ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କୁଞ୍ଜବନ-ମୋଟାବାଡି ରାସ୍ତାର ଅବସ୍ଥା ଶୋଚନୀୟ , ପ୍ରତିକାର ଦାବି

ବୁଗୁଡ଼ା, 06/06/2025, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ) :
Article Image
ବୁଗୁଡା ବ୍ଲକ ଅନ୍ତର୍ଗତ କୁଞ୍ଜବନ ଗାଁଠାରୁ ମୋଟାବାଡି ଗ୍ରାମ ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ସାମାନ୍ୟ ବର୍ଷା ହେଲେ ରାସ୍ତାରେ ଅନେକ ସ୍ଥାନରେ ପାଣି ଜମି ରହୁଛି। ଫଳରେ ଲୋକଙ୍କ ଯାତାୟାତରେ ଘୋର ଅସୁବିଧା ହେଉଛି। ପୂର୍ବରୁ ସେହି ରାସ୍ତାଟି ଲଟାବୁଦା ମାଡିଯାଇ ସଂକୀର୍ଣ୍ଣ ଓ ଶୋଚନୀୟ ଅବସ୍ଥାରେ ରହିଥିଲା। ଠାଏଁ ଠାଏଁ ଖାଲଖମା ଯୋଗୁଁ ପଦଚାରୀ ଏବଂ ଯାନବାହାନ ଚଳାଚଳରେ ସମସ୍ଯା ସୃଷ୍ଟି କରୁଥିଲା। ଏ ନେଇ ଖବର ପ୍ରକାଶ ପାଇବା ପରେ ଗତ ବର୍ଷ ମୋରମ ପକାଯାଇ ରାସ୍ତାର ପ୍ରଶସ୍ତୀକରଣ ସହ ମରାମତି ପରେ ଅବସ୍ଥାରେ ସୁଧାର ଆସିଥିଲା । ଲୋକଙ୍କ ଯାତାୟାତରେ ସୁବିଧାଜନକ ହୋଇପାରିଥିଲା। ତେବେ ସମ୍ପ୍ରତି ବର୍ଷା ହେଲେ ରାସ୍ତାର ଅନେକ ଜାଗାରେ ପାଣି ଜମି ରହୁଥିବାରୁ ଲୋକଙ୍କ ଯାତାୟାତରେ ନାହିଁ ନଥିବା ଅସୁବିଧା ହେଉଛି। ଏଣୁ, ରାସ୍ତାର ମରାମତି ଦିଗରେ ପ୍ରଶାସନ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।
Article Image
1