ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବୁଗୁଡ଼ାରେ ୭ଟି ୟୁପିଏସକୁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଘୋଷିତ

ବୁଗୁଡା, 02/06/2025, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ) :
Article Image
ରାଜ୍ୟସରକାର ପକ୍ଷରୁ ବିଦ୍ୟାଳୟ ମାନଙ୍କରେ ପିଲାମାନଙ୍କ ଗୁଣାତ୍ମକ ଶୈକ୍ଷିକର ବୃଦ୍ଧି ନିମନ୍ତେ ବ୍ଲକ ସ୍ତରରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଭାବରେ କିଛି ବିଦ୍ୟାଳୟକୁ ଘୋଷଣା କରାଯାଇଛି । ଏଥିରେ ସ୍ଥାନୀୟ ବିଧାୟକ ତଥା ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସୁପାରିସ କ୍ରମେ ବୁଗୁଡା ବ୍ଲକର ୭ଟି ଗୋଟି ବିଦ୍ୟାଳୟକୁ ସ୍ଥାନ ଦିଆଯାଇଥିବା ଜଣାଯାଇଛି । ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧିନସ୍ଥ ବାଲିପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ପ୍ରଥମ ପର୍ଯ୍ୟାୟରେ ଏବଂ ତାଳସାକର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ , ବିଷ୍ଣୁଚକ୍ର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ , ଅନ୍ତରପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ , ପାଙ୍ଗିଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ , କରଚୁଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଆଦିପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଦ୍ବିତୀୟ ପର୍ଯ୍ଯାୟରେ ଗୋଦାବରିଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟରେ ପରିଣତ କରାଯିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ବୁଗୁଡ଼ା ଗୋଷ୍ଠୀ ଶିକ୍ଷା ଅଧିକାରୀ ଚିନ୍ମୟ ମହାପାତ୍ର , ଅତିରିକ୍ତ ଶିକ୍ଷା ଅଧିକାରୀ ଅମିତା କୁମାରୀ ପାଢୀ , ସିଆରସିସି ବିଶ୍ବଜିତ୍ ପରିଡା , ଦିଲ୍ଲୀପ କୁମାର ବେହେରା , ସନ୍ତୋଷ କୁମାର ଡାକୁଆ ଶର୍ମିଷ୍ଠା ଜେନା , ପୂର୍ଣ୍ଣଚନ୍ଦ୍ର ବେହେରା ଓ ଦେବଦତ୍ତ ମହାନ୍ତି ପ୍ରମୁଖ ବିଭିନ୍ନ ବିଦ୍ୟାଳୟ ବୁଲି ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ପ୍ରସ୍ତୁତ କରିଛନ୍ତି । ସଂପ୍ରତି ଏହି ସମସ୍ତ ବିଦ୍ୟାଳୟରେ ପାଚେରୀ ନିର୍ମାଣ,ଅଡିଟୋରିୟମ ନିର୍ମାଣ, ଚାରିଟି ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ, ସାଇକେଲ ଷ୍ଟାଣ୍ଡ ନିର୍ମାଣ, ମୁଖ୍ୟ ଫାଟକ ନିର୍ମାଣ ,ଛାତ୍ରଛାତ୍ରୀ ଓ ଦିବ୍ୟାଙ୍ଗ ପିଲାଙ୍କ ପାଇଁ ଭିନ୍ନ ଭିନ୍ନ ଶୌଚାଳୟ ନିର୍ମାଣ, ରୋଷେଇ ଘର ସହ ସାମୁହିକ ଡାଇନିଂ ହଲ ନିର୍ମାଣ, ପେଭର ଯୁକ୍ତ ଏପ୍ରୋଚ ରାସ୍ତା ,ପ୍ରଧାନ ଶିକ୍ଷକଙ୍କ ସ୍ୱତନ୍ତ୍ର ରୁମ ସହ କମନ ରୁମ, ବୋରୱେଲ ସହ ଓଭର ହେଡ ଟ୍ଯାଙ୍କ ନିର୍ମାଣ କରାଯିବ । ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ କିଛି ପୁରୁଣା ଶ୍ରେଣୀ ଗୃହକୁ ଭଙ୍ଗାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ବିଦ୍ୟାଳୟର ପରିବେଶକୁ ସରସ ସୁନ୍ଦର କରାଯିବା ସହ ସମଗ୍ର ପରିସରକୁ ସିସିଟିଭି ଫୁଟେଜ୍ ମଧ୍ଯରେ ରଖାଯିବ । ସାମ୍ପ୍ରତିକ ପରିସ୍ଥିତିରେ ପ୍ରାଥମିକ ଶିକ୍ଷାରେ ସଂସ୍କାର ଆଣିବା ସହ ଶୈକ୍ଷିକ ବାତାବରଣ ସୃଷ୍ଟି କରି ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ସରକାର ନେଇଥିବା ଏହି ପଦକ୍ଷେପକୁ ଅଭିଭାବକ ମହଲରେ ସ୍ଵାଗତ କରାଯାଇଥିବା ବେଳେ ଆଗାମୀ ଦିନରେ ପ୍ରତି ପଞ୍ଚାୟତରେ ଗୋଟିଏ ଲେଖାଏଁ ୟୁପିଏସକୁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଭାବେ ଗ୍ରହଣ ନିମନ୍ତେ ଯୋଜନା ରହିଥିବା ଜଣାଯାଇଛି।
1