ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

*ସ୍କାଉଟ୍ସ ଓ ଗାଇଡ୍ସ ତରଫରୁ ବିଶ୍ଵ ପରିବେଶ ଦିବସ ୨୦୨୫ ପାଳିତ**

ଜଗତସିଂହପୁର, 05/06/2025, ଉତ୍କଳ voice news - utkalvoicenews.com(ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ) :
Article Image
ନିଲେ ଝଣ୍ଡେ ୱାଲେ ଓପନ ୟୁନିଟ, ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ୍ସ ଆଣ୍ଡ ଗାଇଡ୍ସ୍ ତରଫରୁ ବିଶ୍ଵ ପରିବେଶ ଦିବସ ଅଳକା ଆଶ୍ରମ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଦିବସ ପାଳନ ର ମୁଖ୍ୟ ଲକ୍ଷ୍ୟ ଥିଲା ପ୍ଲାଷ୍ଟିକ ପ୍ରଦୂଷଣ କୁ ସଂପୂର୍ଣ୍ଣ ରୂପେ ମୂଳପୋଛ କରିବା lଏହି ପରିପେକ୍ଷୀରେ ପ୍ରଥମେ ବାଡେନ୍ ପାୱେଲ ଓ ଲେଡି ବାଡେନ ପାୱେଲ୍ ଙ୍କ ଫଟୋ ରେ ମାଲ୍ୟାର୍ପଣ ଓ ବୈଦିକ ମନ୍ତ୍ର ସହ ଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା ପରେ ପରେ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ବିଦ୍ୟାଲୟ ରୁ ଆସିଥିବା ସ୍କାଉଟ୍ସ ଏବଂ ଗାଇଡ୍ସ ମାନଙ୍କ ମଧ୍ୟରେ ପୋଷ୍ଟର ପ୍ରସ୍ତୁତି ଏବଂ ଓପନ କୁଇଜ୍ ପ୍ରତିଯୋଗିତା କରାଯାଇଥିଲା ।ଏହି ଓପନ୍ କୁଇଜ୍ ପ୍ରତିଯୋଗିତାରେ କୁଇଜ୍ ମାଷ୍ଟର ରମାକାନ୍ତ ଭୋଇ ଏବଂ ପ୍ରିୟଦର୍ଶିନୀ ଦାସ , ସୁବାଷ ତ୍ରିପାଠୀ ପିଲାମାନଙ୍କୁ ପରିବେଶ ସମ୍ବନ୍ଧୀୟ ବିଭିନ୍ନ ପ୍ରଶ୍ନ ପଚାରି ପୁରସ୍କୃତ କରିଥିଲେ ।ଏହା ପରେ ହାଟବଜାର ଠାରେ ସ୍କାଉଟ୍ସ ଏବଂ ଗାଇଡ୍ସ ମାନଙ୍କ ଦ୍ଵାରା ସାମୂହିକ ବୃକ୍ଷ ରୋପଣ କାର୍ଯ୍ୟ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକୁ ୟୁନିଟ୍ ର ଭାରପ୍ରାପ୍ତ ରୋଭର୍ ଲିଡର ତଥା ଶୁଦ୍ଧାନନ୍ଦ ବିଦ୍ୟାଳୟର ସ୍କାଉଟ ମାଷ୍ଟର ଆଶୁତୋଷ ପଣ୍ଡା ପରିଚାଳନା କରିଥିଲେ । ଶେଷରେ ୟୁନିଟ୍ ଲିଡର ବିଜୟ କୁମାର ରଥଙ୍କ ସଭାପତିତ୍ଵରେ ସ୍କାଉଟସ ଏବଂ ଗାଇଡସ ମାନଙ୍କ ଉଦ୍ଦେଶ୍ୟରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ମୁଖ୍ୟଅତିଥି ଭାବେ ଓଡିଶା ଆଦର୍ଶ ବିଦ୍ୟାଳୟ ର ଅଧ୍ୟକ୍ଷ ମନୋଜ କୁମାର ନନ୍ଦି ଯୋଗ ଦେଇ କିପରି ଭାବେ ସ୍କାଉଟସ ଓ ଗାଇଡ୍ସ୍ ମାନେ କିଭଳି ପ୍ଲାଷ୍ଟିକ ବ୍ୟବହାର କୁ କମାଇ ପରିବେଶ କୁ ପ୍ରଦୂଷଣ ମୁକ୍ତ ରଖିବେ ସେ ବିଷୟରେ ଉପସ୍ଥିତ ଛାତ୍ରଛାତ୍ରୀ ଓ ଅବିଭାବକ ମାନଙ୍କ ଉଦେଶ୍ୟରେ ନିଜ ବକ୍ତବ୍ୟ ରଖିଥିଲେ। ରୋଭର୍ ଲିଡର ଆଶୁତୋଷ ପଣ୍ଡା ଅତିଥିପରିଚୟ ପ୍ରଦାନ ସହ ସଭା ପରିଚାଳନା କରିଥିଲେ। ଏହି ଦିବସରେ ସମ୍ମାନନୀୟ ଅତିଥି ଭାବେ ଶୁଦ୍ଧାନନ୍ଦ ବିଦ୍ୟାଳୟର ଅଧ୍ଯକ୍ଷ ବିଶ୍ୱଜିତ୍ ସ୍ବାଇଁ , ବିଦ୍ୟାଳୟର ମୁଖ୍ୟ ଆଡମିନିଷ୍ଟେଟ୍ରିଭ ଅଫିସର ତଥା ଏନ ଜେ ଡବ୍ଲୁ ର ମୁଖ୍ୟ ଉପଦେଷ୍ଟା ବ୍ରହ୍ମଚାରୀ ଯଦୁନାଥ ଦାସ ସମ୍ମାନନୀୟ ଅତିଥି ଭାବେ ,ଜିଲ୍ଲା ଟ୍ରେନିଙ୍ଗ କମିଶନର ହରେକୃଷ୍ଣ ଲେଙ୍କା, ଜିଲ୍ଲା ସଂଗଠନ କମିଶନର ସ୍କାଉଟ୍ ପ୍ରତାପଚନ୍ଦ୍ର ରାଉତରାୟ, ଜିଲ୍ଲା ସଂଗଠନ କମିଶନର ଗାଇଡ୍ ଶ୍ରୀମତୀ ଲତା ଦେଇ , ଏନ୍ ଜେ ଡବ୍ଲୁ ଆଡଭାଇଜରୀ କମିଟି ସଦସ୍ୟ ରାକେଶ ରୋସନ ସାହୁ, ଦାମୋଦର ପଣ୍ଡା ,ସୁରେଶ ସେନ ପ୍ରଭୃତି ଯୋଗଦେଇଥିଲେ । ପରିଶେଷରେ ୟୁନିଟ୍ ର ସହସଂପାଦକ ତଥା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ସ୍କାଉଟ୍ ମାଷ୍ଟର ସ୍ମୃତିରଞ୍ଜନ ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ଶୁଦ୍ଧାନନ୍ଦ ବିଦ୍ୟାଳୟ,ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଶାଳଜଙ୍ଗା, ପୁରୋହିତ୍ ପୁର୍ ହାଇସ୍କୁଲ, ଡିଭାଇନ ସ୍କୁଲ,ବେଣୁବବା ହାଇସ୍କୁଲ ଓ ପଳ।ସୋଳ ଶିଶୁ ବିଦ୍ୟାମନ୍ଦିର ର ସ୍କାଉଟ୍ସ ଓ ଗାଇଡ୍ସ ମାନେ ଅଂଶ ଗ୍ରହଣ କରିଥିଲେ।ଏହି କାର୍ଯ୍ୟ କ୍ରମକୁ ସାଫଲ୍ୟ ମଣ୍ଡିତ କରିବା ପାଇଁ ରୋଭର ମେଟ ସଂଗ୍ରାମ,କ୍ରାନ୍ତି,ସନ୍ତୋଷ,ରୁଦ୍ର,ଦୀପ୍ତି,ଆଶୁତୋଷ, ସୁବ୍ରତ, ନରେଶ,ସ୍ବରାଜ , ଶୁଭାଶିଷ ସୋମ୍ୟାଜିତ,ସିଦ୍ଧାନ୍ତ ଆଦି ସହଯୋଗ ର ହାତ ବଢ଼ାଇଥିଲେ।
Article Image
1