ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ନିଉ ଏରା ପବ୍ଲିକ ସ୍କୁଲକୁ ମିଳିଲା ପ୍ରକୃତି ମିତ୍ର ପୁରସ୍କାର

ବୁଗୁଡ଼ା, 05/06/2025, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ) :
Article Image
ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡ଼ା ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ନିୟୁ ଏରା ପବ୍ଲିକ ସ୍କୁଲକୁ ପ୍ରକୃତି ମିତ୍ର ପୁରସ୍କାର ମିଳିଛି। ଭୁବନେଶ୍ୱର ସ୍ଥିତ କୃଷି ଶିକ୍ଷା ସଦନରେ ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ଓଡ଼ିଶାର ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ଏହି ପୁରସ୍କାର ପ୍ରଦାନ କରିଥିଲେ। ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ପ୍ରକୃତି ର ସଂରକ୍ଷଣ ତଥା ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ଅନୁଷ୍ଠାନ ର ସହକାରୀ ଶିକ୍ଷକ ବୈଷ୍ଣବ ଚରଣ ଦାଶ ଏହି ଉତ୍ସବରେ ଯୋଗଦେଇ ମାନପତ୍ର ସହ ଅର୍ଥରାଶି ଗ୍ରହଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା , ପିସିସିଏଫ୍ ସୁରେଶ ପନ୍ଥ , ବିଭାଗୀୟ ସଚିବ ସତ୍ୟବ୍ରତ ସାହୁ , ସଦସ୍ୟ ସଚିବ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଉମା ନନ୍ଦୁରୀ ଯୋଗ ଦେଇଥିଲେ। ପ୍ରକାଶ ଯୋଗ୍ୟ ଯେ ଏହି ବିଦ୍ୟାଳୟର ଛାତ୍ର ଛାତ୍ରୀ, ସ୍କାଉଟ ଓ ଗାଇଡ୍ ସ୍ୱେଚ୍ଛାସେବୀମାନେ ପ୍ରକୃତିର ସୁରକ୍ଷା, ଜଙ୍ଗଲ ରକ୍ଷା , ବନ୍ୟ ଜନ୍ତୁ ସୁରକ୍ଷା, ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ବିଭିନ୍ନ ଜନସଚେତନତା କାର୍ଯ୍ୟକ୍ରମ କରି ଆସୁଛନ୍ତି। ଏହି ସଫଳତା ପାଇଁ ଶ୍ରୀ ଦାଶ ଙ୍କୁ ବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ବୃଷକେତୁ ଦାଶ, ପରିଚାଳନା ସମିତି ସଭାପତି କାଳୀଚରଣ ଦାଶ, ସମ୍ପାଦକ ଅନୀଲ ପଟ୍ଟନାୟକ ଙ୍କ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ବୃନ୍ଦ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ।
1