ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବୀର ବଜରଙ୍ଗୀ କ୍ଳବ୍ ପକ୍ଷରୁ ସ୍ୱଚ୍ଛତା କାର୍ଯ୍ୟକ୍ରମ

ବୁଗୁଡ଼ା, 06/06/2025, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ) :
Article Image
ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ କାନସୁକା ଗ୍ରାମର ବୀର ବଜରଙ୍ଗୀ କ୍ଳବ୍ ପକ୍ଷରୁ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।କାନସୁକା ଗ୍ରାମର ସନ୍ତୋଷୀ ମନ୍ଦିର ଠାରୁ ସେହି ଗ୍ରାମର ସ୍କୁଲ ପର୍ଯ୍ୟନ୍ତ ରାସ୍ତାକଡ଼ରେ ଲଟାବୁଦା ହୋଇ ବର୍ଷା ହେଲେ ପାଣି ଜମି ରାସ୍ତାଟି କାଦୁଆ ହୋଇ ରହୁଥିଲା। ସେହି ରାସ୍ତା ଟି କୁ ବୀର ବଜରଙ୍ଗୀ କ୍ଳବ୍ ର ସଦସ୍ୟ ମାନେ ଓ ଛୋଟ ପିଲା ମାନେ ମିଶି ରାସ୍ତାଟି ସଫା କରିଥିଲେ।ଏହି କାର୍ଯ୍ୟକ୍ରମ ଟି ବୀର ବଜରଙ୍ଗୀ କ୍ଳବର ସଭାପତି ଜଗନ୍ନାଥ ବିଷୋୟୀଙ୍କ ନିର୍ଦ୍ଦେଶକ୍ରମେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ବୁଲୁ ଗୌଡ଼,ଶେଷଦେବ ମହାରଣା,ସିଲୁ ଗୌଡ଼,ଶିଶିର ଦାସ,ସାଗର ବିଶୋଇ,ସମୀର ବିଶୋଇ,ସାନ୍ତନୁ ଦାସ ଅଂଶ ଗ୍ରହଣ କରିଥିଲେ।
Article Image
Article Image
10