ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଡ଼କ୍ଟର ସୁନାକର ବେହେରା ଙ୍କୁ ଜାତୀୟ ମୁଖପାତ୍ର ଓ ବିଜୟ କୁମାର ବିଶ୍ୱାଳ ଙ୍କୁ ରାଜ୍ୟ କାର୍ଯ୍ୟକାରି ସଭାପତି ଦାଇତ୍ୱ ପ୍ରଦାନ

ରାହାମା, 04/06/2025, ଉତ୍କଳ voice news - utkalvoicenews.com
Article Image
ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ଜାତୀୟ ସଂଗଠନ ଅଖିଳ ଭାରତୀୟ ଗ୍ରାହକ କଲ୍ୟାଣ ପରିଷଦର ଜାତୀୟ ମୁଖପାତ୍ର ଭାବେ ଜଗତସିଂହପୁର ଜିଲ୍ଲାର ଜଣାଶୁଣା ବିଶିଷ୍ଟ ସମାଜସେବୀ ଆଡ଼ଭୋକେଟ ଡ଼କ୍ଟର ସୁନାକର ବେହେରାଙ୍କୁ ପୁନର୍ବାର ନିଯୁକ୍ତ କରାଯାଇଅଛି।ଡ଼ଃ ବେହେରା ଦୀର୍ଘ ପାଞ୍ଚବର୍ଷ ଧରି ଖାଉଟି ମାନଙ୍କ ଅଧିକାର ସାବ୍ୟସ୍ତ କରିବା, ଖାଉଟି ସଚେତନତା ଓ କଲ୍ୟାଣ ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ମାନ ରାଜ୍ୟ ଓ ଜାତୀୟ ସ୍ତରରେ ରୂପାୟନ କରି ଆସୁଅଛନ୍ତି। ଏବଂ ବିଗତ ବର୍ଷ ମାନଙ୍କରେ ଜାତୀୟ ସ୍ତରରେ ଖାଉଟି କଲ୍ୟାଣ ପରିଷଦର ବିଭିନ୍ନ ଜାତୀୟ ଏବଂ ଆନ୍ତର୍ଜାତୀୟ ସମ୍ମିଳନୀରେ ଯଥା ନାଗପୁର, ଜାମୁକାଶ୍ମୀର ଏବଂ ଚଣ୍ଡିଗଡ଼ ଠାରେ ଆଡ଼ଭୋକେଟ ଡ଼ଃ ବେହେରାଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା।ତତ ସହିତ ରାଜ୍ୟର ଜଣେ ଉଦ୍ଦୀୟମାନ ସମାଜସେବୀ ଶ୍ରୀଯୁକ୍ତ ବିଜୟ କୁମାର ବିଶ୍ୱାଳ(କୁବେର) ଙ୍କୁ ଅଖିଳ ଭାରତୀୟ ଗ୍ରାହକ କଲ୍ୟାଣ ପରିଷଦ ଦ୍ୱାରା ରାଜ୍ୟର କାର୍ଯ୍ୟକାରୀ ସଭାପତି ଭାବେ ନୂତନ ଦାଇତ୍ୱ ପ୍ରଦାନ କରାଯାଇଛି। ଶ୍ରୀଯୁକ୍ତ ବିଶ୍ୱାଳ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଶଙ୍ଖେଶ୍ୱର ଗୋପାଳପୁର ଗ୍ରାମ ପଞ୍ଚାୟତର ଅଧିବାସୀ ଅଟନ୍ତି।ଏହି ନିଯୁକ୍ତି ପରିପ୍ରେକ୍ଷୀରେ ଡ଼ଃ ବେହେରା ରାଷ୍ଟ୍ରୀୟ ଅଧ୍ୟକ୍ଷ ବିଖ୍ୟାତ ସେନାହିଁ, ରାଷ୍ଟ୍ରୀୟ ମୁଖ୍ୟ ସଚିବ ଦେବେନ୍ଦ୍ର ତିୱାରୀ,ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଚିବ ବିଜୟ ମହାନ୍ତି,ରାଷ୍ଟ୍ରୀୟ ଉପାଧ୍ୟକ୍ଷ ସୁରଜ ପ୍ରକାଶ,ଡ଼କ୍ଟର ଏମପି ବର୍ଷା, ସଞ୍ଜୟ ଦୁବେ, ଚନ୍ଦ୍ରଶେଖର ଭାଗଡେ,ରାଜ୍ୟ ସଭାପତି ଆଡ଼ଭୋକେଟ ଜଗବନ୍ଧୁ ସରାଫ,ରାଜ୍ୟ ସଂଯୋଜକ ବିବେକାନନ୍ଦ ହୋତା ଙ୍କୁ ଧନ୍ୟବାଦ ପ୍ରଦାନ ସହିତ ଶ୍ରୀଯୁକ୍ତ ବେହେରା ଓ ବିଶ୍ୱାଳଙ୍କୁ ଜଗତସିଂହପୁର ମାନ୍ୟବର ସାଂସଦ ଡ଼ଃ ବିଭୂ ପ୍ରସାଦ ତରାଇ,ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ପାତ୍ର, ଶିଳ୍ପ ଦକ୍ଷତା ବିକାଶ ଓ ବୈଷୟିକ ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ୱାଇଁ ଓ ଜିଲ୍ଲାର ଅନେକ ସ୍ବେଛାସେବୀ ସଂଗଠନ ଶୁଭେଚ୍ଛା ପ୍ରଦାନ କରିଛନ୍ତି।
Article Image
Article Image
Article Image
10