ଜଗତସିଂହପୁର, 04/01/2025, ଉତ୍କଳ voice news - utkalvoicenews.comସିଠାଳ ଦୀପାଞ୍ଚଳ ଶାସନପଡା ଗ୍ରାମର ବାସିନ୍ଦା ଭ୍ରମର ବର ସ୍ୱାଇଁ ଙ୍କର ଗତ ଦୁଇ ତାରିଖ ଗୁରୁବାର

ସକାଳେ 73ବର୍ଷ ବୟସରେ ପରଲୋକ ହୋଇଛି |ସ୍ବର୍ଗତ
ସ୍ୱାଇଁ ଦୀର୍ଘ ବର୍ଷ ଧରି ଜଗତସିଂହପୁର ଜିଲ୍ଲା ରେ ଏସ ଆଇ ଓ ସର୍ବ ଶିକ୍ଷା ଅଭିଯାନ ର କୋ୍ଡିନେଟର ଭାବରେ କାର୍ଯ୍ୟ କରିଥିଲେ |ପରବର୍ତ୍ତୀ ସମୟରେ ପୁରୀ ସଦର ଡି. ଆଇ ରୂପେ ଓ କଟକ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ର ଆକାଉଣ୍ଟସ କମ ଅଡିଟ ଅଫସର ରୂପେ କାର୍ଯ୍ୟ କରି ଅନେକ ସୁନାମ ଅର୍ଜନ କରିଥିଲେ |2010ମସିହା ରେ କାର୍ଯ୍ୟ ରୁ ଅବସର ଗ୍ରହଣ କରି ଥିଲେ |ଦୀର୍ଘ 2ବର୍ଷ ଧରି ପକ୍ଷାଘାତ ରୋଗରେ ପୀଡିତ ହୋଇ ଚିକିଶ୍ଚିତ ହେଉଥିଲେ |ଗ୍ରାମ ଶ୍ମାଶନ ରେ ତାଙ୍କର ଶବ ସତ୍କାର କରାଯାଇଥିଲା |ଏକମାତ୍ର ପୁତ୍ର ଆଶିଷ ସ୍ୱାଇଁ ମୁଖାଗ୍ନି ଦେଇଥିଲେ |ମୃତ୍ୟୁ ଶଯ୍ୟା ନିକଟ ରେ ଦୁଇ ଝିଅ ଜ୍ୱାଇଁ ଙ୍କ ସମେତ ଆତ୍ମୀୟ ସ୍ୱଜନ ମାନେ ଉପସ୍ଥିତ ଥିଲେ |ସ୍ବର୍ଗତ ସ୍ୱାଇଁ ଙ୍କ ବିୟୋଗରେ
ନିଆଳି ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ରମାକାନ୍ତ ସ୍ୱାଇଁ. ପୂର୍ବତନ ସଭାପତି ନିରଞ୍ଜନ ବେଉରା ଅବସର ପ୍ରାପ୍ତ କର୍ମଚାରୀ ସଂଘର ସଭାପତି ପ୍ରେମାନନ୍ଦ ମହାପାତ୍ର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ମହାପାତ୍ର. ରମାକାନ୍ତ ମହାପାତ୍ର. କାଳନ୍ଦୀ ଚାରଣ ପ୍ରଧାନ ସିଠାଳ ସରପଞ୍ଚ କବିତା ମହାପାତ୍ର ଏକାବେରୁଆଁ ସରପଞ୍ଚ ପ୍ରଶାନ୍ତ ସ୍ୱାଇଁ ସମାଜସେବୀ ଅଶୋକ ପାତ୍ର ପୂର୍ବତନ ସରପଞ୍ଚ ଅନ୍ତର୍ଯ୍ୟାମୀ ବଡୁ ସାମ୍ବାଦିକ ସରୋଜ ନାୟକ ଦୀପାଞ୍ଚଳ ପୂଜ୍ୟ ପୂଜା କମିଟି ର ସଭାପତି ଶିକ୍ଷାବିତ ଅକ୍ଷୟ କୁମାର ନାୟକ
ପ୍ରଫେସର ଡକ୍ଟର ରାମଚନ୍ଦ୍ର ପଣ୍ଡା
ପୂର୍ବତନ ସରପଞ୍ଚ ଅନିରୁଦ୍ଧ ମଲ୍ଲିକ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି |