ଜଗତସିଂହପୁର /ନିଆଳି, 04/06/2025, ଉତ୍କଳ voice news - utkalvoicenews.com(ଜଗତସିଂହପୁର ରୁ ସରୋଜ ନାୟକ ଙ୍କ ରିପୋର୍ଟ ) :
ଦେବୀନଦୀରେ ଦେବୀଦୋଳ ଠାରେ. ଓ କନ୍ଦଳ ନଦୀରେ ବିଳାଶୁଣି (ବାଲିକୁଦ )ଠାରେ ଜଳ ଭଣ୍ଡାର ଓ ଚେକଡ୍ୟାମ ନିର୍ମାଣ କରିବା ପାଇଁ ଏକ ଦାବୀ ସମାବେଶ ଶିବିର ପହଙ୍ଗା ବଢ଼େଇସାହି କୁତ୍ତାମଚଣ୍ଡୀ ମନ୍ଦିର ରେ ଜୁନ ଏକ ତାରିଖ (ରବିବାର )ଅନୁଷ୍ଠିତ ହୋଇଥିଲା |
ଜଗତସିଂହପୁର. କଟକ. ପୁରୀ ଖୋର୍ଦ୍ଧା ଜିଲ୍ଲା ରୁ 2ଶହ ସାମ୍ବାଦିକ ଓ ସମାଜ ସେବୀ ମାନେ ଯୋଗ ଦେଇଥିଲେ |ସାମ୍ବାଦିକ କଲ୍ୟାଣ ପାଣ୍ଠି ଅଧକ୍ଷ ବରିଷ୍ଠ ସାମ୍ବାଦିକ ଗଗନ ସାହୁ ସଭାପତିତ୍ୱ କରିଥିଲେ |ଜଳଭଣ୍ଡାର ନିର୍ମାଣ କରିବା ପାଇଁ 2018ମସିହା ରୁ ନିଆଳି ତହସିଲଦାର ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ବାରମ୍ବାର ଲିଖିତ ଦାବୀ କରିଆସୁଥିବା ଆଡ଼ଭୋକେଟ ସଚ୍ଚିଦାନନ୍ଦ ନାୟକ. ସୁଶାନ୍ତ କୁମାର ବିହାରୀ. ଲଷ୍ମୀଧର ବସ୍ତିଆ. ମହାପାତ୍ର ଧରଣୀଧର ପଣ୍ଡା. ଭରତ ମଲ୍ଲିକଙ୍କୁ ସମ୍ମାନ ଜଣାଇବା ସହ ମାନପତ୍ର. ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇଥିଲା |