ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପରିବେଶ ସୁରକ୍ଷା ପାଇଁ ଗାନ୍ଧୀ ବିଚାର ଲୋଡ଼ା।

କୁଜଙ୍ଗ, 06/06/2025, ଉତ୍କଳ voice news - utkalvoicenews.com
Article Image
ଚାରିପାଖକୁ ଆମେ ନଷ୍ଟ କରିଦେଇଛୁ।ଭବିଷ୍ୟତର ଚିନ୍ତା କରୁନାହୁ।ଏହା ଦ୍ବାରା କଳ କାରଖାନା,ଗଛ କାଟିବା,ରାସ୍ତା ଘାଟରେ ଯାନ ବାହନ ଚଳାଚଳ ବୃଦ୍ଧି କରିବା ସମୁଦ୍ର ପାଣିକୁ ପ୍ରଦୂଷିତ କରିବା ଉପରେ ଆମେ ଗୁରୁତ୍ଵ ଦେଉନାହୁଁ।ଯାହା ଫଳରେ ଆମ ଚତୃପାର୍ଷ ପାଖ ପ୍ରଦୂଷିତ ହୋଇଯାଇଛି।ଏଥିପାଇଁ ଏବେ ଠାରୁ ଆମକୁ ଗୁରୁତ୍ଵର ସହ ଚିନ୍ତା କରିବାର ଆବଶ୍ୟକତାଅଛି ବୋଲି ମାନବିକ ଅଧିକାରୀ କମିଶନ ଜଷ୍ଟିସ ଶତ୍ରୁଘ୍ନ ପୂଜାହାରୀ କହିଛନ୍ତି।ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଠାରେ ଆୟୋଜିତ ଏକ ସଭାରେ ଜଷ୍ଟିସ ପୁଜାରୀ ବହୁ ଗୁରୁତ୍ଵ ପୂର୍ଣ୍ଣ ବିଷୟ ଉପରେ ଆଲୋକପାତ କରିଥିଲେ।ବିଶ୍ଵ ପରିବେଶ ଦିବସରେ ଓଡ଼ିଶା ମାନବିକ ଅଧିକାରୀ କମିଶନ ଓ କୁଜଙ୍ଗ ବାର ଆସୋସିଏସନ୍ ମିଳିତ ଆନୁକୁଲ୍ୟେରେ ଏହି ଉତ୍ସବତି ଅନୁଷ୍ଠିତ ହୋଇଥିଲା।କୁଜଙ୍ଗ ବାର ଆସୋସିଏସନ୍ ସଭାପତି ଏଏନ୍.ଡି ଯାଦବ ସ୍ବାଗତ ଭାଷଣ ଦେବା ପରେ ପୂର୍ବତନ ସଭାପତି ଆଡଭୋକେଟ ଅମୃତ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ।ଆଡଭୋକେଟ ଅସୀମ ଅମିତାଭ ଦାସ,ଚିତ୍ତରଞ୍ଜନ ମହାପାତ୍ର,ସାମ୍ବାଦିକ ପ୍ରିୟ ରଞ୍ଜନ ସାହୁ,ଜଗତସିଂହପୁର ଜିଲ୍ଲା ଜଜ୍ ଶ୍ରୀନିବାସ ପ୍ରତିହାରୀ ହାଇକୋର୍ଟର ବରିଷ୍ଠ ଆଡଭୋକେଟ୍ ସୌର ଚନ୍ଦ୍ର ମହାପାତ୍ର ପ୍ରମୁଖ ପରିବେଶ ସୁରକ୍ଷା ଦିଗରେ ଆମର ଅବଦାନ ଉପରେ ବିଶଦ ଆଲୋଚନା କରିଥିଲେ।କୁଜଙ୍ଗ ହୋଇଥିବା ପରିବେଶ ସୁରକ୍ଷା ସମ୍ପର୍କରେ କୁଜଙ୍ଗର ଓକିଲମାନେ ମିଳିତ ଭାବେ କୁଜଙ୍ଗ ବଜାର ରେ ମିଳୁଥିବା ପଲିଥିନକୁ କିଭଳି ଭାବରେ ବନ୍ଦ କରି ହେବ ସେଥିପାଇଁ ସଚେତନ ସୃଷ୍ଟି କରିବାପାଇଁ ଆହ୍ବାନ ଦିଆଯାଇଥିଲା।ଏହା ଫଳରେ ଯେଉଥିପାଇଁ ପରିବେଶ ଆଜି ଦୂଷିତ ହେଉଛି ତାହା ଦୂର ହୋଇପାରିବ ବୋଲି ବକ୍ତାମାନେ କହିଥିଲେ।ଜଗତସିଂହପୁର ଜିଲ୍ଲାର କମ ସଂଖ୍ୟକ ବୃକ୍ଷ ରାଜିକୁ ଆମେ କାଟିଦେଇ ସେହି ସ୍ଥାନରେ ଆଉ ବୃକ୍ଷ ରୋପଣ କରାଯାଇନଥିବା ଯୋଗୁଁ ଏଥିପାଇଁ ପାଗ ଅନୁକୂଳ ହେଉନାହିଁ।ଝିପ ଝିପ୍ ବର୍ଷା ବଦଳ ରେତୁହ କୁ ତୁହା ବର୍ଷା ଓ ଝଡ଼ ସୃଷ୍ଟି ହେଉଛି।ଏଥିପାଇଁ ସରକାର ଓ କାରଖାନା ମାନେ ଦୃଷ୍ଟି ଦେବା ଆବଶ୍ୟକତା ରହିଛି।କୁଜଙ୍ଗ ବାର ଆସୋସିଏସନ୍ ନିର୍ବାଚିତ ସଦସ୍ୟ ମାନେ ଏହି ଉତ୍ସବ ରେ ସମସ୍ତ ସହଯୋଗ କରିଥିଲେ।କୁଜଙ୍ଗ ବିଭିନ୍ନ ଅଦାଲତରେ ବିଚାରପତି ମାନବିକ ଅଧିକାରର ସଦସ୍ୟ ପରିବେଶ ସୁରକ୍ଷା ସଦସ୍ୟ,ସ୍ତନୀୟ ବିଶିଷ୍ଟ ବ୍ୟକ୍ତି,ଆଡଭୋକେଟେ ମାନେ ଯୋଗଦେଇଥିଲେ।କୁଜଙ୍ଗ ଓକିଲ ସଂଘ ସଂପାଦକ ବ୍ରଜ କିଶୋର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ, lଇତିଶ୍ରୀ ପ୍ରିୟଦର୍ଶିନୀ ଉତ୍ସବ ରେ ସଂଯୋଜନା କରିଥିଲେ।
1