ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପାରାଦୀପ କଟକ ରାଜ ରାସ୍ତାରେ ଭୟଙ୍କର ଦୃଘଟଣା

କୁଜଙ୍ଗ, 05/06/2025, ଉତ୍କଳ voice news - utkalvoicenews.com (ମନୋଜ କୁମାର ଜେନା ଙ୍କ ରିପୋର୍ଟ ) :
Article Image
କଟକ ପାରାଦୀପ ରାଜରାସ୍ତା ର ପନ୍ଦର ନମ୍ବର ନିକଟରେ ସିରିଜ ଦୁର୍ଘଟଣା, ପାଞ୍ଚ ଗୁରୁତର ଆହତ ଙ୍କୁ ଉଦ୍ଧାର କରି କୁଜଙ୍ଗ ମେଡିକାଲ ନେଲେ ଦେବଦୁତ ସଡ଼କ ସୁରକ୍ଷା ବାହିନୀର ସଦସ୍ୟ, ଦୁଇ କଟକ ସ୍ଥାନାନ୍ତରିତ ।ଏକାଧିକ ଗାଡି ଭାଙ୍ଗିରୁଜି ଯାଇଥିବା ବେଳେ ଘଟଣା ସ୍ଥଳରେ ଚାପା ଉତ୍ତେଜନା l ଆଜି ଅପରାହ୍ନ ରେ ଏକ କ୍ରେଟା ଗାଡି କଟକ ପଟୁ ଆସୁଥିବା ବଳେ ପ୍ରଥମେ ଏକ ପିକଅପ ସହିତ ଧକ୍କା ହେବା ପରେ ଆଉ ଏକ ସ୍ବିଫ୍ଟ ସହିତ ଧକ୍କା ଦେଇ ଫୁଟପାଥ ରେ ମାଡ଼ ହୋଇଥିଲା l ଯାହା ଫଳରେ କ୍ରେଟା ରେ ଥିବା ଦୁଇଜଣ ଗୁରୁତର ଆହତ ହେବା ସହିତ ଅନ୍ୟ ଗାଡ଼ିରେ ତିନିଜଣ ଆହତ ହୋଇଥିଲେ l ଖବର ପାଇବା ପରେ ଦେବଦୁତ ସଡ଼କ ସୁରକ୍ଷା ବାହିନୀ ର ସଦସ୍ୟ ମାନେ ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ଆହତ ମାନଙ୍କୁ ଉଦ୍ଧାର କରି କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଚିକିତ୍ସା ପାଇଁ ଭର୍ତି କରିଥିବା ସୂଚନା ମିକିଛି l ବେପରୁଆ ଭାବରେ ଏବଂ ନିଶା ସେବନ କରି ଗାଡି ଚାଳନା ଦ୍ୱାରା ବାରମ୍ବାର ଏହି ଅଞ୍ଚଳ ରେ ଦୁର୍ଘଟଣା ଘଟୁଥିବା ନେଇ ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି l ଘଟଣା ସ୍ଥଳରେ ଚାପା ଉତ୍ତେଜନା ଲାଗିରହିଥିବା ବେଳେ କୁଜଙ୍ଗ ପୋଲିସ ପହଞ୍ଚିବା ପରେ ପରିସ୍ଥିତି ସ୍ୱାଭାବିକ ରହିଛି l
Article Image
Article Image
1