ଡ କ୍ରିକେଟ ଟିମର ଅଭିଷେକ ରାଉତ ପ୍ଲେୟାର ଅଫଦି ମ୍ୟାଚ ବିବେଚିତ ହୋଇଥିବାବେଳେ ରମେଶ ମାହାଳି ପ୍ଲେୟାର ଅଫ ଦି ସିରିଜ୍ ବିବେଚିତ ହୋଇଛନ୍ତି।ସଂଗ୍ରାମ ପରିଡା ଓ ଇଶ୍ଵର ମହାନ୍ତି ମ୍ୟାଚ୍ ପରିଚାଳନା କରିଥିଲେ।ଏହି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀର ବିଧାୟକ ସାରଦା ପ୍ରସନ୍ନ ଜେନା ଯୋଗଦେଇ ଡାଇନାମିକ ଲିଜେଣ୍ଡକୁ ଚାମ୍ପିୟନ ଟ୍ରଫି ଓ ସୁପର ଜିଆଣ୍ଟକୁ ରନର୍ସ ଅପ୍ ଟ୍ରଫି ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବରେ ଏରସମା ପଞ୍ଚାୟତ ସରପଞ୍ଚ ସଚ୍ଚିଦାନନ୍ଦ ଦାସ, ସମିତିସଭ୍ୟା ଦେବଜାନୀ ସେଠୀ, ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଦିପ୍ତିରଞୀନ କୂଅଁର, ଆଞ୍ଚଳିକ ଯୁବ ପରିଷଦ ସଭାପତି ଜ୍ୟୋତିରଞ୍ଜନ କୂଅଁର,ଦେବବ୍ରତ ରାଉତରାୟ , ସାରଦା ପ୍ରସନ୍ନ ଖଟୁଆ ପ୍ରମୁଖ ଯୋଗଦେଇ ଥିଲେ। ଆଞ୍ଚଳିକ ଯୁବ ପରିଷଦ କ୍ରିକେଟ କ୍ଲବର ସମସ୍ତ ଜୁନିଅର ସଦସ୍ୟମାନେ ଟୁର୍ଣ୍ଣାମେଣ୍ଟକୁ ପରିଚାଳନା କରିଥିଲେ।
1