ଏରସମା, 03/06/2025, ଉତ୍କଳ voice news - utkalvoicenews.com

ଏରସମା ରଜ ମହୋତ୍ସବ କମିଟି ପକ୍ଷରୁ ୧୪ ତମ ବାର୍ଷିକ ରଜ ମହୋତ୍ସବ ଉତ୍ସବ ଏରସମା ଦେବୀ ଦୋଳ ପଡିଆରେ ଅନୁଷ୍ଠିତ ହୋଇଯାଇଛି। ନିରାକାର ସ୍ୱ।ଇଁଙ୍କ ତତ୍ତ୍ଵାବଧାନରେ ଏରସମା ରଜ ମହୋତ୍ସବ କମିଟିର ସଦସ୍ୟ ମାନେ ଭାଇଚାରା ବଜାୟ ରଖିବା ସହିତ ଦୀର୍ଘ ୧୪ ବର୍ଷ ଧରି ଏହି ଉତ୍ସବକୁ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା କରୁଛନ୍ତିି। ତୃତୀୟ ଦିବସରେ ଆୟୋଜିତ ରଜ ମହୋତ୍ସବକୁ ବାଲିକୁଦା ପୂର୍ବତନ ବିଧାୟକ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର ମୂଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଛନ୍ତି।ଏହି ଅବସରରେ ଆୟୋଜିତ ସାଂସ୍କୃତିକ ସଭାରେ ଶ୍ରୀ ମହାପାତ୍ର ଉତ୍କଳୀୟ ସଂସ୍କୃତି ଓ ପରମ୍ପରାରେ ରଜପର୍ବ କହିଛନ୍ତି। ମହୋତ୍ସବ କମିଟି ସଭାପତି ସମିର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ମୁଖ୍ୟବକ୍ତା ଭାବେ ରାଜ୍ୟ କଂଗ୍ରେସର ପିସିସି ସଦସ୍ୟ ତଥା ବାଲିକୁଦା ଏରସମା ନିର୍ବାଚନମଣ୍ଡଳୀର କଂଗ୍ରେସ ନେତା ଇଂ ନଳୀନ ସ୍ୱ।ଇଁ ଯୋଗଦେଇ ତାଙ୍କର ବକ୍ତବ୍ୟରେ କହିଥିଲେ ମୁଁ ପୂର୍ବବର୍ଷ ଓଡ଼ିଆ ଚଳଚ୍ଚିତ୍ରର ନାୟକ ସବ୍ୟସାଚୀ ମିଶ୍ରଙ୍କୁ ଆଣିବାରୁ ଚଳିତ ବର୍ଷ ଜନସମାଗମ ଦେଖିବାକୁ ମିଳିଥିଲା। ଚଳିତ ବର୍ଷ କଳାକାର ମାନଙ୍କୁ ଆଣି ନଥିବାରୁ ଜନସମାଗମ ଦେଖିବାକୁ ମିଳିନଥିଲା।ମୁଁ ପ୍ରତ୍ୟେକ ବର୍ଷ ଓଡିଆ ଚଳଚ୍ଚିତ୍ରର କଳାକାର ମାନଙ୍କୁ ଆଣିବି ବୋଲି ଇଂ ନଳୀନ ସ୍ୱ।ଇଁ ପ୍ରତିଶ୍ରୁତି ଦେଇଥିଲେ।ସମ୍ମାନୀତ ଅତିଥି ଏରସମା ବ୍ଲକ କଂଗ୍ରେସ ସଭାପତି ବଲ୍ଲଭାନନ୍ଦ ସ୍ୱ।ଇଁ,ପଏଦା ପଞ୍ଚାୟତ ସରପଞ୍ଚ ଦିପ୍ତିରାଣୀ ପ୍ରଧାନ, ପଲ୍ଲୀ କଣ୍ଟ ପଞ୍ଚାୟତ ପୂର୍ବତନ ସରପଞ୍ଚ ଧ୍ୱଜରାଜ ଖଣ୍ଡୁଆଳ ପ୍ରମୁଖ ଯୋଗଦେଇ ଥିଲେ। ମହୋତ୍ସବ କମିଟି ସମ୍ପାଦକ ନିରାକାର ସ୍ଵାଇଁ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ।ଏହି ଅବସରରେ ବିଭିନ୍ନ କଳା କାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଏହି କୃଷି ଭିତ୍ତିକ ଭାଇଚାରା ପର୍ବରେ ଅଞ୍ଚଳର ପ୍ରତିଭା ବ୍ୟକ୍ତିଙ୍କୁ ସାମିଲ କରାଯିବା ସହିତ ରଜ ମହୋତ୍ସବ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି ଉତ୍ସବ ଜୁନ ୧ ତାରିଖରୁ ଆରମ୍ଭ ହୋଇ ୮ତାରିଖ ପର୍ଯ୍ୟନ୍ତ ଆଠଦିନ ଧରି ଚାଲୁ ରହିବ।