ପାରାଦୀପ ଗଡ, 02/06/2025, ଉତ୍କଳ voice news - utkalvoicenews.com

ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ଦ୍ବାରା ଆୟୋଜିତ ୪ର୍ଥ ବାର୍ଷିକ ରଜ ମହୋତ୍ସବ ପାଇଁ ଭୂମି ପୂଜା ଓ ଶୁଭ ସ୍ତମ୍ଭ ସ୍ଥାପନ କରାଯାଇଛି l ଚଳିତ ବର୍ଷ ଏକ ନିଆରା ଢଙ୍ଗରେ ରଜ ମହୋତ୍ସବ ପାଳନ କରିବା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି l ରାଜ୍ୟ ଓ ବାହାର ରାଜ୍ୟ ର ପାରମ୍ପରିକ ନାଚ ଗୀତ ଅନୁଷ୍ଠାନ ମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି l ଜୁନ୍ ୧୦ ତାରିଖ ଠାରୁ ଆରମ୍ଭ ହୋଇ ଜୁନ୍ ୧୭ ତାରିଖ ପର୍ଯ୍ୟନ୍ତ ଏହି
କାର୍ଯ୍ୟକ୍ରମ ଚାଲୁ ରହିବା l ମୀନା ବଜାର, ପଳିଶ୍ରୀମେଳା ସାଙ୍ଗକୁ ସୁଆଦିଆ ଖାଦ୍ୟ ଓ ଘର କରଣା ଜିନିଷ ଉପଲବ୍ଧ ହେବ ବୋଲି ରଜ ମହୋତ୍ସବ କମିଟି ର ସଭାପତି ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା ପ୍ରକାଶ କରିଛନ୍ତି l ପ୍ରତ୍ୟେକ ଦିନ ରଜ୍ୟର ଖ୍ୟାତ ନାମା କଳାକାର ମାନେ ଯୋଗଦେବା ସହିତ ରଜ୍ୟ ସରକାରଙ୍କ ମନ୍ତ୍ରୀ, ବିଧାୟକ ଓ କଳ କାରଖାନା ର ଉଚ୍ଚ ପଦସ୍ତ ଅଧିକାରୀ ମାନେ ସାଂସ୍କୃତିକ ସଭାରେ ଯୋଗଦେବେ ଦେବେ ବୋଲି ଶ୍ରୀଯୁକ୍ତ ବେହେରା ପ୍ରକାଶ କରିଛନ୍ତି l ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ବାହିନୀ କୁ ଅନୁରୋଧ କରାଯାଇଛି ଓ ଏଥିପାଇଁ ସି.ସି. ଟିଭି ର ବନ୍ଦବସ୍ତ୍ କରାଯାଇଛି l ଆଜିର ଭୂମି ପୂଜନ ଉତ୍ସବ ରେ ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ଚୌଧୁରୀ, ସଂପାଦକ ଶ୍ରୀ ଦେଵ ଦୂଲ୍ଲଭ କର, ସତ୍ୟନାରାୟଣ ମହାପାତ୍ର, ସଂଗ୍ରାମ ବେହେରା, ସୁଯ୍ୟକାନ୍ତ ବେହେରା, ଅଲେଖ ମହାରଥା, ରମେଶ ବେହେରା, ପ୍ରଭାତ ସାହୁ, ସୁନାକର ସାହୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l

