ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସଂସ୍କୃତି ବତୁରା ନିଆଳି ମାଟିରେ ଜଳିଲା ପୂଜ୍ୟ ପୂଜାର ଅମ୍ଲାନ ଦୀପାଳି ମନେପଡିଲେ ଋଷିପ୍ରତିମ ଶିକ୍ଷକ ବନମାଳୀ ବ୍ରହ୍ମଚାରୀ |

ଜଗତସିଂହପୁର, 06/06/2025, ଉତ୍କଳ voice news - utkalvoicenews.com(ସରୋଜ ନାୟକଙ୍କ ରିପୋର୍ଟ ) :
Article Image
ନିଖିଳ ଉତ୍କଳ ନିମ୍ନ ମାଧ୍ୟ୍ୟମିକ ଅବସର ପ୍ରାପ୍ତ ଶିକ୍ଷକ ମଞ୍ଚ ପକ୍ଷରୁ ଶିକ୍ଷକ ଗୌରବ ବନମାଳୀ ବ୍ରାହ୍ମଚାରୀ ଙ୍କ 36ତମ ଶ୍ରାଦ୍ଧ ଦିବସରେ. 6/6/2025ତାରିଖ ରେ କଟକ ଜିଲ୍ଲା ନିଆଳିର ବିନିଶିପୁର ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଏକ ଚିନ୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ଉକ୍ତ ଶ୍ରାଦ୍ଧ ଦିବସ କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଶତାଧିକ ଶିକ୍ଷକ ଓ ଶ୍ରଦ୍ଧାଳୁ ଯୋଗଦାନ କରି ବ୍ରାହ୍ମଚାରୀଙ୍କ ସ୍ମୃତି ଚାରଣ କରିଥିଲେ |ମଞ୍ଚର ସଭାପତି ଭାଗ୍ୟଧର ପ୍ରଧାନ ଙ୍କ ସଭାପତିତ୍ୱ ରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବରେ ମାଧବ ବିଶ୍ୱାଳ. ମୁଖ୍ୟ ବକ୍ତା ଭାବରେ ଅଶୋକ ରାୟ. ଯୋଗଦେଇଥିଲେ |ସମ୍ମାନିତ ଅତିଥି ଭାବରେ ସଚ୍ଚି ପରିଡା. ଅନ୍ତର୍ଯ୍ୟାମୀ ସ୍ୱାଇଁ. ଅନ୍ତର୍ଯ୍ୟାମୀ ସାମଲ. ତପନ କୁମାର ତ୍ରିପାଠୀ. ପ୍ରମୋଦ କୁମାର ମିଶ୍ର. ସୁବାସ ଚନ୍ଦ୍ର ରଥ. ପଞ୍ଚାନନ ସ୍ୱାଇଁ ସୁଶାନ୍ତ କୁମାର ନାୟକ. କଲ୍ୟାଣୀ ନାୟକ. ଜନାର୍ଦନ ଦାଶ. ରବୀନ୍ଦ୍ର କୁମାର କର. ପ୍ରଫୁଲ ଚନ୍ଦ୍ର ମହାପାତ୍ର. ବିଭୁତି ଭୂଷଣ ସାହୁ. ଯାଚେକେଶ୍ୱର ପ୍ରଧାନ କୈଳାସ ପଲେଇ ପ୍ରମୁଖ ଯୋଗଦାନ କରିଥିଲେ |ବ୍ରହ୍ମଚାରୀ ଙ୍କ ପଥଅନୁସରଣ କରିବାକୁ ବକ୍ତା ମାନେ ଶିକ୍ଷକ ସମାଜକୁ ନିବେଦନ କରି ଉଦବୋଧନ ଦେଇଥିଲେ |ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ଜେନା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଞ୍ଜୟ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ |
1