ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବାଲିକୁଦା ବ୍ଲକର ଆତ୍ମହତ୍ୟା କରିଥିବା ଚାଷୀ କୃତ୍ତିବାସ ସ୍ବାଇଁଙ୍କ ସାରଣା ଗ୍ରାମ ଗସ୍ତ କଲା ସିପିଆଇ ପ୍ରତିନିଧି ଦଳ

ବାଲିକୁଦା, 04/01/2025, ଉତ୍କଳ voice news - utkalvoicenews.com୦୩/୦୧:ଜଗତ୍‌ସିଂହପୁର ଜିଲ୍ଲାର ବାଲିକୁଦା ବ୍ଲକ ଅନ୍ତର୍ଗତ ତଣ୍ଡିକୁଳ ଗ୍ରାମପଞ୍ଚାୟତ ସାରଣା ଗ୍ରାମର କୃତ୍ତିବାସ ସ୍ଵାଇଁ (୩୮) ଅମଳ ହେବାକୁ ଥିଵା ୩ ଏକର ଜମିର ଫସଲ ଡିସେମ୍ବର ମାସ ଶେଷ ସପ୍ତାହର ଅଦିନିଆ ବର୍ଷାରେ ନଷ୍ଟ ହେବା ଫଳରେ ଆତ୍ମହତ୍ୟାର ରାସ୍ତା ଆପଣେଇଲେ।
Article Image
ସରକାର ଏହି ଦୁର୍ବିପାକରେ ଚାଷୀଙ୍କ ଉଦ୍‌ବେଗକୁ ଗୁରୁତ୍ଵ ନ ଦେବା ଦ୍ବାରା ମୃତ କୃତ୍ତିବାସ ସ୍ଵାଇଁଙ୍କ ପରି ସାରା ରାଜ୍ୟରେ ଆଉ ୭ଜଣ ଚାଷୀଙ୍କ ଦୁଃଖଦ ମୃତ୍ୟୁ ଘଟିଥିବା ବେଳେ ଏହି ସଂଖ୍ୟା ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଛି। ମୃତ କୃତ୍ତିବାସଙ୍କ ୨ ନାବାଳିକା ଝିଅ ଓ ତାଙ୍କର ସୁନାର ସଂସାର ଉଜୁଡ଼ି ଯାଇଥିବାବେଳେ ଆଜି ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ରାଜ୍ୟ ସମ୍ପାଦକ ଆଶିଷ କାନୁନ୍‌ଗୋଙ୍କ ନେତୃତ୍ବରେ ଅଖିଳ ଭାରତ ଛାତ୍ର ସଂଘ ରାଜ୍ୟ ସଭାନେତ୍ରୀ ସଂଘମିତ୍ରା ଜେନା, ଅଖିଳ ଭାରତ ଯୁବ ସଂଘ ରାଜ୍ୟ ସଂପାଦକ ସତ୍ୟ ରଞ୍ଜନ ମହାନ୍ତି, ଉତ୍କଳ ମହିଳା ସମିତିର ରାଜ୍ୟ ସମ୍ପାଦକ ଜିନ୍ମୟୀ ସାହାଣୀ, ସିପିଆଇ ଜଗତସିଂହପୁର ଜିଲ୍ଲା ସମ୍ପାଦକ ଅଜୟ ବେହେରା, ରାଜ୍ୟ ପରିଷଦ ସଦସ୍ୟ ବିଜୟ ମହାନ୍ତି, ଏରସମା ବ୍ଲକର ପୂର୍ବତନ ଅଧ୍ୟକ୍ଷ ରାମଚନ୍ଦ୍ର ମୁଦୁଲି, ଯୁବନେତା ଦେବାଶିଷ ପରିଜା, ସ୍ଵାଧୀନଚେତା ସମାଜ ଵିଶ୍ଳେଷକ ସତୀଶ ମିଶ୍ର, ଅଶୋକ ସାହୁ, ଯୁବନେତା ମାନସ ପଟ୍ଟନାୟକ ପ୍ରମୁଖ ଉଚ୍ଚ ସ୍ତରୀୟ ପ୍ରତିନିଧି ଦଳ କୃତ୍ତିବାସ ସ୍ଵାଇଁଙ୍କ ପରିବାରବର୍ଗଙ୍କୁ ସାକ୍ଷାତ କରି ସମବେଦନା ଜଣାଇବା ସହ ତାଙ୍କ ପରିବାରକୁ ଅନ୍ୟୁନ ୩୦ ଲକ୍ଷ ଟଙ୍କାର କ୍ଷତିପୂରଣ ସହାୟତା ଦେବାକୁ ଦାବି କରିଛନ୍ତି। ମୃତ କୃତ୍ତିଵାସଙ୍କ ଦୁଇ ଝିଅଙ୍କ ଅଧ୍ୟୟନ ଶେଷ ପର୍ଯ୍ୟନ୍ତ ସରକାରୀ ବ୍ୟୟରେ ପାଠପଢ଼ା ସହ କର୍ମନିଯୁକ୍ତି ସୁନିଶ୍ଚିତ କରିବା ପାଇଁ ଦାବି କରାଯାଇଛି । ଅଦିନିଆ ବର୍ଷା ଜନିତ ଫସଲ ନଷ୍ଟ ବାବଦରେ ସମସ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ ଆଗାମୀ ଏକ ସପ୍ତାହ ମଧ୍ୟରେ ପର୍ଯ୍ୟାପ୍ତ କ୍ଷତିପୂରଣ ନ ଦେଲେ ରାଜ୍ୟ ବ୍ୟାପୀ ବ୍ୟାପକ କୃଷକ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି।
1