ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କର୍କଟ ରୋଗୀ ବିଷ୍ଣୁଙ୍କ ଅପରେସନ ପାଇଁ ଅର୍ଥ ସାଜିଛି ବାଧକ, ପ୍ରଶାସନ ପକ୍ଷରୁ ସହାୟତା ପାଇଁ ଅନୁରୋଧ ।

ହିଞ୍ଜିଳି କାଟୁ, 02/06/2025, ଉତ୍କଳ voice news - utkalvoicenews.com(କୃଷ୍ଣ ଚନ୍ଦ୍ର ସାମନ୍ତରାୟ ଙ୍କ ରିପୋର୍ଟ) :
Article Image
ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଳକର ବନ୍ଧା ଗୁଡା ପଞ୍ଚାୟତର ବି ଚିପିଲି ଗ୍ରାମର ଜୈନିକ ବ୍ଯକ୍ତି କର୍କଟ ରୋଗରେ ପୀଡିତ ଅଛନ୍ତି । ତାଙ୍କର ଅପରେସନ ପାଇଁ ଅର୍ଥର ଅଭାବ ଯୋଗୁଁ ପ୍ରଶାସନିକ ଅଧିକାରୀଙ୍କୁ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି । ଏହି ଗ୍ରାମର ବିଷ୍ଣୁ ପ୍ରସାଦ ସ୍ଵାଇଁ ବୟସ ୫୧ବର୍ଷ ,ଯିଏ କି କର୍କଟ ରୋଗରେ ପୀଡ଼ିତ ଅଛନ୍ତି । ଯାର ଗୋଟିଏ ଥର ଛାତି ପାଖରେ ଅପରେସନ ହୋଇଥିବା ବେଳେ ଆଉ ଥରେ ଅପରେସନ ହେବା ପାଇଁ ଡାକ୍ତର କହୁଛନ୍ତି। ତାଙ୍କର ଆଧାର କାର୍ଡ ଥିବା ବେଳେ ରାସନ କାର୍ଡ ନାହିଁ । ନିହାତି ଭାବେ ଗରିବ ପରିଵାର ହୋଇଥିବା ବେଳେ ସ୍ଵାସ୍ଥ୍ୟ ବୀମା କାର୍ଡ‌ ନାହଁ। ରାସନ କାର୍ଡ ପାଇଁ ଅନଲାଇନ କରିଥିବା ବେଳେ କାର୍ଡ ପାଇଁ ନାହାଁନ୍ତି। ବୟସ ୫୦ ଅତିକ୍ରାନ୍ତ ହୋଇଥିବା ବେଳେ ଯାହା ସୁନା ରୂପା ଥିଲା ତାକୁ ବିକ୍ରି କରି ପ୍ରଥମ ଥର ଅପରେସନରେ ସବୁ ଅର୍ଥ ସରିବା ବେଳେ ଖାଲି ହାତରେ ରହିଛନ୍ତି। ଆଉ ଗୋଟିଏ ଅପରେସନ ପାଇଁ ଘରୋଇ ଡାକ୍ତରଖାନା ୩ ଲକ୍ଷ ଟଙ୍କା ଦରକାର ବୋଲି କହିଵାରୁ‌ ବିଷ୍ଣୁର ମୁଣ୍ଡ ବ୍ୟଥା ବଢ଼ିଯାଇଛି। ଅଭାବ ଅନାଟନ ମଧ୍ୟରେ ଏତେ ଗୁଡିଏ ଟଙ୍କା କୁଆଡୁ ଯୋଗାଡ କରିବେ । ରାସନ‌ କାର୍ଡ ନଥିବା ଯୋଗୁଁ ସ୍ଵାସ୍ଥ୍ୟ ବୀମା କାର୍ଡ ମଧ ହୋଇ ପାରୁନାହିଁ।ତାର ଅପରେସନ ଅର୍ଥ ଅଭାବ ଯୋଗୁଁ ଅଟକିଥିବା ବେଳେ ଗଣମାଧ୍ୟମ ଜରିଆରେ ଜିଲ୍ଲାପାଳ ଗଞ୍ଜାମଙ୍କୁ ବିଷ୍ଣୁ ଗୁହାରି ଜଣାଇଛନ୍ତି।ଏଣୁ ଜିଲ୍ଲାପାଳ ଗଞ୍ଜାମ ଏ ଦିଗରେ ଦୃଷ୍ଟି ଦେଇ‌ ତୁରନ୍ତ ବିଷ୍ଣୁଙ୍କୁ ସହାୟତା ର ହାତ ବଢାନ୍ତୁ ବୋଲି ସାଧାରଣରେ ଦାବୀ ହେଉଛି।
1