ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବିଶ୍ୱ ପରିବେଶ ଦିବସ ପାଳିତ

କାକଟପୁର, 05/06/2025, ଉତ୍କଳ voice news - utkalvoicenews.com( ତୁଷାର ଦୀକ୍ଷିତ ) :
Article Image
ଆଜି ବିଶ୍ୱ ପରିବେଶ ଦିବସ। ପ୍ରତିବର୍ଷ ଜୁନ ମାସ ୫ ତାରିଖ ଦିନ ଏହି ଦିବସ ପାଳନ ହୁଏ। ଏହି ଦିନ ପାଳନ କରିବାର ମୁଖ୍ୟ କାରଣ ହେଉଛି ଲୋକଙ୍କୁ ପରିବେଶ ବିଷୟରେ ଅବଗତ କରାଇବା। ବିଶ୍ୱର ପ୍ରାୟ ୧୪୩ଟି ରାଷ୍ଟ୍ରରେ ଏହି ଦିବସ ପାଳନ କରାଯାଇଥାଏ। ମଣିଷ ନିଜର ଜାଣତରେ ହେଉ କିମ୍ବା ଅଜାଣତରେ ପରିବେଶ ପ୍ରତି ଅନେକ ଅନ୍ୟାୟ କରିଥାଏ। ନିଜର ଉନ୍ନତି ଓ ଜୀବିକା ନିର୍ବାହ ପାଇଁ ଗଛ କାଟିବାଠାରୁ ଆରମ୍ଭ କରି କଳ କାରଖାନା ପ୍ରତିଷ୍ଠା, ଯାନବାହନ ତିଆରି କରିଥାଏ। ଆଉ ଏଥିରୁ ନିର୍ଗତ ହେଉଥିବା ଧୂଆଁ ପରିବେଶ ପ୍ରଦୂଷଣ କରିଥାଏ। ପ୍ଲାଷ୍ଟିକର ବହୁଳ ବ୍ୟବହାର ପରିବେଶ ପ୍ରଦୂଷଣର ଅନ୍ୟତ୍ତମ ପ୍ରମୁଖ କାରଣ। ସୁସ୍ଥ ସମାଜ ଗଠନ କରିବାକୁ ହେଲେ ଆମ ପରିବେଶକୁ ସ୍ୱଚ୍ଛ ଏବଂ ନିର୍ମଳ ରଖିବାକୁ ପଡ଼ିବ।ମଣିଷ ଏବଂ ପରିବେଶ ମଧ୍ୟରେ ବହୁତ ଗଭୀର ସମ୍ପର୍କ ରହିଛି। ପ୍ରକୃତି ବିନା ଜୀବନ ସମ୍ଭବ ନୁହେଁ। ପରିବେଶ କ୍ରମାଗତ ଭାବରେ ଦୂଷିତ ହେଉଛି, ଯାହା ଆମ ଜୀବନରେ ଗଭୀର ପ୍ରଭାବ ପକାଉଛି । ପରିବେଶର ଯତ୍ନ ନେବାକୁ ଏହି ଦିବସ ସମସ୍ତଙ୍କୁ ବାର୍ତ୍ତା ଦେଇଥାଏ।୧୯୭୨ରୁ ବିଶ୍ୱ ପରିବେଶ ଦିବସ ପାଳନ କରାଯାଉଛି। ଏହି ଅବସରରେ ଅସ୍ତରଙ୍ଗ ବନ୍ୟ ପ୍ରାଣୀ ବନାଞ୍ଚଳ ତରଫରୁ ମା ପାଇଁ ଗଛ ଟିଏ ୨.0 କାର୍ଯ୍ୟକ୍ରମ କରାଯାଇ କାକଟପୁର ପୁର ବ୍ଲକ ର ବିଭିନ୍ନ ପଂଚାୟତ କୁ ନିଃଶୁଳ ଚାରା ବିତରଣ କରିବା ସହିତ ସମସ୍ତ ସମସ୍ତ ସରପଞ୍ଚ ମାନଙ୍କୁ ଏହାର ରକ୍ଷଣ ବେକ୍ଷଣ ଗ୍ରାମ ବାସୀଙ୍କି ଦ୍ଵାରା କରିବା ପାଇଁ ବନାଞ୍ଚଳ ଅଧିକାରିଣୀ ମୋନାଲିସା ମହାପାତ୍ର ବ୍ୟକ୍ତଗତ ଅନୁରୋଧ କରିଥିଲେ।ଏକ ସଫା, ସବୁଜ ଗ୍ରହ ପାଇଁ ସମସ୍ତ ଙ୍କୁ କାମ କରିବାକୁ ପଡିବ। ଜଳବାୟୁ ପରିବର୍ତନ ଏବଂ ବନ୍ୟପ୍ରାଣୀ ସୁରକ୍ଷା ଭଳି ଜରୁରୀ ପରିବେଶ ଗତ ସମସ୍ୟା ଗୁଡିକୁ ଉପସ୍ଥାପନ କରିଥିଲେ।ଏକାଠି ଆସନ୍ତୁ ପରିଵର୍ତ୍ତନ ହେବା କାରଣ ଏକ ସୁସ୍ଥ ପରିବେଶର ଅର୍ଥ ସମସ୍ତ ଙ୍କ ପାଇଁ ଏକ ଉତ୍ତମ ଭବିଷ୍ୟତ ବୋଲି ବନାଞ୍ଚଳ ଅଧିକାରିଣୀ ଶ୍ରୀମତୀ ମହାପାତ୍ର ମତବ୍ୟକ୍ତ କରିଥିଲେ l
9